ଆଳୁ ସାଇତିବାକୁ ନାହିଁ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର

କୋରାପୁଟ,୧୫ା୧୦(ଅମିତାଭ ବେହେରା)ଆଳୁଚାଷ ପାଇଁ କୋରାପୁଟ ଜିଲାର ଜଳବାୟୁ ଓ ମୃତ୍ତିକା ଅତି ଉତ୍ତମ। ଜିଲାରେ ଖରିଫ ଋତୁରେ ଆଳୁଚାଷ ଭଲ ହୋଇଥାଏ। ଜୁନ ପ୍ରଥମ ସପ୍ତାହରୁ ଜୁଲାଇ ପ୍ରଥମ ସପ୍ତାହ ଯାଏ ରୋପଣ ହୋଇଥିବା ଆଳୁ ବିହନ ଚଳିତ ଋତୁରେ ପ୍ରତି ହେକ୍ଟର ପିଛା ୧୦୦ କୁଇଣ୍ଟାଲ ଅମଳ ହୋଇଛି। ଜିଲାର ୪୫୦୦ ହେକ୍ଟର ଜମିରୁ ପାଖାପାଖି ୪୫ହଜାର ଟନ୍‌ ଆଳୁ ଅମଳ ହେବା ନେଇ ଆଶା ରଖାଯାଇଛି। ତେବେ କୋରାପୁଟ ଜିଲାରେ ଆଳୁ ସାଇତିବାକୁ ସ୍ଥାନ ନାହିଁ। ଜୟପୁର ଉପଖଣ୍ଡରେ ୫ହଜାର ଟନ୍‌ ବିଶିଷ୍ଟ ଦୁଇଟି ଶୀତଳ ଭଣ୍ଡାର ଥିବା ବେଳେ କୋରାପୁଟ ଉପଖଣ୍ଡରେ ଦୁଇଟି ୫ହଜାର ଟନ ବିଶିଷ୍ଟ ଶୀତଳ ଭଣ୍ଡାର ରହିଛି। ଏହାକୁ ବାଦ୍‌ ଦେଲେ ଓଏଲ୍‌ଏମ୍‌ ପକ୍ଷରୁ କୁନ୍ଦୁଲିରେ ୧୦ ଟନ୍‌ ବିଶିଷ୍ଟ ଶୀତଳ ଭଣ୍ଡାର ଓ ଆର୍‌ଏମ୍‌ସି ପକ୍ଷରୁ ୩ଟି ଶୀତଳ ଭଣ୍ଡାର ରହିଛି। ଏଥିରୁ କୁନ୍ଦୁଲିରେ ଥିବା ଆର୍‌ଏମ୍‌ସିର ଗୋଟିଏ ହିଁ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଥିବାବେଳେ ଅନ୍ୟ ୨ଟି ଖରାପ ହୋଇ ପଡିଛି। ସେହିପରି ଦଶମନ୍ତପୁର ଅଞ୍ଚଳରେ ଡଙ୍ଗରରାଣୀ ଫାର୍ମସ ପ୍ରଡୁସର କମ୍ପାନୀ, ଲମତାପୁଟ ଅଞ୍ଚଳରେ କୋରାପୁଟ ନାରୀଶକ୍ତି ଫାର୍ମସ ପ୍ରଡ୍ୟୁସର କମ୍ପାନୀ, ସେମିଳିଗୁଡା ଅଞ୍ଚଳରେ ଆଞ୍ଚଳିକ ମହିଳା ଫାର୍ମସ ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ ୩ଟି ୩୦ ମେଟ୍ରିକ ଟନର ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରଶାସନର ଅନୁମୋଦନ ମିଳିଥିବାବେଳେ ଏଯାଏ ଅଧାପନ୍ତରିଆ ଭାବେ କାର୍ଯ୍ୟ ପଡ଼ିରହିଛି।
ଅନ୍ୟପକ୍ଷରେ ଜିଲାରେ ଆବଶ୍ୟକ ସଂଖ୍ୟକ ଶୀତଳଭଣ୍ଡାର ନ ଥିବା ଏବଂ ନିଜ ଅମଳ ଆଳୁକୁ ସାଇତି ରଖିବା ନେଇ ଚିନ୍ତାରେ ଥିବା ଚାଷୀଠାରୁ ଫାଇଦା ଉଠାଇବାକୁ ଆଳୁ ଅମଳ ହେବା ପୂର୍ବରୁ ରାଜ୍ୟ ବାହାର ବ୍ୟବସାୟୀମାନେ ଏବେଠାରୁ ଡେରା ପକାଇଲେଣି। ଚଳିତ ଖରିଫରେ ଜିଲାର ୧୦୦ ପଞ୍ଚାୟତରେ ଥିବା ୪୦୦ ଗ୍ରାମରେ ୪୫୦୦ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି। ପାଖାପାଖି ୭୫୦୦ ଚାଷୀ ରିହାତି ଦରରେ ଆଳୁ ଚାଷ କରିଛନ୍ତି। ଏହା ୮୫ରୁ ୯୦ ଦିନ ମଧ୍ୟରେ ଅମଳ ହେବା ଆରମ୍ଭ କରିଛି। ନନ୍ଦପୁର ବ୍ଲକରେ ସର୍ବାଧିକ ୧୦୬୦ ହେକ୍ଟର ଜମିରେ ଆଳୁଚାଷ ହୋଇଛି। ସେମିଳିଗଡ଼ା ବ୍ଲକରେ ୯୪୦ ହେକ୍ଟର ଲମତାପୁଟରେ ୭୬୦, ଦଶମନ୍ତପୂର ୪୪୦ କୋରାପୁଟରେ ୪୦୦, ପଟ୍ଟାଙ୍ଗିରେ ୮୦୦, ଲକ୍ଷ୍ମୀପୁର ବ୍ଲକରେ ୧୦୦ ଓ ଜୟପୁର ଉପଖଣ୍ଡରେ ୧୫୦ ହେକ୍ଟର ଜମିରେ ଖରିଫ ଆଳୁଚାଷ କରାଯାଇଛି। ଜୟପୁର ଇଗଲୁ ଓ ଡିଆର ଶୀତଳଭଣ୍ଡାରରେ ୧୦ ହଜାର ଟନ୍‌ ଆଳୁ ରଖିବାର କ୍ଷମତା ରହିଛି। ତେବେ ଏଥିରେ ଆଳୁ ରଖିବା ପୂର୍ବରୁ ଅନ୍ୟ ଜିନିଷ ତେନ୍ତୁଳି, ଗୋଲାପ ଫୁଲ ଓ ଅନ୍ୟ ସାମଗ୍ରୀ ରହିଥିବାରୁ ଏଠାରେ ଆଳୁ ରଖିବା ସମ୍ଭବ ନୁହେଁ। ସେହିପରି କୋରାପୁଟ ଉପଖଣ୍ଡରେ ରହିଥିବା ଦୁଇଟି ଶୀତଳ ଭଣ୍ଡାରରେ ୧୦ ହଜାର ଟନ୍‌ ଆଳୁ ରହିବାର କ୍ଷମତା ରହିଥିବାବେଳେ ଏଠାରେ ମଧ୍ୟ ଅନ୍ୟ ଜିନିଷ ଭର୍ତ୍ତି ହୋଇ ରହିଛି। ଆଳୁ ରଖିବାକୁ ସ୍ଥାନ ଅଭାବ ଯୋଗୁ ଏହାକୁ ସାଇତି ରଖିବା ସମ୍ଭବ ହେଉନାହିଁ। ଫଳରେ ଜିଲାରେ ଶାଗମାଛ ଦରରେ ଆଳୁ ନେବାକୁ ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼ ଓ ଆନ୍ଧ୍ରରୁ ଆସି ବ୍ୟବସାୟୀମାନେ ଚାଷୀଙ୍କୁ ପ୍ରଲୋଭିତ କରୁଛନ୍ତି। ଜିଲାର ଦଶମନ୍ତପୁର ବ୍ଲକର ପୋଡ଼ଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ସିୱାଇଏସ୍‌ଡି ପକ୍ଷରୁ ଡଙ୍ଗାରରାଣୀ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଜରିଆରେ ଆଳୁ ଚାଷ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୧ ହଜାର ୯୫୦ କେଜି ଅମଳ କରାଯାଇଛି। ଆଳୁ କେଜି ପ୍ରତି ୧୨ରୁ୧୭ ଟଙ୍କା ଦରରେ ବିକ୍ରି କରୁଥିବା ଏହାର ସଂଯୋଜକ ଆନନ୍ଦ କୁମାର ମଲ୍ଲିକ କହିଛନ୍ତି। ଏନେଇ ଜିଲା ଉଦ୍ୟାନକୃଷି ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ବାଳଙ୍କୁ ପଚାରିବାରୁ ସେ କହିଲେ, ଚାଷୀଙ୍କୁ କମ୍‌ ଦରରେ ଆଳୁ ନ ବିକିବାକୁ କୁହାଯାଉଛି। ଏବେ ବଜାରରେ ଆଳୁ କେଜି ପିଛା ୨୦ରୁ୨୫ ଟଙ୍କା ରହିଛି। ଚାଷୀଙ୍କୁ ଆଳୁ ଶୀତଳଭଣ୍ଡାରରେ ରଖିବାକୁ ପରାମର୍ଶ ଦେଉଛୁ। ତଥାପି କେତେଜଣ ଚାଷୀ ତୁରନ୍ତ ଅର୍ଥ ପାଇବାକୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଜୟପୁର ଓ କୋରାପୁଟରେ ୨୦ ହଜାର ଟନ୍‌ ଆଳୁ ରଖିବାକୁ ସ୍ଥାନ ରହିଛି। ହେଲେ ଲୋକେ ଆଳୁ ରଖିବାକୁ ନାରାଜ ବୋଲି ସେ କହିଛନ୍ତି। ଏନେଇ ହାତଗୁଡା ଗ୍ରାମର ଆଳୁଚାଷୀ ଲକ୍ଷ୍ମଣ ଖିଲ ଧନମତି ଖିଲ କହନ୍ତି, ଆଳୁ ନେବା ପାଇଁ କୋଲକତା ଓ ଆନ୍ଧ୍ରରୁ ବ୍ୟବସାୟୀମାନେ ଆସି ଜମି ପାଖରୁ ଗାଡି ଯୋଗେ ଆଳୁ ନେଇଯାଉଛନ୍ତି l ସେମାନେ ଭଲ ଆଳୁ ନେଉଛନ୍ତି , ଟିକେ ଦାଗ ଥିଲେ ନେଉନାହାନ୍ତି l ସମ୍ପୃକ୍ତ ବ୍ୟବସାୟୀମାନେ ନେଉ ନ ଥିବା ଆଳୁ ସବୁ ନଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri