ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ ଭାବେ ମହାକାଶଯାନ ଅବତରଣ କରାଇ ସେଗୁଡ଼ିକର ପୃଷ୍ଠଦେଶଗୁଡ଼ିକରୁ ପୁଙ୍ଖାନୁପୁଙ୍ଖ ପରୀକ୍ଷାନିରୀକ୍ଷା କରାଯାଉଛି । ସେଠାରେ ବସତି ସ୍ଥାପନ କରିବା, କଳକାରଖାନା ବସାଇବା, ସୁଗଭୀର ମହାକାଶକୁ ଯାତ୍ରା କରିବା ଲାଗି କେନ୍ଦ୍ରମାନ ସ୍ଥାପନ କରିବା ଏବଂ ସେଠାରୁ ମୂଲ୍ୟବାନ ସମ୍ପଦସବୁ ଆହରଣ କରିବା ଉଦ୍ଦେଶ୍ୟରେ। ଏହା ବ୍ୟତୀତ ପୃଥିବୀ କକ୍ଷରେ ମହାକାଶ କେନ୍ଦ୍ର ସ୍ଥାପନ କରି, ତନ୍ମଧ୍ୟରେ ମହାକାଶଚାରୀମାନେ ମାସ ମାସ ଧରି ରହି ଗବେଷଣା କରିବା ଲାଗି ବ୍ୟବସ୍ଥା କରାଗଲାଣି। କିନ୍ତୁ ପୃଥିବୀପୃଷ୍ଠର ଏକ ବିଶାଳ ଅଂଶ ହୋଇଥିବା ସମୁଦ୍ର, ମହାସମୁଦ୍ରଗୁଡିକର ଗଭୀରତମ ପ୍ରଦେଶ ଉପରେ ସେହି ଅନୁରୂପ କାର୍ଯ୍ୟକଳାପ ହୋଇଛି ଅତି ସୀମିତ ରୂପେ। ବିଳମ୍ବରେ ହେଲେ ବି ଏବେ ଏକଥା ଅନୁଭବ କରି ପୃଥିବୀର ଅନେକ ଦେଶ ଏଥିପ୍ରତି ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ମହାକାଶ ଗବେଷଣାରେ ଯଥାଯୋଗ୍ୟ ଅଂଶଗ୍ରହଣ କଲାଭଳି ଭାରତ ମଧ୍ୟ ଏ କ୍ଷେତ୍ରରେ ଯୋଗଦାନ ଦେବାକୁ ଆରମ୍ଭ କରିଛି। ସେଥିପାଇଁ ଆଗାମୀ ୨୦୪୭ ମସିହା ସୁଦ୍ଧା ସମୁଦ୍ରର ୬୦୦୦ ମିଟର (୬ କିଲୋମିଟର) ଗଭୀରତାରେ ‘ସାଗର କେନ୍ଦ୍ର’ଟିଏ ସ୍ଥାପନ କରିବାକୁ ଯୋଜନା କରିଛି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନ୍‌ ଟେକ୍ନୋଲୋଜି ବା ଏନ୍‌ଆଇଓଟି ଏହା ହେବ ପୃଥିବୀର ଗଭୀରତମ ପ୍ରଦେଶରେ ସ୍ଥାପିତ ଏପ୍ରକାର କେନ୍ଦ୍ର।
ଭିଜନ-୨୦୪୭ର ଅନ୍ୟତମ ଅଂଶ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ଆରମ୍ଭ ହୋଇଗଲାଣି। କେନ୍ଦ୍ରଟି ସମ୍ପୂର୍ଣ୍ଣ ହୋଇଗଲା ପରେ ଗବେଷକମାନେ ତନ୍ମଧ୍ୟରେ ରହି ନାନାଦି ଗବେଷଣା କରିବେ। ଏଗୁଡିକ ମଧ୍ୟରୁ ଗୋଟିଏ ହେବ ଟିଟାନିୟମ ଏବଂ ଏହା ମିଶ୍ରିତ ପଦାର୍ଥରେ ନିର୍ମିତ ସଂରଚନାଟିଏ, ଯାହାକି ୬୦୦୦ ମିଟର ଗଭୀରତା ମଧ୍ୟରେ ୬୦୦ ବାୟୁମଣ୍ଡଳୀୟ ଚାପ ସହ୍ୟ କରିପାରିବ। ପୁନଶ୍ଚ ଏଥିରେ ରହିବ ସମୁଦ୍ରତଳର ଜୀବଜଗତକୁ ପର୍ଯ୍ୟବେକ୍ଷଣ କରିବା ଲାଗି ୩୬୦ ଡିଗ୍ରୀ ସ୍ବଚ୍ଛଫଳକ, ଅମ୍ଳଜାନ ଓ ତାପମାତ୍ରା ନିୟନ୍ତ୍ରିତ ତଥା ସ୍ବାଧୀନ ଭାବେ କାର୍ଯ୍ୟ କରିବା ଲାଗି ବିଜ୍ଞାନାଗାର ପ୍ରକୋଷ୍ଠ। ଏହା ବ୍ୟତୀତ ଏଥିସହିତ ସଂଯୁକ୍ତ ହେବ ଗବେଷଣା ଲାଗି ଜଳ ମଧ୍ୟରେ ଡୁବି ରହୁଥିବା ବ୍ୟବସ୍ଥାରେ ଡକିଂ ସୁବିଧା ଏବଂ ଯୋଗାଣ ଯାନ ସମେତ ଧ୍ୱନିଭିତ୍ତିକ ‘ଫାଇବର-ଅପ୍‌ଟିକ୍ସ’ ସଂଯୋଗ ବ୍ୟବହାର କରୁଥିବା ଯୋଗାଯୋଗ ବ୍ୟବସ୍ଥା। ମଣିଷ ସେଠାରେ କିପରି ଦୀର୍ଘକାଳ ଧରି ରହିପାରିବ ତାହା ଉପରେ ମଧ୍ୟ ପରୀକ୍ଷା ନିରୀକ୍ଷା କରାଯିବ।
ଏନ୍‌ଆଇଓଟିର ନିର୍ଦ୍ଦେଶକ ଡ. ବାଲା ରାମକ୍ରିଷ୍ଣନଙ୍କ ସୂଚନା ଅନୁସାରେ ଏଥି ପୂର୍ବରୁ ପ୍ରଥମେ ପରୀକ୍ଷାମୂଳକ ଭାବେ ୫୦୦ ମିଟର ଗଭୀରତାରେ ଛୋଟ ‘ସାଗର କେନ୍ଦ୍ର’ଟିଏ ସ୍ଥାପନ କରାଯିବ। ତନ୍ମଧ୍ୟରେ ୩ ଜଣ ବୈଜ୍ଞାନିକ ପ୍ରାୟ ୨୪ ଘଣ୍ଟା ରହି ଏ ପ୍ରଯୁକ୍ତି ବିଦ୍ୟାର ବିଭିନ୍ନ ଦିଗର ପ୍ରାଥମିକ ପରୀକ୍ଷା କରିବେ। ଅତଏବ ମୂଳ ବ୍ୟବସ୍ଥାଟିକୁ ସଫଳତାର ସହ ସ୍ଥାପନ ଏବଂ ପରିଚାଳନା ଲାଗି ତହିଁରୁ ଦିଗ୍‌ଦର୍ଶନ ମିଳିବ।
ବର୍ତ୍ତମାନ ଗଭୀର ସମୁଦ୍ର ତଳେ ଏ ପ୍ରକାର ମାତ୍ର ଗୋଟିଏ ବିଜ୍ଞାନାଗାର କାର୍ଯ୍ୟକ୍ଷମ ରହିଛି। ତାହା ହେଲ ଆମେରିକାର ଫ୍ଲୋରିଡା ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ନିର୍ମିତ ତଥା ପରିଚାଳିତ ‘ଆକ୍ୱାରିସ ରିଫ୍‌ ବେସ୍‌’। ବିଗତ ୧୯୯୦ ଦଶକରେ ୧୯ ମିଟର ଗଭୀରତାରେ ଅବସ୍ଥାପିତ ଏହି ସାଗରକେନ୍ଦ୍ରଟି ଫ୍ଲୋରିଡାର କି’ ଲାର୍‌ଗୋଠାରେ ଏବେ ମଧ୍ୟ କାର୍ଯ୍ୟରତ। ତହିଁରେ ୬ ଜଣ ଗବେଷକ ୧୦ ଦିନ ପର୍ଯ୍ୟନ୍ତ ରହିପାରିବାର ବ୍ୟବସ୍ଥା ଅଛି। ଇତି ମଧ୍ୟରେ ଚାଇନା ଏଭଳି ଏକ କେନ୍ଦ୍ର ସ୍ଥାପନ ଲାଗି କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି। ଆଗାମୀ ୨୦୩୦ ମସିହା ସୁଦ୍ଧା ଦକ୍ଷିଣ ଚାଇନା ସାଗରରେ ଏହାକୁ ପ୍ରତିଷ୍ଠା କରିବାର ଯୋଜନା ରହିଛି। ଏହା ବ୍ୟତୀତ ଆମେରିକା ୨୦୨୮ ମସିହା ସୁଦ୍ଧା ୨୦ ମିଟର ସମୁଦ୍ର ପୃଷ୍ଠ ତଳେ ଅନ୍ୟ ଏକ ‘ସାଗର କେନ୍ଦ୍ର’ ସ୍ଥାପନ କରିବାର ଯୋଜନା କଲାଣି। ଏଥିରେ ୧୨ ଜଣ ଗବେଷକ ୩୦ ଦିନ ପର୍ଯ୍ୟନ୍ତ ରହିପାରିବେ। ସେହିପରି ଇଂଲଣ୍ଡ ଓ କେତେକ ୟୁରୋପୀୟ ଦେଶ ମିଳିତ ଭାବେ ୬ ଜଣ ଯାତ୍ରୀ ୨୮ ଦିନ ରହିପାରିବା ଭଳି ‘ସାଗର କେନ୍ଦ୍ର’ଟିଏ ୨୦୦ ମିଟର ଗଭୀରତାରେ ୨୦୨୭ ମସିହା ସୁଦ୍ଧା ସ୍ଥାପନ କରିବା ଦିଗରେ ପଦକ୍ଷେପ ଆରମ୍ଭ କରିଛନ୍ତି।
ଅତୀତରେ ସମୁଦ୍ର ତଳେ ବସତି ସ୍ଥାପନ ଲାଗି କେତେକ ଯୋଜନା କାର୍ଯ୍ୟକାରୀ ହୋଇଛି। ତନ୍ମଧ୍ୟରେ ରହିଛି ୧୯୬୦ ଦଶକରେ ଆମେରିକାର ନୌବାହିନୀ ଦ୍ୱାରା ସ୍ଥାପିତ ଏବଂ ପରିଚାଳିତ ସିଲାବ(Sealab) ୧। ୨। ୩ଗୁଡ଼ିକ ୫୯ ମିଟରରୁ ୧୯୦ ମିଟର ଗଭୀରତାରେ ଅବସ୍ଥାନ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ତତ୍ପରେ ୧୯୮୦ ଦଶକରେ ହାଓ୍ବାଇ ବିଶ୍ୱବିଦ୍ୟାଳୟ ନିର୍ମାଣ କରିଥିଲେ। ପିନ୍‌ସସ୍‌ ୪ ଏବଂ ୫ ବୁଡ଼ାଜାହାଜ, ଯାହାକି ସମୁଦ୍ର ତଳେ ୨୦୦୦ ମିଟର ପର୍ଯ୍ୟନ୍ତ ଅନୁଧ୍ୟାନ କରି ନାନାଦି ତଥ୍ୟ ସଂଚାର କରିଥିଲା। ବର୍ତ୍ତମାନ ଏ ଉଭୟ ସାମୟିକ ଭାବେ ବନ୍ଦ ରହିଛି।
ଆମ ଦେଶ ୨୦୪୭ ମସିହା ସୁଦ୍ଧା ପ୍ରତିଷ୍ଠା କରିବାକୁ ଥିବା ‘ସାଗରକେନ୍ଦ୍ର’ର ନାମ ରହିବ ‘ମତ୍ସ୍ୟ-୬୦୦୦’ ଏବଂ ଏହା ପ୍ରତିଷ୍ଠିତ ହେବ ଭାରତ ମହାସାଗର ମଧ୍ୟରେ। ଏହାର ଡିଜାଇନଟି ଅତି ଜଟିଳ। କାରଣ ମରାମତି ପାଇଁ ଏହାକୁ ବିଭିନ୍ନ ସମୟରେ ଜଳସ୍ତରର ଉପରକୁ ଆଣିବାକୁ ପଡ଼ିବ ଏବଂ ପୁନର୍ବାର ସମୁଦ୍ର ଚଟାଣକୁ ନେଇ ଦୃଢ଼ଭାବେ ଅବସ୍ଥାପିତ କରିବାକୁ ହେବ। ପୁନଶ୍ଚ ଏହାର କାର୍ଯ୍ୟକ୍ରମ ମଧ୍ୟ ହେବ ଅତି ବ୍ୟାପକ। ସେଗୁଡ଼ିକ ମଧ୍ୟରେ ରହିବ:-୧) ସାମୁଦ୍ରିକ ଜୈବ ବିବିଧତା ଅଧ୍ୟୟନ- ଗଭୀର ସମୁଦ୍ର ତଳର ବିରଳ ଜୀବ ଶ୍ରେଣୀର ଆବିଷ୍କାର, ସେ ଗୁଡ଼ିକର ଅଧ୍ୟୟନ ଏବଂ ସେଠାର ସୂକ୍ଷ୍ମଜୀବମାନଙ୍କଠାରୁ ଜୈବ ସକ୍ରିୟ ଯୌଗିକମାନ ସନ୍ଧାନ। ୨) ଜୈବ ପ୍ରଯୁକ୍ତି ବିଦ୍ୟା- ଅତ୍ୟଧିକ ପ୍ରତିକୂଳ ପରିବେଶ ମଧ୍ୟରେ କାର୍ଯ୍ୟ କଲାଭଳି ଏଞ୍ଜାଇମ୍‌ ବହନ କରୁଥିବା ଜୀବମାନଙ୍କ ସନ୍ଧାନ ଏବଂ ତାହା ସେମାନଙ୍କଠାରୁ ଆହରଣ। ୩) ଭୂ-ବିଜ୍ଞାନ ସମ୍ପର୍କରେ ଗବେଷଣା- ସମୁଦ୍ର ତଳର ଚଟାଣରେ ‘ଟେକ୍ଟୋନିକ୍‌’ ଏବଂ ଆଗ୍ନେୟଗିରି ସମ୍ବଦ୍ଧିତ କ୍ରିୟାକଳାପ ଅଧ୍ୟୟନ। ୪) ମଣିଷ ଉପରେ ପ୍ରଭାବ- ସମୁଦ୍ରର ଗଭୀରତମ ପ୍ରଦେଶରେ ଅଧିକ କାଳ ବସବାସ କଲେ ସେଠାରେ ଉଚ୍ଚ ଚାପ ବିଶିଷ୍ଟ ପରିବେଶର ମଣିଷ ଶରୀର ଓ ସ୍ବାସ୍ଥ୍ୟ ଉପରେ ପ୍ରଭାବ ଅଧ୍ୟୟନ।
ଏହି ଯୋଜନାଟି ପ୍ରାଥମିକ ଅବସ୍ଥାରେ ଆମ ଦେଶର ଗଭୀର ସମୁଦ୍ର ମଧ୍ୟରେ ବିବିଧ ଅନୁସନ୍ଧାନ ଏବଂ ସାମୁଦ୍ରିକ ସଂସାଧନର ସଂଗ୍ରହ ପ୍ରକ୍ରିୟାକୁ ବିକଶିତ କରିବା ଦିଗରେ କାର୍ଯ୍ୟରତ। ଡିପ୍‌ ଓସେନ ମିଶନ ଅଧୀନରେ କାର୍ଯ୍ୟକାରୀ ହେବ। ଏଥିରେ ସଫଳତା ମିଳିସାରିଲା ପରେ ଆମ ଦେଶ ଏହାର ଏକ ସ୍ବତନ୍ତ୍ର ଅଂଶ ସ୍ବରୂପ ଆରମ୍ଭ କରିବ। ତା’ର ସମୁଦ୍ରାୟନ ମିଶନ। ତତ୍ପରେ ଅଧିକ ସାଗର କେନ୍ଦ୍ରମାନ ପ୍ରତିଷ୍ଠା ଏବଂ ଗଭୀର ସମୁଦ୍ର ତଥା ତା’ର ଚଟାଣକୁ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରାଯିବ। ସେଠାରୁ ଜୈବିକ ତଥା ଖଣିଜ ସମ୍ପଦ ଆଦିର ଆହରଣ ଲକ୍ଷ୍ୟ ନେଇ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ:୯୯୩୭୩୦୧୪୬୦

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri