ସୁରଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ,ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର

ପୋଲସରା,୨ା୫(ସୁବ୍ରତ ବେହେରା): ସୁରଟରେ ଗତ ୨୯ ତାରିଖରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମ କୁମ୍ଭାର ସାହିର କାହ୍ନୁ ବେହେରା (୪୨)। ସ୍ତ୍ରୀ, ଦୁଇଟି ଝିଅ ଏବଂ ଗୋଟିଏ ପୁଅକୁ ନେଇ କାହ୍ନୁଙ୍କ ପରିବାର। ପରିବାର ଚଳାଇବା ପାଇଁ ସେ ସୁରଟ ଯାଇ ସେଠାରେ କାମ କରୁଥିଲେ। କିଛିଦିନ ତଳେ ଗାଁକୁ ଆସି ପରିବାର ସହିତ ହସଖୁସିରେ ସମୟ କାଟି କାଟିଥିଲେ। ଗତ ୨୭ ତାରିଖରେ ପୁଣି କାମ କରିବାକୁ ସୁରଟ ଯାଇଥିଲେ। ୨୯ ତାରିଖରେ ସେଠାରେ ପହଞ୍ଚି କମ୍ପାନୀକୁ କାମ କରିବାକୁ ଯିବା ବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଥିବା ଖବରପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ମୃତଦେହ ଗାଁକୁ ଆଣିବାକୁ ଆର୍ଥିକ ସମ୍ବଳ ନ ଥିବାରୁ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପରିବାରକୁ ଏବେ କିଏ ସହାୟ ହେବ ସେ ନେଇ ସ୍ତ୍ରୀ ଚିନ୍ତାରେ ପଡ଼ିଛନ୍ତି। ପିଲାମାନଙ୍କ ପାଠ ପଢ଼ା ଓ ଚଳିବା ନିମନ୍ତେ କେହି ସହୃଦୟ ବ୍ୟକ୍ତି କିମ୍ବା ସେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢ଼ାଇବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

 

Share
Tags: ganjamodisha