କେବିସି ଜୁନିଅରରେ ଓଡ଼ିଆ ପୁଅ ଅତ୍ୟୁକ୍ତ

ଭୁବନେଶ୍ୱର, ୨୪ା୧୧(ଅସମାପିକା ସାହୁ):ଚଳିତ ସିଜନ୍‌ର କୌନ୍‌ ବନେଗା କରୋଡ଼ପତି(କେବିସି) ଜୁନିଅରରେ ଚମକିଛନ୍ତି ଓଡ଼ିଆ ପୁଅ ଅତ୍ୟୁକ୍ତ ବେହୁରାୟ। ପଞ୍ଚମ ଶ୍ରେଣୀରେ ପଢୁଥିବା ୧୦ ବର୍ଷ ବୟସ୍କ ଅତ୍ୟୁକ୍ତ ୨୫ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି। କେବଳ ଏତିକି ନୁହେଁ, କେବିସିର ସଞ୍ଚାଳକ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମଧ୍ୟ ସେ ଦୁଇପଦ ଓଡ଼ିଆ ଶିଖାଇ ପ୍ରଶଂସା ସାଉଣ୍ଟିଛନ୍ତି। ଅତ୍ୟୁକ୍ତଙ୍କ ଘର କଟକର ସିଡିଏ ଅଞ୍ଚଳରେ ହୋଇଥିବାବେଳେ ମାମୁଘର ଭୁବନେଶ୍ବର ଶୈଳଶ୍ରୀବିହାରରେ। ବାପା ଅଶେଷ କୁମାର ବେହୁରାୟ ଗୁଜରାଟସ୍ଥିତ ନାଗାର୍ଜୁନ ଫର୍ଟିଲାଇଜର୍ସ ଆଣ୍ଡ୍‌ କେମିକାଲ୍‌ସ ଲିମିଟେଡ୍‌ରେ ହାଲୋଲ ପ୍ଲାଣ୍ଟର ମୁଖ୍ୟ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ମା’ ଦୀପିକା ବେହୁରାୟ ଜଣେ ଗୃହିଣୀ। ଅତ୍ୟୁକ୍ତ ଗୁଜରାଟରେ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢୁଛନ୍ତି। ନବମ ଶ୍ରେଣୀରେ ପଢୁଥିବା ତାଙ୍କ ବଡ଼ ଭଉଣୀ ଆକୃତି ବେହୁରାୟ ଜାତୀୟ ସ୍ତରର କୁଇଜ ଚାମ୍ପିୟନ ହୋଇଥିବାରୁ ତାଙ୍କ ପ୍ରେରଣାରେ ଅତ୍ୟୁକ୍ତ କୁଇଜ୍‌ ପ୍ରତି ଆଗ୍ରହୀ ହୋଇଥିଲେ। କେବିସିର ହଟ୍‌ ସିଟ୍‌ରେ ବସିବା ପାଇଁ ସାରା ଦେଶରୁ ହଜାର ହଜାର ପିଲାଙ୍କ ଭିତରେ ଉଭୟ ଲିଖିତ, ମୌଖିକ ଏବଂ ଅନ୍‌ଲାଇନ ଆଦି କଠିନ ପରୀକ୍ଷାରେ ଅତ୍ୟୁକ୍ତଙ୍କୁ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା। ତେବେ ୨୫ ଲକ୍ଷ ଟଙ୍କା ଜିତିବା ପରେ ୫୦ ଲକ୍ଷ ଟଙ୍କା ପାଇଁ ଉଦ୍ଦିଷ୍ଟ ଥିବା ପ୍ରଶ୍ନକୁ ଉତ୍ତର ଦେଇ ନ ପାରି ପ୍ରତିଯୋଗିତାରୁ ଓହରି ଆସିଥିଲେ। ଅନୁମାନ କରି ଭୁଲ୍‌ ଉତ୍ତର ଦେଇଥିଲେ ଅତ୍ୟୁକ୍ତ ମାତ୍ର ୩ ଲକ୍ଷ ୨୦ ହଜାର ଟଙ୍କା ପାଇଥାଆନ୍ତେ। ତେବେ ଅତ୍ୟୁକ୍ତ ଶିଶୁ ହୋଇଥିବାରୁ ଏହି ୨୫ ଲକ୍ଷ ଟଙ୍କା ବର୍ତ୍ତମାନ ମା’ଙ୍କ ସହ ଯୁଗ୍ମ ଖାତାରେ ବ୍ୟାଙ୍କରେ ରହିବ। ୧୮ ବର୍ଷ ହେବା ପରେ ସେ ଉକ୍ତ ଟଙ୍କାକୁ ଉଠାଇ ପାରିବେ।
ସେହିଭଳି କେବିସି ଶୋ’ରେ ଅମିତାଭଙ୍କ ସହିତ ମଜା ମଜା କଥା କହି ଉପସ୍ଥିତ ଦର୍ଶକଙ୍କୁ ଆମୋଦିତ କରିଥିଲେ ଅତ୍ୟୁକ୍ତ। ମୋ’ନାମ ଅମିତାଭ ବଚ୍ଚନ ବୋଲି ଓଡ଼ିଆରେ ଅମିତାଭଙ୍କୁ କୁହାଇ ସେ ହୃଦୟ ଜିଣିଥିଲେ। ଅତ୍ୟୁକ୍ତଙ୍କ ସ୍ପେଲିଙ୍ଗ୍‌ ବିଷୟରେ ଜାଣିବା ପାଇଁ ଅମିତାଭ ବଚ୍ଚନ ପ୍ରତିଯୋଗିତା ବାହାରେ ତାଙ୍କୁ ୩ଟି କଠିନ ଶବ୍ଦର ବନାନ ପଚାରିଥିଲେ ଏବଂ ଅତ୍ୟୁକ୍ତ ସମସ୍ତ ଉତ୍ତର ଠିକ୍‌ ଭାବେ ଦେଇଥିଲେ। ମାତ୍ର ଅତ୍ୟୁକ୍ତ ତାଙ୍କୁ ଯେଉଁ କଷ୍ଟ ଶବ୍ଦଟି ପଚାରିଥିଲେ, ତାହା କିନ୍ତୁ ଅମିତାଭ ଜାଣି ନ ଥିଲେ। ଅତ୍ୟୁକ୍ତ ସେଇ କଠିନ ଶବ୍ଦର ବନାନ କହିବା ପରେ ତାହା ଏକ ରୋଗର ନାମ ବୋଲି କହିଥିଲେ। ତେବେ ଶୋ’ ମଧ୍ୟରେ ବିଜ୍ଞାପନ ପାଇଁ ବ୍ରେକ୍‌ ନେବା ପାଇଁ ଅମିତାଭଙ୍କୁ କୋରିଆ ଭାଷାରେ କୁହାଇ ସମସ୍ତଙ୍କୁ ଆଚମ୍ବିତ କରେଇଥିଲେ ଅତ୍ୟୁକ୍ତ। ଗୁରୁବାର ରାତି ୯ଟାରେ ସୋନି ଏଣ୍ଟରଟେନ୍‌ମେଣ୍ଟ ଲାଇଭ୍‌ରେ ଏହା ପ୍ରସାରିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri