ସୁଭଦ୍ରା ଯୋଜନା ନିୟମାବଳୀକୁ ନେଇ ଉଠିଲା ଆପତ୍ତି

ବାଲିକୁଦା,୫ା୯(ତାପସ ସ୍ବାଇଁ):ସୁଭଦ୍ରା ଯୋଜନା ନିୟମାବଳୀକୁ ନେଇ ଜଗତ୍‌ସିଂହପୁର ଜିଲାପାଳଙ୍କୁ ଅଳାଭର ସରପଞ୍ଚ ମଧୁଛନ୍ଦା ସ୍ବାଇଁ ବୁଧବାର ଆପତ୍ତି କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ସରକାର ଆରମ୍ଭ କରିଥିବା ସୁଭଦ୍ରା ଯୋଜନା ପାଇଁ ମହିଳାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଥମତଃ ଆଧାର ସଂଶୋଧନ ବା ବିବାହିତା ମହିଳାଙ୍କର ବାପାଙ୍କ ନାମ ଜାଗାରେ ସ୍ବାମୀଙ୍କ ନାମ ଯୋଡ଼ା ଯିବା ଓ କେତେଜଣ ମହିଳାଙ୍କ ବୟସ ଆଧାର କାର୍ଡରେ ୬୦ ପୂରିଥିବା ସ୍ଥଳେ ଭୋଟର ପରିଚୟ ପତ୍ରରେ ୬୦ ତଳକୁ ରହିଛି। ଏପରି ସ୍ଥଳେ ସେହି ମହିଳାମାନେ ନା ସୁଭଦ୍ରା ଯୋଜନାରେ ନିଜକୁ ସାମିଲ କରି ସରାକାରୀ ଯୋଜନା ହାତେଇ ପାରୁଛନ୍ତି ନା ବାର୍ଦ୍ଧକ୍ୟ ଭତ୍ତା। ସେହିପରି ବିଭିନ୍ନ ଆଧାର ଓ ଜନସେବା କେନ୍ଦ୍ରରେ ଅସମ୍ଭବ ଭିଡ଼କୁ ଦେଖି ସ୍ବାଇଁ ତାଙ୍କ ପଞ୍ଚାୟତର ଡାକଘରେ ଏହି ସୁବିଧା ଯୋଗାଇ ଦେଇ ମହିଳାମାନଙ୍କ ସମସ୍ୟା ଦୂର କରିବାକୁ ନିବେଦନ କରିଛନ୍ତି। ନିଜ ପଞ୍ଚାୟତରେ ୧ହଜାରରୁ ବେଶି ମହିଳା ବା ୨୧ ବର୍ଷରୁ ଊର୍ଦ୍ଧ୍ୱ ବୟସର ଯୁବତୀମାନେ ଏହି ଯୋଜାନରେ ଅନ୍ତର୍ଭୁକ୍ତ ହେବାକୁ ରହିଛନ୍ତି। ତେବେ ଡାକଘରେ ସେହି ସୁବିଧା ଯୋଗାଇବା ନିମନ୍ତେି ସେ ଜିଲାପାଳଙ୍କୁ ନିବେଦନ କରି ସହଯୋଗ ଚାହିଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri