ସରକାରୀ ଗାଡ଼ି ବ୍ୟବହାର କରୁଛନ୍ତି ଭାଜପା ପ୍ରାର୍ଥୀ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୧।୫: ଫେରାଦ ହେଲା ବିଜେଡି। ନିର୍ବାଚନ ସମୟରେ ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କରୁଛି ଭାଜପା। ଭାଜପା ମାହାଙ୍ଗା ପ୍ରାର୍ଥୀ ସୁମନ୍ତ ଘଡେଇ ସରକାରୀ ଗାଡ଼ି ବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି।

ସୁମନ୍ତ ନାମାଙ୍କନ ଭରିବାକୁ ଯିବାବେଳେ ସରକାରୀ ଗାଡି ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସରକାରୀ ଗାଡି ବାବଦରେ ତଦନ୍ତ କରିବା ସହ ସୁମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ।

ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ଜୟ ନାରାୟଣ ମିଶ୍ର, ପ୍ରଶାନ୍ତ ଜଗଦ୍ଦେବ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ବିଜେଡି ସିଇଓଙ୍କ ନିକଟରେ ଫେରାଦ ହୋଇଛି। ସ୍ବଚ୍ଛ ଓ ଅବାଧ ନିର୍ବାଚନ ଲାଗି ଭାଜପା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦଳ ଦାବି କରିଛି।

Share
Tags: BJP Odisha