ମହାସାଗରରେ ତାତି ସଙ୍କଟ : ଭାଙ୍ଗୁଛି ସମସ୍ତ ପୁରୁଣା ରେକର୍ଡ…

ଓ୍ବାଶିଂଟନ,୧୧।୧ : ୨୦୨୨ ମସିହାରେ ପୃଥିବୀର ମହାସାଗର ସବୁଠୁ ଉଷ୍ମ ଥିଲା। ଏହା ମାନବ ଦ୍ୱାରା ନିର୍ଗତ ହେଉଥିବା ଗ୍ୟାସ ପୃଥିବୀର ଜଳବାୟୁରେ ଗଭୀର ଏବଂ ବ୍ୟାପକ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ଦ୍ୱାରା ଉତ୍ପାଦିତ ଅତିରିକ୍ତ ଉତ୍ତାପର ୯୦ ପ୍ରତିଶତରୁ ଅଧିକ ସମୁଦ୍ର ଦ୍ୱାରା ଶୋଷିତ ହୋଇଥାଏ। ୧୯୫୮ରେ ଆରମ୍ଭ ହୋଇଥିବା ରେକର୍ଡ ବିପଜ୍ଜନକ ଭାବରେ ସମୁଦ୍ରର ତାପମାତ୍ରା ବୃଦ୍ଧି ହେବାକୁ ସୂଚିତ କରୁଛି। ୧୯୯୦ ପରେ ବିଶ୍ୱ ତାପନ ତ୍ୱରାନ୍ବିତ ହେବାରେ ଲାଗିଛି। ମହାସାଗରରେ ଦେଖାଦେଇଥିବା ତାତି ସଙ୍କଟ ଯୋଗୁ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିବାରେ ଲାଗିଛି।

ପୃଥିବୀର ପାଣିପାଗ ଉପରେ ସମୁଦ୍ର ପୃଷ୍ଠର ତାପମାତ୍ରା ପ୍ରମୁଖ ପ୍ରଭାବ ପକାଇଥାଏ। ସମୁଦ୍ର ତାତି ଯୋଗୁ ସାମୁଦ୍ରିକ ଝଡ, ଟାଇଫୁନ ଏବଂ ବାୟୁରେ ଅଧିକ ଆର୍ଦ୍ରତା ସୃଷ୍ଟି ହୋଇଥାଏ। ଯାହାକି ପ୍ରବଳ ବର୍ଷା ଏବଂ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ। ଉଷ୍ମ ଜଳ ମଧ୍ୟ ବିସ୍ତାରିତ ହୋଇ ସମୁଦ୍ରର ସ୍ତରକୁ ବୃଦ୍ଧି କରି ଉପକୂଳବର୍ତ୍ତୀ ସହରଗୁଡ଼ିକ ପାଇଁ ବିପଦ ସୃଷ୍ଟି କରିଥାଏ।
ବାୟୁମଣ୍ଡଳର ତାପମାତ୍ରା ସହିତ ପ୍ରାକୃତିକ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମୁଦ୍ରର ତାପମାତ୍ରା ପ୍ରଭାବିତ ହୋଇଥାଏ।

ପରିବେଶବିତ୍‌ଙ୍କ ଅନୁଯାୟୀ, ପୂର୍ବ-ପଶ୍ଚିମ ଧ୍ରୁବଦ୍ୱୟରେ ପଶ୍ଚିମରେ କେନିଆ, ଇଥିଓପିଆ ଏବଂ ସୋମାଲିଆର ଜଳ ପୂର୍ବ ଇଣ୍ଡୋନେସିଆର ଜଳ ଅପେକ୍ଷା ଥଣ୍ଡା ଅଟେ। ପରିବେଶବିତ୍‌ମାନେ କହିଛନ୍ତି ଯେ ଯେତେବେଳେ ଜଳର ତାପମାତ୍ରା ବଢ଼େ ଇଣ୍ଡୋନେସିଆ ସମେତ ନିକଟ ଉପକୂଳବର୍ତ୍ତୀ ଦେଶରେ ପ୍ରବଳ ବର୍ଷା ହୁଏ। ଯେତେବେଳେ ଜଳର ତାପମାତ୍ରା ହ୍ରାସ ହୁଏ, ପୂର୍ବ ଆଫ୍ରିକାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୁଏ। ଏହି ପ୍ରଭାବ ଯୋଗୁ ପ୍ରାୟ ୧୭ ହଜାର ବର୍ଷ ପୂର୍ବେ ବିଶ୍ୱର ବୃହତ୍ତମ ଭିକ୍ଟୋରିଆ ହ୍ରଦକୁ ସମ୍ପୂର୍ଣ୍ଣ ଶୁଖି ଯାଇଥିଲା ।

ନୂତନ ମହାସାଗରର ଉତ୍ତାପ ବିଶ୍ଳେଷଣ କରୁଥିବା ଅନ୍ତର୍ଜାତୀୟ ବୈଜ୍ଞାନିକ ଦଳ ସିଦ୍ଧାନ୍ତ ନେଇଛନ୍ତି ଯେ ମାନବ କାର୍ଯ୍ୟକଳାପ ଦ୍ୱାରା ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ପୃଥିବୀର ଶକ୍ତି ଏବଂ ଜଳ ଚକ୍ରକୁ ଗଭୀର ଭାବରେ ବଦଳାଇ ଦେଇଛି । ପୃଥିବୀର ଜଳବାୟୁ ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ ଆଣିଛି ବୋଲି ମିନେସୋଟାସ୍ଥିତ ସେଣ୍ଟ ଥୋମାସ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଅଧ୍ୟୟନ ଦଳର ମୁଖ୍ୟ ଜନ ଆବ୍ରାହମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri