ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ବ୍ୟବଚ୍ଛେଦ କରା ନ ଯିବାରୁ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ.ସନ୍ତୋଷ ରେଡ୍ଡୀ(୩୨) ନାମକ ଜଣେ ଦାଦନ ଶ୍ରମିକଙ୍କ ଚେନ୍ନାଇରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ରବିବାର ଅପରାହ୍ନରେ ଗାଁରେ ମୃତଦେହ ପହଞ୍ଚିବା ପରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ସେ କିଛିବର୍ଷ ହେଲା ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଶନିବାର ସକାଳେ କୌଣସି କାରଣରୁ ସେ ଆକସ୍ମିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସେଠାକାର ରେଳ ଷ୍ଟେଶନ ନିକଟ ରାଜୀବ ଗାନ୍ଧୀ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ କରାଯାଇ ନ ଥିବାରୁ ତାଙ୍କ ଆକସ୍ମିକ ମୃତ୍ୟୁକୁ ପରିବାର ଲୋକେ ଏବଂ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି।

Dharitri – Odisha’s No.1 Odia Daily

Share