ଯାଜପୁର,୧୧।୬: ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ମଙ୍ଗଳବାରଠାରୁ ଅଚାନକ ଶତାଧିକ ରୋଗୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ଅଞ୍ଚଳର ଅନେକ ପଞ୍ଚାୟତର ଲୋକେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଥିବାବେଳେ ମେଡିକାଲ ପରିସରରେ ରୋଗୀ ଓ ପରିବାର ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ।ସକାଳ ସୁଦ୍ଧା ୧୫୦ରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଧର୍ମଶାଳା ଗୋଷ୍ଠୀ ସ୍ବାାସ୍ଥ୍ୟକେନ୍ଦ୍ରରେ ୩୦ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେଉଛନ୍ତି । ଯାଜପୁର ଅତିରିକ୍ତ ଜିଲାପାଳ ତାପସ ରଞ୍ଜନ ବେହୁରା ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରର ଏକ ଟିମ ପହଞ୍ଚିଛନ୍ତି।


