Posted inଖେଳ

କୋହଲିଙ୍କ ନାଁରେ ‘ଫେକ୍‌ ଫିଲ୍ଡିଂ’ ଅଭିଯୋଗ ଆଣିଲେ ବାଂଲାଦେଶ ଉଇକେଟ୍‌ କିପର

ଆଡିଲେଡ,୩।୧୧: ଟି -୨୦ ବିଶ୍ୱକପ୍‌ର ୩୫ତମ ମ୍ୟାଚରେ ଡକୱର୍ଥ-ଲୁଇସ ନିୟମ ଆଧାରରେ ଭାରତ ବାଂଲାଦେଶକୁ ପାଞ୍ଚ ରନ୍‌ରେ ପରାସ୍ତ କରିଛି। ଆଡିଲେଡରେ ହୋଇଥିବା ଏହି ବର୍ଷା ପ୍ରଭାବିତ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା। ଜିତିବା ପାଇଁ ବାଂଲାଦେଶକୁ ଶେଷ ଓଭରରେ ୨୦ ରନ ସ୍କୋର କରିବାର ଥିଲା, କିନ୍ତୁ ଅର୍ଶଦୀପ ସିଂ ମାତ୍ର ୧୪ ରନ ଦେଇଥିଲେ। ବାଂଲାଦେଶ ଏହି ପରାଜୟକୁ ସହଜରେ ଗ୍ରହଣ କରିପାରି ନାହିଁ। ଶେଷ ଓଭର ଗୁଡିକରେ ଦ୍ରୁତ ୨୫ ରନ କରି ଅପରାଜିତ ରହିଥିବା ଉଇକେଟ କିପର ବ୍ୟାଟ୍ସମ୍ୟାନ ନୁରୁଲ ହାସନ ସୋହାନ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ନୁରୁଲ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାଁରେ ‘ଫେକ୍‌ ଫିଲ୍ଡିଂ’ ଅଭିଯୋଗ କରିଛନ୍ତି।
ମ୍ୟାଚ ପରେ ନୁରୁଲ ହାସନ କହିଛନ୍ତି, ଫିଲ୍ଡ ଅମ୍ପାୟାରମାନେ ବିରାଟ କୋହଲିଙ୍କ ‘ଫେକ୍‌ ଫିଲ୍ଡିଂ’କୁ ଅଣଦେଖା କରିଛନ୍ତି। ବାଂଲାଦେଶ ଇନିଂସର ସପ୍ତମ ଓଭର ବିଷୟରେ ନୁରୁଲ ଉଲ୍ଲେଖ କରିଛନ୍ତି। କୋହଲି ଅର୍ଶଦୀପ ସିଂଙ୍କ ଥ୍ରୋକୁ କ୍ୟାଚ୍‌ ଧରି ନନ୍‌ ଷ୍ଟ୍ରାଇକର ଏଣ୍ଡକୁ ଫିଙ୍ଗିବା ଭଳି ଦର୍ଶାଇଥିଲେ। ସେ ବଲ ଧରି ପାରି ନ ଥିଲେ। ଅମ୍ପାୟାର ମାରାଇସ ଏରାସମସ କିମ୍ବା କ୍ରିସ ବ୍ରାଉନ ମଧ୍ୟ ଏହା ଦେଖି ନ ଥିଲେ। ଏପରିକି ବ୍ୟାଟ୍ସମ୍ୟାନ୍ମାନେ ମଧ୍ୟ ଏହାକୁ ଦେଖିପାରି ନ ଥିଲେ।
ଆଇସିସି ନିୟମ କ’ଣ କହୁଛି?
ଆଇସିସିର ନିୟମ ୪୧.୫ ଅନୁଯାୟୀ, ଯଦି ଏହା ଜାଣିଶୁଣି ବ୍ୟାଟ୍ସମ୍ୟାନଙ୍କ ଧ୍ୟାନକୁ ବିଭ୍ରାନ୍ତ କରେ, ପ୍ରତାରଣା କରେ କିମ୍ବା ବାଧା ଦିଏ ତେବେ ସେହି ବଲ୍‌କୁ ଏକ ଡେଡ୍‌ ବଲ ଘୋଷିତ କରାଯାଇପାରେ। ଏଥିସହ ବ୍ୟାଟିଂ ଦଳ ପେନାଲ୍ଟି ଭାବରେ ପାଞ୍ଚ ରନ ପାଇବେ।
ନୁରୁଲ କ’ଣ କହିଥିଲେ?
ନୁରୁଲ ଗଣମାଧ୍ୟମକୁ କହିଛନ୍ତି, ଯଦି ଏହି ନିଷ୍ପତ୍ତି ବାଂଲାଦେଶ ସପକ୍ଷରେ ଯାଇଥାନ୍ତା ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା। ନିଶ୍ଚିତ ଭାବରେ ପଡିଆ ଓଦା ଥିଲା ଏବଂ ଏହାର ପ୍ରଭାବ ସମସ୍ତେ ଦେଖିଥିଲେ। ସେହି ଥ୍ରୋ ବିଷୟରେ, ମୁଁ ଭାବିଲି ଏହା ଫେକ୍‌। ଆମେ ଏ ବିଷୟରେ ଆଲୋଚନା କରିଥିଲୁ। ଯଦି ତାଙ୍କ ଉପରେ ପାଞ୍ଚଟି ଜୋରିମନା ଲାଗୁ ହୋଇଥାନ୍ତା, ତେବେ ମ୍ୟାଚ ଆମ ସପକ୍ଷରେ ରହିଥାନ୍ତା, କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ହୋଇ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଝାଲିଆଗୋଛାକୁ ହରାଇଲା ହରିଗଡ଼

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ନୁଆପଲ୍ଲୀଠାରେ ରବିବାରଠାରୁ ଆରମ୍ଭ ହୋଇଛି ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ ଝାଲିଆଗୋଛା ଓ ହରିଗଡ଼ ମଧ୍ୟରେ…

ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା…

ବାଃରେ ପାକିସ୍ତାନ! ନସୀମ ଶାହଙ୍କୁ ଏକ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଦେଶ

ଇସଲାମାବାଦ,୨୯।୩: ପାକିସ୍ତାନରେ, କେବେବି କ’ଣ ଘଟିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ। ଦେଶଟି ଅଜବ ନିଷ୍ପତ୍ତି ନେବା ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାରେ ଲିପ୍ତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri