ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, ନୂଆପଡା ଓ ପଡୋଶୀ ଛତିଶଗଡ଼ ସୀମାକୁ ଲାଗି ରହିଛି। ତେବେ ବିଗତ କିଛି ବର୍ଷ ମଧ୍ୟରେ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅନାଧିକୃତ ଭାବେ ଜଙ୍ଗଲ ମାଫିଆ ପ୍ରବେଶ କରି ଜଙ୍ଗଲର ସବୁଜିମାପୂର୍ଣ୍ଣ ଅଞ୍ଚଳକୁ ନଷ୍ଟ କରୁଛନ୍ତି। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବାଧରେ ମକାଚାଷ କରି ପ୍ରତିବର୍ଷ ହଜାର ହଜାର ହେକ୍ଟର ଜଙ୍ଗଲକୁ ନଷ୍ଟ କରି ପଦା କରି ଦେଉଛନ୍ତି।

ଏନେଇ ସାହାଜଖୋଲ ଜଙ୍ଗଲ ସୁରକ୍ଷା ମହାସଂଘ ଓ ଭିଏସ୍‌ଏସ୍‌ (ବନ ସୁରକ୍ଷା ସମିତି)କମିଟି ପକ୍ଷରୁ ବିଗତ ବର୍ଷରେ ଜଙ୍ଗଲ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ ଜଙ୍ଗଲ ମାଫିଆଙ୍କ ଉତ୍ପାତ କମିବାର ନାଁ ଧରୁନାହିଁ। ପ୍ରତିବର୍ଷ ସଂରକ୍ଷିତ ଜଙ୍ଗଲରେ ହେକ୍ଟର ହେକ୍ଟର ଜଙ୍ଗଲ ସଫା କରି ମକାଚାଷ କରୁଥିବା ବେଳେ ବନବିଭାଗ ଅଧିକାରୀ ନାମକୁ ମାତ୍ର ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ରହିଥିବା ଭଳି ମନେ ହେଉଛି।

ରବିବାର ଏନେଇ ଧର୍ମଗଡ ବନାଞ୍ଚଳ ବେହେରା ସେକ୍ସନ ଗୋତମୁଣ୍ଡା ବିଟ ଅଞ୍ଚଳରେ ସାହାଜଖୋଲ ଜଙ୍ଗଲ ସୁରକ୍ଷା ମହାସଂଘ ପକ୍ଷରୁ ଏକ ବୈଠକ ପାଣିନାଲା ଜଙ୍ଗଲ ନିକଟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଥମେ ସାହାଜଖୋଲ ଜଙ୍ଗଲର ଅଧିଷ୍ଠାତ୍ରୀ ଦେବୀ ମା’ ସର୍ବମଙ୍ଗଳା ଘାଟିମୁଣ୍ଡିଆଣିଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।

ବୈଠକର ସଭାପତି ଜଙ୍ଗଲ ସୁରକ୍ଷା କମିଟିର ଅସ୍ଥାୟୀ ସଭାପତି ବେଣୁଧର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଆମପାଣି ଯୋନ ଜିଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ମୁଖ୍ୟବକ୍ତା ଭାବେ ଭିଏସ୍‌ଏସ୍‌ କମିଟି ସଭାପତି ଭଜମନ ନାଏକ, ସମ୍ମାନିତ ଅତିଥି ଭାବେ ସାନପୋଡ଼ାଗୁଡ଼ା ସରପଞ୍ଚ ଜୟରାମ ନାଗ, ସୁଧୀର ବାଗ, ଲିଙ୍ଗରାଜ ନାଏକ, କୁଶଧ୍ୱଜ ନାଏକ, ସୁବାସ ଖର୍ସେଲ, ଭରତ ମାଝୀ, ପୂର୍ବତନ ସଭାପତି ଭୁଜବଲ ସୋରି, ତ୍ରିନାଥ ପୋଟା, ତ୍ରିନାଥ ପୂଝାରି, କୁମରମଣି ବାଗ, ନକୁଳ ନାଏକ, ରଘୁନାଥ ନାଏକ, ନେତ୍ରମଣି ନାଏକ, ଗଜିନ୍ଦ୍ର ଧ. ମାଝୀ, ଶୁକଚନ ଚଲାନ, ଡମ୍ବରୁ ମାଝୀ, ସଞ୍ଜୟ କାଣ୍ଡ, ସମାଜସେବୀ ହିମାଞ୍ଚଳ ପୂଝାରି ଓ ଶତାଧିକ ଜଙ୍ଗଲ ସୁରକ୍ଷା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଗାମୀ ଦିନରେ ସାହାଜଖୋଲ ଜଙ୍ଗଲର ସୁରକ୍ଷା ନେବାପାଇଁ ଶପଥ ନେଇଥିଲେ।

ଏହି ବୈଠକରେ ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ନୂତନ କମିଟି ଗଠନ କରାଯାଇଥିଲା। ଏହି କ୍ରମରେ ୫୨ଟି ଭିଏସ୍‌ଏସ୍‌ କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଆଦିବାସୀ ଯୁବନେତା ହେମନ୍ତ କୁମାର ମାଝୀ, ଉପସଭାପତି ତ୍ରିନାଥ ପୋଟା, କାର୍ଯ୍ୟକାରୀ ସଭାପତି ଭବେଶ ଗଇନ୍ତା, ସମ୍ପାଦକ ଭାବେ ଭଜମନ ନାଏକ, ସହସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୂଝାରି, ସାଙ୍ଗଠନିକ ସମ୍ପାଦକ ନିରଞ୍ଜନ ବାଗ, ସାଙ୍ଗଠନିକ ସମ୍ପାଦିକା ହେମାଙ୍ଗିନି ହଂସ, କୋଷାଧ୍ୟକ୍ଷ ଭୁଜବଲ ସୋରି ପ୍ରମୁଖ ନୂତନ ଭାବେ କର୍ମକର୍ତ୍ତା ରୂପେ ମନୋନୀତ ହୋଇଛନ୍ତି। ଧର୍ମଗଡ଼ ବନାଞ୍ଚଳ ବେହେରା ଓ ଆମପାଣି ସେକ୍ସନ ଜଙ୍ଗଲ ସୁରକ୍ଷା ପାଇଁ ଆଗାମୀ ଦିନରେ ଭିଏସ୍‌ଏସ୍‌ କମିଟି ସହ ମିଳିତ ଭାବେ ପ୍ରାଣପଣେ ଚେଷ୍ଟା ଜାରି ରଖିବୁ ବୋଳି ନୂତନ ଭାବେ ମନୋନୀତ କର୍ମକର୍ତ୍ତାମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri