ପୁଣି ଚମକିଲେ ଓଡ଼ିଆ ଝିଅ ମନସ୍ବିନୀ

ଗଞ୍ଜାମ,୨୭ା୯(ବିଦ୍ୟାଧର ସାହୁ): ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍‌ରେ ଗଞ୍ଜାମର ଝିଅ ମନସ୍ବିନୀ ମହାରଣା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଆର୍‌ଏକ୍ସ ମହିଳା ବର୍ଗରେ ଓଡ଼ିଶା ୟାଚିଂ ଆସୋସିଏଶନ ପକ୍ଷରୁ ଅଂଶଗ୍ରହଣ କରିଥିଲେ। କୋଚ୍‌ ସବୀର ବକ୍ସଙ୍କଠାରୁ ପ୍ରଶିକ୍ଷଣ ନେଉଥିବା ମନସ୍ବିନୀ ଉକ୍ତ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି। ସ୍ବର୍ଣ୍ଣପଦକ ପାଇବା ବେଳେ ଓଡ଼ିଶାରୁ ପର୍ଯ୍ୟବେକ୍ଷକ ଭାବେ କ୍ରୀଡ଼ା ଓ ଯୁବ ସେବା ବିଭାଗର ଶୈଳେନ୍ଦ୍ର ଜେନା ଉପସ୍ଥିତ ଥିଲେ ମନସ୍ବିନୀ ହେଉଛନ୍ତି ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ପଣିବନ୍ଧ ଗ୍ରାମର ଭାସ୍କର ମହାରଣାଙ୍କ ଝିଅ। ବାପା ବୃତ୍ତିରେ ଜଣେ କାରିଗର। ମା’ ପ୍ରମିଳା ଗୃହିଣୀ।  ସାଧାରଣ ଗରିବ ପରିବାରରୁ ଆସିଥିବା ମନସ୍ବିନୀଙ୍କୁ ଅର୍ଥ ବାଧକ ସାଜିବାରୁ ଅଧାରୁ ପାଠପଢ଼l ଛାଡ଼ି ଦେଇଥିଲେ। ହେଲେ ଅଧା ପାଠ ପଢା ଛାଡ଼ି ଉଚ୍ଚାଭିଳାଷୀ ମନସ୍ବିନୀ ପାଣି ଖେଳକୁଦ ତଥା ପାଣିରେ ପହଁରିବାକୁ ଭଲ ପାଉଥିଲେ। ଏମିତି ଖେଳୁ ଖେଳୁ ବିଣ୍ଡ୍‌ସର୍ଫିଙ୍ଗ ଖେଳ ପ୍ରତି ଆଗ୍ରହ ବଢିଥିଲା। ମାତ୍ର ୧୪ ବର୍ଷ ବୟସରେ ଏହି ଓଡ଼ିଆ ଝିଅ ସେଥିରେ ପାଦ ଦେଇଥିଲେ। ଇତିମଧ୍ୟରେ ସେ ଅନେକ ଜାତୀୟ ବିଣ୍ଡସର୍ଫିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ଓ ଟାଇଟଲ ଜିତି ଓଡ଼ିଶା ପାଇଁ ଗର୍ବ ପାଲଟିଛନ୍ତି। ୨୦୧୧-୧୨ରେ ଗୋଆର ଏକ ଜାତୀୟସ୍ତରର ପ୍ରତିଯୋଗିତାରେ ପ୍ରଥମ ସ୍ବର୍ଣ୍ଣପଦକ ପାଇଥିବା ବେଳେ ୨୦୧୩ରେ ପୁଣି ଗୋଆରେ ସମସ୍ତ ୧୨ଟି ରେସ୍‌ରେ ସ୍ବର୍ଣ୍ଣ ପଦକ ୨୦୧୪ରେ ଡୋନାପୋଲରେ ଜାତୀୟ ଚାମ୍ପିୟନଶିପ୍‌ରେ ପ୍ରଥମ ସ୍ଥାନ, ୨୦୧୫ରେ ରାମେଶ୍ୱର ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରୌପ୍ୟ ଏବଂ ସେହି ବର୍ଷ ବ୍ୟାଙ୍କିଂ ଓପନିଂ ସେଲିଂ ଚାମ୍ପିୟନ୍‌ଶିପ୍‌ରେ ଗୋଲ୍ଡ ମେଡାଲ ପାଇସାରିଛନ୍ତି ମନସ୍ବିନୀ। ଏଥିପାଇଁ ଏହି ଦୁଃସାହସିକ କ୍ରୀଡ଼ା ବିଜୟିନୀ ମନସ୍ବିନୀଙ୍କୁ ଓଡ଼ିଶା ଗୌରବ ପୁରସ୍କାର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ୩ କ୍ରସ ଭୋଟିଂ: AICCକୁ ଜଣାଇ ଦିଆଯାଇଛି କହିଲେ ଭକ୍ତ

ଭୁବନେଶ୍ୱର,୧୬।୩: କଂଗ୍ରେସରୁ ୩ କ୍ରସ ଭୋଟିଂ ହୋଇଛି ଏ ନେଇ କହିଲେ ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ରମେଶ, ସୋଫିଆ, ଦାଶରଥି କ୍ରସ ଭୋଟିଂ…

ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ…

୨୦୦୮ ରୁ ୨୦୨୬ ପର୍ଯ୍ୟନ୍ତ…, IPL ରୁ ମୋଟ କେତେ ରୋଜଗାର କରିଛନ୍ତି ବିରାଟ କୋହଲି? ଜାଣିଲେ ଆଶ୍ଚର୍ଯ୍ୟହେବେ

ନୂଆଦିଲ୍ଲୀ,୧୬।୩: IPL 2026 ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ମହଲରେ ଆଲୋଚନାର ଏକମାତ୍ର ବିଷୟ ପାଲଟିଛି।…

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ପ୍ରସବ ବେଦନାରେ ଛଟପଟ ଆସନ୍ନ ପ୍ରସବା

ନନ୍ଦପୁର/ପାଡୁଆ୧୬।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।…

ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଗଲା ବଡ଼ ରାସ୍ତା: ମାରିନେଲା ବାଜି

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଘରୋଇ ଗ୍ୟାସ ଅଭାବ ମଧ୍ୟରେ ନୂଆଦିଲ୍ଲୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ଏକ ଆର୍ଥିକ…

ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ, ୬ହଜାର ଟଙ୍କା ଲାଞ୍ଚ ଦାବି….

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଭାଗବଣ୍ଟା ସମୟରେ ଚଢ଼ାଉ କଲା ବନ ବିଭାଗ, ବାର୍‌ହା ମାଂସ ଜବତ ସହ ଶିକାରୀଙ୍କୁ…

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍‌ହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri