ଖୁବ୍‌ଶୀଘ୍ର ପୂରଣ ହେବ ୧୪୧୪ ଆର୍‌ଆଇ, ଏଆର୍‌ଆଇ, ଅମିନ ପଦ

ଭୁବନେଶ୍ୱର,୧୨।୧୨(ରବିନାରାୟଣ ଜେନା): ରାଜ୍ୟ ସରକାର ଖାଲିଥିବା ପଦ ପୂରଣକୁ ଗୁରୁତ୍ଵ ଦେଉଥିବାବେଳେ ରାଜସ୍ବ ବିଭାଗ ପକ୍ଷରୁ ତିନୋଟି ବର୍ଗର ୧୪୧୪ ପଦ ପୂରଣ ଲାଗି ଓଡ଼ିଶା ସବୋର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସ୍ଏସ୍ଏସ୍‌ସି)ଙ୍କୁ ପତ୍ର ଲେଖି ଅବଗତ କରାଯାଇଛି। ଯଦି ଜିଲାସ୍ତରରେ କୌଣସି ପଦ ଖାଲି ରହିଥିବା ସେନେଇ ସଦ୍ୟତମ ରିକ୍ୟୁଜିଶନ୍ (ଖାଲିପଦ ତାଲିକା) ବିଭାଗକୁ ପଠାଇବାକୁ ସବୁ ଜିଲାପାଳଙ୍କୁ କୁହାଯାଇଛି।

ବିଭାଗୀୟ ଅତିରିକ୍ତ ସଚିବ ଆଲୋମଣୀ ସେଠୀ ଏ ସଂକ୍ରାନ୍ତରେ ଏକ ପତ୍ର ଲେଖ୍ ଅବଗତ କରାଇଛନ୍ତି । ସେ ପତ୍ରରେ ଜିଲାପାଳମାନଙ୍କୁ ଦର୍ଶାଇଛନ୍ତି, ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାକୁ ବହୁ ଗୁରୁତ୍ବ ଦିଆଯାଉଛି I ତେଣୁ ରାଜ୍ୟରେ ଖାଲି ପଡ଼ିଥିବା ୨୯୬ ଆରଆଆଇ (ରେଭିନ୍ୟୁ ଇନ୍‌ସପେକ୍ଟର), ୫୭୨ ଏଆର୍‌ଆଇ (ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର) ଓ ୫୪୬ ଅମୀନ ପଦବୀ ପୂରଣ ହେବ।

Share