Posted inଖେଳ

ଓସିଏ ଆନ୍ତଃଜିଲା ଟି୨୦ : ସ୍ବସ୍ତିକ, ରାଜେଶ, ରାକେଶଙ୍କ ଶତକ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ଗୁରୁବାର ରାଉରକେଲା, କଟକ-ଏ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ନୟାଗଡ଼, ଭୁବନେଶ୍ୱର-ବି, ଭୁବନେଶ୍ୱର-ଏ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, କେନ୍ଦ୍ରାପଡ଼ା, ଇକୋର୍ସା, କଟକ-ବି, ଖୋର୍ଦ୍ଧା, ଅନୁଗୋଳ, ଗଞ୍ଜାମ ବିଜୟ ହାସଲ କରିଛନ୍ତି। ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରାଉରକେଲାର ସ୍ବସ୍ତିକ ସାମଲ((୧୪୭), କଟକ-ଏର ରାଜେଶ ଧୂପର(୧୦୯*), ଅନୁଗୋଳର ରାକେଶ ଗୋଚ୍ଛାୟତ(୧୦୫*) ଶତକ ହାସଲ କରି ନିଜ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି।
ତୃତୀୟ ଦିବସରେ ଆୟୋଜିତ ୧୮ ମ୍ୟାଚ ମଧ୍ୟରେ ରାଉରକେଲା ୧୧୫ ରନରେ ମୟୂରଭଞ୍ଜକୁ, କଟକ-ଏ ୧୬୦ ରନରେ ସୋନପୁରକୁ, ବାଲେଶ୍ୱର ୪୩ ରନରେ ଭଦ୍ରକକୁ, କେନ୍ଦୁଝର ୮ ଉଇକେଟରେ ଜଗତସିଂହପୁରକୁ, ଯାଜପୁର ୬୩ ରନରେ ଗଜପତିକୁ, ନୟାଗଡ଼ ୬୧ ରନରେ ମାଲକାନଗିରିକୁ ପରାସ୍ତ କରିଛି। ସେହିପରି କେନ୍ଦ୍ରାପଡ଼ା ୨୧ ରନରେ ନବରଙ୍ଗପୁରକୁ, ଇକୋର୍ସା ୧୫୫ ରନରେ କୋରାପୁଟକୁ, କଟକ-ବି ୧୧୩ ରନରେ ପାରାଦୀପକୁ, ଖୋର୍ଦ୍ଧା ୧୦ ଉଇକେଟରେ ରାୟଗଡ଼ାକୁ, ଅନୁଗୋଳ ୯୯ ରନରେ ଦେବଗଡ଼କୁ, ଗଞ୍ଜାମ ୯୩ ରନରେ କଳାହାଣ୍ଡିକୁ ହରାଇ ଦେଇଛି। ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ଭୁବନେଶ୍ୱର-ବି ୫ ଉଇକେଟରେ ନୂଆପଡ଼ାକୁ, ଭୁବନେଶ୍ୱର-ଏ ୬ ଉଇକେଟରେ ସୁନ୍ଦରଗଡ଼କୁ, ଝାରସୁଗୁଡ଼ା ୮ ଉଇକେଟରେ ବଲାଙ୍ଗୀରକୁ, ସମ୍ବଲପୁର ୧୦ ଉଇକେଟରେ ପୁରୀକୁ, ବରଗଡ଼ ୧୦୫ ରନରେ କନ୍ଧମାଳକୁ ଏବଂ ବୌଦ୍ଧ ୬ ଉଇକେଟରେ କିଟ୍‌କୁ ପରାସ୍ତ କରିଛି। ୨ଟି ଲେଖାଏ ମ୍ୟାଚ ରେଭେନ୍ସା, ବାରବାଟୀ ଷ୍ଟାଡିୟମ, ଡ୍ରିମ୍ସ, ବିଡ଼ାନାସୀ, ବିକାଶ ଗ୍ରାଉଣ୍ଡ, ଟାଉନ୍‌ କ୍ଲବ ପଡ଼ିଆ, ସେଞ୍ଚୁରିଅନ, ନିମପୁର ଓ କିଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri