ଅକ୍ଟୋବର ୧୨ରେ ଓସିଏସ୍‌ ପ୍ରିଲିମ୍‌: ଜାଣନ୍ତୁ କେମିତି କରିବେ ଆଡମିଟ୍‌କାର୍ଡ ଡାଉନଲୋଡ୍‌

ଭୁବନେଶ୍ୱର,୨୦ା୯(ସୁଚିସ୍ମିତା ସାହୁ):ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ୍‌(ଓସିଏସ୍‌) ପ୍ରିଲିମିନାରି ପରୀକ୍ଷା-୨୦୨୪ ପାଇଁ ଟାଇମ ଟେବୁଲ ଜାରି ହୋଇଛି। ଅକ୍ଟୋବର ୧୨ ରବିବାରରେ ପ୍ରିଲିମ୍‌ ପରୀକ୍ଷା କରାଯିବ। ଏହି ପରୀକ୍ଷା ପାଇଁ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁରକୁ ଜୋନ୍‌ କରାଯାଇଛି। ବିଦ୍ୟାର୍ଥୀମାନେ ଅକ୍ଟୋବର ୪ରୁ ଓପିଏସ୍‌ସି ଓ୍ବେବ୍‌ସାଇଟରୁ ଆଡମିଟ୍‌କାର୍ଡ ଡାଉନଲୋଡ୍‌ କରିପାରିବେ। ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ପ୍ରଥମ ପତ୍ର ସକାଳ ୧୦ଟାରୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ରହିଥିବା ବେଳେ ଦ୍ୱିତୀୟ ପତ୍ର ଅପରାହ୍ନ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଚାଲିବ।