ଭୁବନେଶ୍ୱର,୨୭।୧: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନକୁ ଭାଜପା ତାଚ୍ଛଲ୍ୟ କରି ନବନିର୍ମାଣ କୃଷକ ସଂଗଠନକୁ ଟାର୍ଗେଟ୍ କରିଛି। ଏହା ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି ଭାଜପା ମୁଖପାତ୍ର ମନୋଜ ମହାପାତ୍ର ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରକାଶ କରିଛନ୍ତି।
ନବର୍ନିମାଣ କୃଷକ ସଂଗଠନର ନେତାମାନେ ଚାଷ କ’ଣ ଜାଣି ନାହାନ୍ତି। ଧାନ କି ବାଳୁଙ୍ଗା ଏମାନେ ଚିହ୍ନି ପାରିବେ ନାହିଁ। ବିଜେଡି ସରକାର ସମୟରେ ଚାଷୀ ହତାଶ ହୋଇ ପଡିଥିଲେ। ଦଲାଲ ମାଲେମାଲ ହେଉଥିଲେ। ମୋହନ ସରକାର ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଚାଷୀ ମଣ୍ଡିରେ ଧାନ ବିକି ବୋନସ ଆକାରରେ ଅଧିକ ୮୦୦ ଟଙ୍କା ପାଉଥିବା ଭାଜପା ମୁଖପାତ୍ର ମନୋଜ କହିଛନ୍ତି।
ଅନ୍ୟପକ୍ଷେ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଛି। କଂଗ୍ରେସର ସମର୍ଥନକୁ ମନୋଜ ଟାର୍ଗେଟ୍ କରିଛନ୍ତି। ରାଜ୍ୟରେ କଂଗ୍ରେସର ସ୍ଥିତି ନ ଥିବାରୁ ଅନ୍ୟପଛରେ ଲାଉ ହେଉଛି। ଏହି ବନ୍ଦର କିଛିବି ପ୍ରଭାବ ପଡ଼ିବ ନାହିଁ ବୋଲି ମନୋଜ ଦୃଢୋକ୍ତି ପ୍ରକାଶ କରିଛନ୍ତି। ହେଲେ ବନ୍ଦ ପାଳନ ଦ୍ୱାରା ସ୍କୁଲ, ଅଫିସ, ବ୍ୟବସାୟରେ ସିଧାସଳଖ ପ୍ରଭାବ ପଡିବାର ସମ୍ଭାବନା ରହିଛି।