କିଶୋରୀ ମେଳାରେ ପୋଷଣ ଅଭିବୃଦ୍ଧିକୁ ଗୁରୁତ୍ୱ

ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): ଦିନକୁ ଦିନ ଖାଦ୍ୟ ଗ୍ରହଣରେ ପରିବର୍ତ୍ତନ ଯୋଗୁ ଶିଶୁଙ୍କ ସମେତ କିଶୋରୀମାନେ ଅନେକ ସମୟରେ ଅପପୁଷ୍ଟିର ଶିକାର ହୋଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟହାନି ଯୋଗୁ ଶରୀରର ବିକାଶ ହେଉନାହିଁ। ଏହାର ନିରାକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ପୋଷଣର ଅଭିବୃଦ୍ଧି ଓଡ଼ିଶା ସରକାରଙ୍କ ଅଭିଯାନ ମାଧ୍ୟମରେ କିଶୋରୀ ମେଳାରେ କିଶୋରୀଙ୍କୁ ସାମିଲ କରାଇ ସମସ୍ୟାର ସମାଧାନ ତଥା ଅପପୁଷ୍ଟି ରୋକିବା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ୨୫ ପଞ୍ଚାୟତ ଅଞ୍ଚଳରେ ରହିଥିବା ଶତାଧିକ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅଧୀନରେ ରହିଥିବା କିଶୋରୀମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରରେ କରାଯାଉଥିବା କିଶୋରୀ ମେଳାରେ ସାମିଲ କରାଯାଉଛି। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ଉଚ୍ଚତା ମାପ, ଓଜନ, ହିମୋଗ୍ଲୋବିନ ଯାଞ୍ଚ କରାଯାଇ ଔଷଧ ମାଗଣା ଯୋଗାଇ ଦିଆଯିବା ସହ ୧୮ରୁ ୧୯ କିଶୋରୀଙ୍କୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିଆଯାଉଥିବା ବୁଟ ଭଜା, ଅଣ୍ଡା, ପୌଷ୍ଟିକ ମୁଢ଼ି ଏବଂ ୧୪ରୁ ୧୮ ବୟସର କିଶୋରୀଙ୍କୁ ବାଦାମ ଲଡ଼ୁ, ଛତୁଆ, ଅଣ୍ଡା ପ୍ରଦାନ କରାଯାଉଛି ଏହାକୁ ସମସ୍ତ କିଶୋରୀ ଖାଇବାକୁ ପରାମର୍ଶ ଦିଆଯିବା ସହ ସରକାର ଦେଉଥିବା ଖାଦ୍ୟରେ ପୃଷ୍ଟି ଅଧିକ ରହୁଥିବା କୁହାଯାଇଛି। ଏହି ଅବସରରେ କିଶୋରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ତଥା ରଙ୍ଗୋଲି, ଝୁଟି, ମ୍ୟୁଜିକ୍‌ ଚେୟାର ଆଦି ପ୍ରତିଯୋଗିତା କରାଯାଇ କୃତୀ କିଶୋରୀଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଉଛି। ଏହି କ୍ରମରେ ଶନିବାର ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସମନ୍ବିତ ଶିଶୁ ବିକାଶ ଯୋଜନା ପକ୍ଷରୁ ସିଡିପିଓ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ନେତୃତ୍ୱରେ ସୁପରଭାଇଜର ଅନ୍ନପୂର୍ଣ୍ଣା ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଇନଚାର୍ଜ ରତ୍ନମଣି ମଲିକ ଯୋଗଦେଇ କିଶୋରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ଯୋଗାଇଦେଇଥିଲେ। ପଞ୍ଚାୟତ ଅଞ୍ଚଳରେ ରହିଥିବା ୯ଟି ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ତଥା ଝୁଲି ପଡ୍ରା, ମେନକା ପ୍ରଧାନ, ମିତା କୁମାରୀ ମାଝୀ, ଉଷାରାଣୀ ନାୟକ, ଯଶୋଦା ପ୍ରଧାନ, ବନିତା ପ୍ରଧାନ, ଟପିମା ପ୍ରଧାନ,ବିଜୟା ଲଷ୍ମୀ ପ୍ରଧାନ, ସଂଗୀତା ପ୍ରଧାନଙ୍କ ସମେତ ୯ କେନ୍ଦ୍ରର ସହାୟିକାମାନେ ଯୋଗଦେଇଥିଲେ। ଏହି ମେଳାରେ ପ୍ରାୟ ୩୦ ଜଣ କିଶୋରୀ ଯୋଗଦେଇଥିଲେ। ପ୍ରେମ ଅନୁଷ୍ଠାନର ପାତ୍ର ପ୍ରଧାନ ଯୋଗଦେଇ ସହଯୋଗ କରିଥିଲେ। ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଚଳିତ ୨୧ରୁ ଆରମ୍ଭ ହୋଇଥିବା ମେଳା ଆସନ୍ତା ମାର୍ଚ୍ଚରେ ସରିବ ବୋଲି ଜଣାପଡ଼ିଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେଉଁଠି ଅଛନ୍ତି ଅଲି ଖାମନେଇ? ଇସ୍ରାଏଲ-ଆମେରିକା ବୋମା ବର୍ଷା ଭିତରେ କେମିତି ଅଛନ୍ତି ଇରାନର ସୁପ୍ରିମ ଲିଡର

ତେହରାନ,୨୮।୨: ଇସ୍ରାଏଲ ଏବଂ ଆମେରିକା ଇରାନ ବିରୁଦ୍ଧରେ ଯୁଦ୍ଧ ଡାକ ଦେଇଛନ୍ତି। ତେହେରାନ ଏବଂ ଇରାନର ଅନ୍ୟ ଅନେକ ସହରରେ ବିସ୍ଫୋରଣ ଶୁଣାଯାଇଛି। ଇରାନର ରାଜଧାନୀ ଉପରେ…

ଯୌନଶୋଷଣ ନିରୋଧ ଆଇନ ସଚେତନତା

ପୁରୁଷୋତ୍ତମପୁର,୨୮ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଶନିବାର ଯୌନଶୋଷଣ ନିରୋଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ…

ଲୁକ୍କାୟିତ ପ୍ରତିଭା ବିକାଶ ପାଇଁ ଆଗକୁ ଆସିଲେ ଜନଜାତି ମହିଳା

ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): ଆସନ୍ତା ମାର୍ଚ୍ଚ ୮ରେ ମହିଳା ପାଳନ କରିବେ ବିଶ୍ୱ ମହିଳା ଦିବସ। ଏଥିପାଇଁ ଏବେଠାରୁ ଗାଁଠାରୁ ଦାରିଙ୍ଗବାଡ଼ି ସହର ପର୍ଯ୍ୟନ୍ତ ଚଳଚଞ୍ଚଳ। ଦାରିଙ୍ଗବାଡ଼ି ପଞ୍ଚାୟତ…

ସୁନାରେଟ୍‌ରେ ବଡ଼ ବିସ୍ଫୋରଣ! ଯୁଦ୍ଧ ଭିତରେ ୨୩ହଜାର ବଢିଯିବ ଦର

ନୂଆଦିଲ୍ଲୀ,୨୮।୨: ଆମେରିକା ଇରାନ ଉପରେ ଆକ୍ରମଣ କରିଛି। ଏହି ସମୟରେ, ଇସ୍ରାଏଲ ମଧ୍ୟ ମଧ୍ୟପ୍ରାଚ୍ୟ ଦେଶ ବିରୋଧରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଇରାନ ଆକ୍ରମଣ କରି ପ୍ରତିଶୋଧ…

ଥାଲାପତି ବିଜୟ ହେବେ ମୁଖ୍ୟମନ୍ତ୍ରୀ…ଛାଡପତ୍ର ବିବାଦ ଭିତରେ ଆସିଲା ବଡ଼ ଖବର!

ମୁମ୍ୱାଇ: ତାମିଲ ସିନେମାର ସୁପରଷ୍ଟାର ଥାଲାପତି ବିଜୟ ବର୍ତ୍ତମାନ ବିବାଦରେ ଘେରି ରହିଛନ୍ତି। ତାଙ୍କର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ସବୁବେଳେ ଖବରର ଶିରୋନାମା ପାଲଟିଛି। ପ୍ରଥମେ,…

ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ନିଆଁବାଣ ପ୍ରଭାତ ବିଶ୍ୱାଳ, ଏକପାଖିଆ ନିଷ୍ପତ୍ତି କହି…

ଭୁବନେଶ୍ୱର,୨୮ା୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି, ଯିଏ ଦଳ ପାଇଁ…

ଏହି ଅଭିନେତ୍ରୀଙ୍କ ଯୋଗୁ ଭାଙ୍ଗିଗଲା ଥଲାପତି ବିଜୟଙ୍କ ଘର: ବଢୁଛି ଚର୍ଚ୍ଚା

ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାର ପରିସରକୁ ଆସିଛି। ତାଙ୍କ ସ୍ତ୍ରୀ ସଙ୍ଗୀତା ସୋର୍ନାଲିଙ୍ଗମ ଅଭିନେତାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଚେଙ୍ଗାଲପଟୁ…

ଗର୍ଭବତୀଙ୍କୁ ମିଳିବ ୫୦୦୦ ଟଙ୍କା: ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୮।୨: ପ୍ରତ୍ୟେକ ମାତାପିତା ନିଜ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିନ୍ତିତ। ମାତାପିତାମାନେ ସେମାନଙ୍କ ପିଲାମାନଙ୍କ ଶିକ୍ଷାଠାରୁ ଆରମ୍ଭ କରି ସେମାନଙ୍କ ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ସବୁକିଛି ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri