ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି। ସହରାଞ୍ଚଳରେ ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ପକ୍ଷରୁ କ୍ରିକେଟ୍‌ କୋଚିଂ ଦିଆଯାଉଥିବା ବେଳେ ଗ୍ରାମାଞ୍ଚଳ ପିଲାମାନେ ବିନା କୌଣସି ପ୍ରଶିକ୍ଷଣରେ ଉଦ୍ୟମ ଜାରି ରଖିଛନ୍ତି। କ୍ରିକେଟ୍‌ର ବିଭିନ୍ନ ଫର୍ମାଟ୍‌ ମଧ୍ୟରେ ଇଣ୍ଡିଆନ ଷ୍ଟ୍ରିଟ୍‌୍‌ ପ୍ରିମିୟର ଲିଗ୍‌ (ଆଇଏସ୍‌ପିଏଲ୍‌) ଚାଲୁଛି। ଏହି ଆଇଏସ୍‌ପିଏଲ୍‌ ଟିମ୍‌ ନିଲାମିରେ ସାମିଲ ହେବାର ସୁଯୋଗ ପାଇଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ଗେଡ଼ିଆପଲ୍ଲୀ ସାମୁକାପାଟଣା ଗ୍ରାମର ରାଜେଶ ସ୍ବାଇଁ। ତାଙ୍କର ଏହି ସଫଳତାରେ ପରିବାରବର୍ଗ ଏବଂ ଗ୍ରାମବାସୀ ଖୁସିଥିବା ବେଳେ ଆଗକୁ କ୍ରିକେଟ୍‌ରେ ନାମ କମାଇବାକୁ ଆଶା ବାନ୍ଧିଛନ୍ତି ରାଜେଶ। ଅଭାବ ଅନଟନରେ ବଢ଼ିଥିବା ରାଜେଶ ଭୁବନେଶ୍ୱରର ଏକ ଘରୋଇ ଅନୁଷ୍ଠାନରୁ ଅଗ୍ନିଶମ ପାଇଁ ଟ୍ରେନିଂ ନେଉଥିବା ବେଳେ ଏବେ ଆଇଏସ୍‌ପିଏଲ୍‌ରେ ଖେଳିବାକୁ ତାଙ୍କ ନାମ ଚୟନ କରାଯାଇଛି। ନିଲାମ ପ୍ରକ୍ରିୟାରେ ତାଙ୍କ ନାମ ରହିଥିବାରୁ ସେ ଖୁସିଥିବା ରାଜେଶ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ନେଇ କୁଆଡ଼େ ଗଲେ ଆକାଶ, ବଢୁଛି ସନ୍ଦେହ: ମନ୍ଦିର ପଛପଟୁ ମିଳିଲା…

ବଲାଙ୍ଗୀର, ୨୭।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ହଇଚଇ। ମିଳିଲା ନିଖୋଜ ଯୁବକଙ୍କୁ ଚପଲ। ହତ୍ୟା ଅଭିଯୋଗ କଲେ ପରିବାର ଲୋକେ।ଏପରି ଏକ ଘଟଣା ଘଟିଛି…

ଭାରତ-EU ମଧ୍ୟରେ ‘Mother of All Deals’, ଜାଣନ୍ତୁ କେଉଁ ଜିନିଷ ହେବ ଶସ୍ତା

ନୂଆଦିଲ୍ଲୀ,୨୭।୧: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ବାକ୍ଷରିତ ହୋଇଛି। ଉଭୟ ପକ୍ଷ ୨୦୦୭ମସିହାରୁ ଏଥିପାଇଁ ଆଲୋଚନା କରିଆସୁଛନ୍ତି। ବର୍ତ୍ତମାନ,…

ମେଟ୍ରୋରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, ବରୁଣ ଧାୱନଙ୍କୁ ଜରିମାନା!

ମୁମ୍ବାଇ,୨୭।୧: ବର୍ଡର ୨କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଅଭିନେତା ବରୁଣ ଧାୱନ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି । ମୁମ୍ବାଇ ମେଟ୍ରୋ କୋଚରେ ତାଙ୍କର ପୁଲ୍-ଅପ୍…

ଧୋକା ଦେଲା ଗୁଗଲ ମ୍ୟାପ୍‌ : ଯାଉ ଯାଉ ମନ୍ଦିରରେ ପଶିଗଲା କାର୍‌, ତା’ପରେ…

ଜୟପୁର,୨୭।୧: ରାଜସ୍ଥାନର ଜୟପୁରରେ ସୋମବାର ଗଣତନ୍ତ୍ର ଦିବସରେ, ବିର୍ଲା ମନ୍ଦିରରେ ଏକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଯେତେବେଳେ ଜଣେ ପର୍ଯ୍ୟଟକଙ୍କ କାର୍‌ ମନ୍ଦିର ସିଡ଼ିରୁ ଖସିପଡ଼ିବାରୁ ଅଳ୍ପକେ…

ଏହି ସାଧାରଣ କାମ କରି ବର୍ଷକୁ ୨୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି

ଭାରତରେ ଲୋକମାନେ ସେମାନଙ୍କର ପାଳିତ କୁକୁରମାନଙ୍କୁ ବାହାରକୁ ନେଇ ମଳ କରାଇବା ଏକ ସାଧାରଣ କଥା। ସେମାନେ ରାସ୍ତାରେ କିମ୍ବା ପାର୍କରେ ଏପରି କରନ୍ତି। ରାସ୍ତା ମଇଳା…

ପ୍ରବଳ ପବନ, ବର୍ଷା ଆଉ ତୁଷାରପାତ ସହିତ ୟୁକେ ଛୁଇଁବ ଝଡ଼ ‘ଚନ୍ଦ୍ରା’, ପାଣିପାଗ ବିଭାଗର ସତର୍କ ସୂଚନା ଜାରି

ଲଣ୍ଡନ,୨୭।୧: ମଙ୍ଗଳବାର ୟୁକେରେ ଝଡ଼ ଚନ୍ଦ୍ରା ସ୍ଥଳଭାଗ ଛୁଇଁବାକୁ ଯାଉଛି। ପାଣିପାଗ କାର୍ଯ୍ୟାଳୟ ସତର୍କ କରାଇ ଦେଇଛି ଯେ ମଙ୍ଗଳବାର ସମ୍ପୂର୍ଣ୍ଣ ୟୁକେରେ ପ୍ରବଳ ପବନ ବହିବ।…

ମହାଶିବରାତ୍ରିରେ ଏହି ୩ ରାଶି ଉପରେ ବର୍ଷିବ ଭଗବାନଙ୍କ କୃପା: ବଢିବ ଧନ, ମିଳିବ ସଫଳତା

ଶିବ ପୁରାଣ ଅନୁସାରେ, ଭଗବାନ ଶିବ ଏକ ଲିଙ୍ଗ ରୂପରେ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲଗୁଣ ମାସର କୃଷ୍ଣ ପକ୍ଷର…

ଡ୍ରମ ବାଜା ଭାଙ୍ଗିଦେଲେ ସ୍କୁଲ ପିଲା: ଥାନାରେ ଏତଲା

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ ଖେମୁଣ୍ଡି ହାଇସ୍କୁଲର କିଛି ୧୦ମ ଶ୍ରେଣୀ ଛାତ୍ର ପ୍ରାୟ ୮ ହଜାର ଟଙ୍କା ମୂଲ୍ୟର ସ୍କୁଲରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri