Posted inଖେଳ

ପଦକ ସଂଖ୍ୟା ୪୩ ଛୁଇଁଲା,ସ୍ବର୍ଣ୍ଣ ୧୫-ରୌପ୍ୟ ୧୧-ବ୍ରୋଞ୍ଜ ୧୭…

ବର୍ମିଂହାମ୍‌, ୭।୮ : ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ନିଜର ଦୃଢ଼ ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତର ପଦକ ସଂଖ୍ୟା ଇତିମଧ୍ୟରେ ଦଶମ ଦିନ ସୁଦ୍ଧା ୪୩ରେ ପହଞ୍ଚିଛି। ସେଥିମଧ୍ୟରେ ୧୫ ସ୍ବର୍ଣ୍ଣ, ୧୧ ରୌପ୍ୟ ଏବଂ ୧୭ ବ୍ରୋଞ୍ଜ୍‌ ପଦକ ରହିଛି।

୧୫ ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳିମାନେ ହେଉଛନ୍ତି ମିରାବାଇ ଚାନୁ, ଜେରେମି ଲାଲରିନୁଙ୍ଗା, ଅଚିଂତା ଶେଓଲି, ମହିଳା ଲନ ବଲ ଟିମ, ଟେବୁଲ ଟେନିସ ପୁରୁଷ ଦଳ, ସୁଧୀର (ପାୱାର୍‌ ଲିଫ୍ଟିଙ୍ଗ), ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ଦୀପକ ପୁନିଆ, ରବି ଦହିଆ, ଓ୍ବିନେଶ ଫୋଗାଟ, ନବୀନ, ଭାଓ୍ବିନା (ପାରା ଟେବୁଲ ଟେନିସ) ), ନୀତୁ ଘଙ୍ଗାସ, ଅମିତ ପଙ୍ଘାଲ ପ୍ରମୁଖ।

ସେହିପରି ୧୧ ରୌପ୍ୟ ପଦକ ହାସଲ କରିଥିବା ଖେଳାଳିମାନେ ହେଉଛନ୍ତି ସଙ୍କେତ ସରଗର, ବିନ୍ଦଆରାନି ଦେବୀ, ସୁଶୀଲା ଦେବୀ, ବିକାଶ ଠାକୁର, ଭାରତୀୟ ବ୍ୟାଡମିଣ୍ଟନ ଦଳ, ତୁଲିକା ମାନ, ମୂରଲୀ ଶ୍ରୀଶଙ୍କର, ଅଶୁଂ ମଲିକ, ପ୍ରିୟଙ୍କା, ଅବିନାଶ ସାବଲେ, ପୁରୁଷ ଲନ ବଲ ଟିମ ।

ଅପରପକ୍ଷରେ ୧୭ ବ୍ରୋଞ୍ଜ ପଦକ ଜିତିଥିବା ଖେଳାଳିମାନେ ହେଉଛନ୍ତି ଗୁରୁରାଜ ପୂଜାରୀ, ବିଜୟ କୁମାର ଯାଦବ, ହରଜିନ୍ଦର କୌର, ଲଭପ୍ରୀତ ସିଂ, ସୌରଭ ଘୋଷାଲ, ଗୁରୁଦୀପ ସିଂ, ତେଜସ୍ବିନ ଶଙ୍କର, ଦିବ୍ୟା କାକରନ, ମୋହିତ ଗ୍ରଓ୍ବୋଲ, ଜସ୍ମିନ, ପୂଜା ଗେହଲୋଟ, ପୂଜା ସିହାଗ, ମହମ୍ମଦ ହୁସାମୁଦ୍ଦିନ, ଦୀପକ ନେହେରା, ରୋହିତ ଟୋକସ ଏବଂ ଭାରତୀୟ ମହିଳା ହକି ଦଳ।

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ବକ୍ସିଂରେ ଭାରତ ୨ଟି ସ୍ବର୍ଣ୍ଣ ପଦକ ଜିତିଛି। ଅନ୍ତିମ ମ୍ୟାଚରେ ଭାରତୀୟ ବକ୍ସର ନୀତୁ ଘଙ୍ଗାସ ଇଂଲଣ୍ଡର ବକ୍ସରଙ୍କୁ ପରାସ୍ତ କରିଛନ୍ତି। ନୀତୁ ୪୮ କିଲୋଗ୍ରାମ ବର୍ଗରେ ୫-୦ ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ବକ୍ସର ଅମିତ ପାଙ୍ଗଲ ୪୮-୫୧ କିଲୋଗ୍ରାମ ଓଜନ ବର୍ଗର ଫ୍ଲାଇଟ ଓଜନ ମ୍ୟାଚର ଫାଇନାଲରେ ଜିତିଛନ୍ତି । ଅନ୍ତିମ ମ୍ୟାଚରେ ଅମିତ ଇଂଲଣ୍ଡର ମ୍ୟାକଡୋନାଲ୍ଡଙ୍କୁ ୫-୦ରେ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri