ଆଳୁ ସାଇତିବାକୁ ନାହିଁ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର

କୋରାପୁଟ,୧୫ା୧୦(ଅମିତାଭ ବେହେରା)ଆଳୁଚାଷ ପାଇଁ କୋରାପୁଟ ଜିଲାର ଜଳବାୟୁ ଓ ମୃତ୍ତିକା ଅତି ଉତ୍ତମ। ଜିଲାରେ ଖରିଫ ଋତୁରେ ଆଳୁଚାଷ ଭଲ ହୋଇଥାଏ। ଜୁନ ପ୍ରଥମ ସପ୍ତାହରୁ ଜୁଲାଇ ପ୍ରଥମ ସପ୍ତାହ ଯାଏ ରୋପଣ ହୋଇଥିବା ଆଳୁ ବିହନ ଚଳିତ ଋତୁରେ ପ୍ରତି ହେକ୍ଟର ପିଛା ୧୦୦ କୁଇଣ୍ଟାଲ ଅମଳ ହୋଇଛି। ଜିଲାର ୪୫୦୦ ହେକ୍ଟର ଜମିରୁ ପାଖାପାଖି ୪୫ହଜାର ଟନ୍‌ ଆଳୁ ଅମଳ ହେବା ନେଇ ଆଶା ରଖାଯାଇଛି। ତେବେ କୋରାପୁଟ ଜିଲାରେ ଆଳୁ ସାଇତିବାକୁ ସ୍ଥାନ ନାହିଁ। ଜୟପୁର ଉପଖଣ୍ଡରେ ୫ହଜାର ଟନ୍‌ ବିଶିଷ୍ଟ ଦୁଇଟି ଶୀତଳ ଭଣ୍ଡାର ଥିବା ବେଳେ କୋରାପୁଟ ଉପଖଣ୍ଡରେ ଦୁଇଟି ୫ହଜାର ଟନ ବିଶିଷ୍ଟ ଶୀତଳ ଭଣ୍ଡାର ରହିଛି। ଏହାକୁ ବାଦ୍‌ ଦେଲେ ଓଏଲ୍‌ଏମ୍‌ ପକ୍ଷରୁ କୁନ୍ଦୁଲିରେ ୧୦ ଟନ୍‌ ବିଶିଷ୍ଟ ଶୀତଳ ଭଣ୍ଡାର ଓ ଆର୍‌ଏମ୍‌ସି ପକ୍ଷରୁ ୩ଟି ଶୀତଳ ଭଣ୍ଡାର ରହିଛି। ଏଥିରୁ କୁନ୍ଦୁଲିରେ ଥିବା ଆର୍‌ଏମ୍‌ସିର ଗୋଟିଏ ହିଁ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଥିବାବେଳେ ଅନ୍ୟ ୨ଟି ଖରାପ ହୋଇ ପଡିଛି। ସେହିପରି ଦଶମନ୍ତପୁର ଅଞ୍ଚଳରେ ଡଙ୍ଗରରାଣୀ ଫାର୍ମସ ପ୍ରଡୁସର କମ୍ପାନୀ, ଲମତାପୁଟ ଅଞ୍ଚଳରେ କୋରାପୁଟ ନାରୀଶକ୍ତି ଫାର୍ମସ ପ୍ରଡ୍ୟୁସର କମ୍ପାନୀ, ସେମିଳିଗୁଡା ଅଞ୍ଚଳରେ ଆଞ୍ଚଳିକ ମହିଳା ଫାର୍ମସ ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ ୩ଟି ୩୦ ମେଟ୍ରିକ ଟନର ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରଶାସନର ଅନୁମୋଦନ ମିଳିଥିବାବେଳେ ଏଯାଏ ଅଧାପନ୍ତରିଆ ଭାବେ କାର୍ଯ୍ୟ ପଡ଼ିରହିଛି।
ଅନ୍ୟପକ୍ଷରେ ଜିଲାରେ ଆବଶ୍ୟକ ସଂଖ୍ୟକ ଶୀତଳଭଣ୍ଡାର ନ ଥିବା ଏବଂ ନିଜ ଅମଳ ଆଳୁକୁ ସାଇତି ରଖିବା ନେଇ ଚିନ୍ତାରେ ଥିବା ଚାଷୀଠାରୁ ଫାଇଦା ଉଠାଇବାକୁ ଆଳୁ ଅମଳ ହେବା ପୂର୍ବରୁ ରାଜ୍ୟ ବାହାର ବ୍ୟବସାୟୀମାନେ ଏବେଠାରୁ ଡେରା ପକାଇଲେଣି। ଚଳିତ ଖରିଫରେ ଜିଲାର ୧୦୦ ପଞ୍ଚାୟତରେ ଥିବା ୪୦୦ ଗ୍ରାମରେ ୪୫୦୦ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି। ପାଖାପାଖି ୭୫୦୦ ଚାଷୀ ରିହାତି ଦରରେ ଆଳୁ ଚାଷ କରିଛନ୍ତି। ଏହା ୮୫ରୁ ୯୦ ଦିନ ମଧ୍ୟରେ ଅମଳ ହେବା ଆରମ୍ଭ କରିଛି। ନନ୍ଦପୁର ବ୍ଲକରେ ସର୍ବାଧିକ ୧୦୬୦ ହେକ୍ଟର ଜମିରେ ଆଳୁଚାଷ ହୋଇଛି। ସେମିଳିଗଡ଼ା ବ୍ଲକରେ ୯୪୦ ହେକ୍ଟର ଲମତାପୁଟରେ ୭୬୦, ଦଶମନ୍ତପୂର ୪୪୦ କୋରାପୁଟରେ ୪୦୦, ପଟ୍ଟାଙ୍ଗିରେ ୮୦୦, ଲକ୍ଷ୍ମୀପୁର ବ୍ଲକରେ ୧୦୦ ଓ ଜୟପୁର ଉପଖଣ୍ଡରେ ୧୫୦ ହେକ୍ଟର ଜମିରେ ଖରିଫ ଆଳୁଚାଷ କରାଯାଇଛି। ଜୟପୁର ଇଗଲୁ ଓ ଡିଆର ଶୀତଳଭଣ୍ଡାରରେ ୧୦ ହଜାର ଟନ୍‌ ଆଳୁ ରଖିବାର କ୍ଷମତା ରହିଛି। ତେବେ ଏଥିରେ ଆଳୁ ରଖିବା ପୂର୍ବରୁ ଅନ୍ୟ ଜିନିଷ ତେନ୍ତୁଳି, ଗୋଲାପ ଫୁଲ ଓ ଅନ୍ୟ ସାମଗ୍ରୀ ରହିଥିବାରୁ ଏଠାରେ ଆଳୁ ରଖିବା ସମ୍ଭବ ନୁହେଁ। ସେହିପରି କୋରାପୁଟ ଉପଖଣ୍ଡରେ ରହିଥିବା ଦୁଇଟି ଶୀତଳ ଭଣ୍ଡାରରେ ୧୦ ହଜାର ଟନ୍‌ ଆଳୁ ରହିବାର କ୍ଷମତା ରହିଥିବାବେଳେ ଏଠାରେ ମଧ୍ୟ ଅନ୍ୟ ଜିନିଷ ଭର୍ତ୍ତି ହୋଇ ରହିଛି। ଆଳୁ ରଖିବାକୁ ସ୍ଥାନ ଅଭାବ ଯୋଗୁ ଏହାକୁ ସାଇତି ରଖିବା ସମ୍ଭବ ହେଉନାହିଁ। ଫଳରେ ଜିଲାରେ ଶାଗମାଛ ଦରରେ ଆଳୁ ନେବାକୁ ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼ ଓ ଆନ୍ଧ୍ରରୁ ଆସି ବ୍ୟବସାୟୀମାନେ ଚାଷୀଙ୍କୁ ପ୍ରଲୋଭିତ କରୁଛନ୍ତି। ଜିଲାର ଦଶମନ୍ତପୁର ବ୍ଲକର ପୋଡ଼ଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ସିୱାଇଏସ୍‌ଡି ପକ୍ଷରୁ ଡଙ୍ଗାରରାଣୀ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଜରିଆରେ ଆଳୁ ଚାଷ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୧ ହଜାର ୯୫୦ କେଜି ଅମଳ କରାଯାଇଛି। ଆଳୁ କେଜି ପ୍ରତି ୧୨ରୁ୧୭ ଟଙ୍କା ଦରରେ ବିକ୍ରି କରୁଥିବା ଏହାର ସଂଯୋଜକ ଆନନ୍ଦ କୁମାର ମଲ୍ଲିକ କହିଛନ୍ତି। ଏନେଇ ଜିଲା ଉଦ୍ୟାନକୃଷି ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ବାଳଙ୍କୁ ପଚାରିବାରୁ ସେ କହିଲେ, ଚାଷୀଙ୍କୁ କମ୍‌ ଦରରେ ଆଳୁ ନ ବିକିବାକୁ କୁହାଯାଉଛି। ଏବେ ବଜାରରେ ଆଳୁ କେଜି ପିଛା ୨୦ରୁ୨୫ ଟଙ୍କା ରହିଛି। ଚାଷୀଙ୍କୁ ଆଳୁ ଶୀତଳଭଣ୍ଡାରରେ ରଖିବାକୁ ପରାମର୍ଶ ଦେଉଛୁ। ତଥାପି କେତେଜଣ ଚାଷୀ ତୁରନ୍ତ ଅର୍ଥ ପାଇବାକୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଜୟପୁର ଓ କୋରାପୁଟରେ ୨୦ ହଜାର ଟନ୍‌ ଆଳୁ ରଖିବାକୁ ସ୍ଥାନ ରହିଛି। ହେଲେ ଲୋକେ ଆଳୁ ରଖିବାକୁ ନାରାଜ ବୋଲି ସେ କହିଛନ୍ତି। ଏନେଇ ହାତଗୁଡା ଗ୍ରାମର ଆଳୁଚାଷୀ ଲକ୍ଷ୍ମଣ ଖିଲ ଧନମତି ଖିଲ କହନ୍ତି, ଆଳୁ ନେବା ପାଇଁ କୋଲକତା ଓ ଆନ୍ଧ୍ରରୁ ବ୍ୟବସାୟୀମାନେ ଆସି ଜମି ପାଖରୁ ଗାଡି ଯୋଗେ ଆଳୁ ନେଇଯାଉଛନ୍ତି l ସେମାନେ ଭଲ ଆଳୁ ନେଉଛନ୍ତି , ଟିକେ ଦାଗ ଥିଲେ ନେଉନାହାନ୍ତି l ସମ୍ପୃକ୍ତ ବ୍ୟବସାୟୀମାନେ ନେଉ ନ ଥିବା ଆଳୁ ସବୁ ନଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri