ବଲାଙ୍ଗିର,୨୨।୧୨(ସୁନିଲ କୁମାର ମହାନ୍ତି): ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର ଓ ଧମକଚମକ ଦେବା ଅଭିଯୋଗରେ ଜଣେ ଘରୋଇ କଲେଜର ସମ୍ପାଦକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବଲାଙ୍ଗିର ସଦର ବ୍ଲକ ଅଞ୍ଚଳରେ ଥିବା ଏକ ଘରୋଇ କଲେଜର ସମ୍ପାଦକ ନାରାୟଣ ମିଶ୍ର।
ସୂଚନା ଅନୁସାରେ, କଲେଜରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ନାରାୟଣ ଅଶ୍ଳୀଳ ବ୍ୟବହାର ଦେଖାଇବା ସହ ବିଭିନ୍ନ ସମୟରେ ଧମକଚମକ ଦେଇ ଆସୁଥିଲେ। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଦର ପୋଲିସ ଘଟଣାର ତଦନ୍ତ କରି ଆଜି ତାଙ୍କୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତ ସମ୍ପାଦକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


