ନୂଆହାଟ ପାଟ ଚାଷୀଙ୍କ ଦୁଃଖ ପାଲଟିଛି

ଡେରାବିଶ, ୧୪ା୬ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ତହସିଲ ଅଧୀନ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ନୂଆହାଟ ପାଟ ଚାଷୀଙ୍କ ପାଇଁ ଦୁଃଖ ପାଲଟିଛି। ଏହି ପାଟରେ ଥିବା ଚାଷଜମିରେ ବର୍ଷବର୍ଷ ଧରି ଫସଲ ନ ହେବା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ଖରିଫ୍‌ ଚାଷ ସମୟରେ ବର୍ଷାଜଳ ପାଟ ଜମିରୁ ନିଷ୍କାସନ ନ ହୋଇ ଦୀର୍ଘଦିନ ଧରି ରହିବା ଫଳରେ ବାରମ୍ବାର ବ୍ୟାପକ ଫସଲହାନି ହୋଇ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି ଗଁାର ଚାଷୀ ଶେଖ୍‌ ରହେମତୁଲ୍ଲା କହିଛନ୍ତି। ଚାଷ ଜମିରେ ଫସଲ ନଷ୍ଟ ସାଙ୍ଗକୁ ରାଜସ୍ବ ବିଭାଗର ଜଳକର ଆଦାୟ ଚାଷୀଙ୍କ ଆର୍ଥିକ ଅବସ୍ଥାକୁ ଦୁର୍ବଳ କରି ପକାଇଛି। ଏ ସମ୍ପର୍କରେ ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ନୂଆହାଟ ଗ୍ରାମର ଚାଷୀମାନେ ଦାବି କରି ଆସୁଛନ୍ତି। ଏ ସମ୍ପର୍କରେ ନୂଆହାଟ ଗ୍ରାମର ଅଗ୍ରଣୀ ଚାଷୀ ଝରି ପ୍ରଧାନ କହିଛନ୍ତି, ୧୯୮୯-୯୦ ଚକବନ୍ଦୀ ହେବାରୁ ଖାଲପାଟ ଜମିରେ ଜଳକର ଧାର୍ଯ୍ୟ ହେଲା। ଏହି ପାଟଟି ଜଳସମ୍ପଦ ବିଭାଗର କଟକ ନର୍ଥ ଡିଭିଜନ୍‌ ଅନ୍ତର୍ଗତ କେନ୍ଦୁପାଟଣା ଉପଖଣ୍ଡ ଅଧୀନରେ ଥିବା ୮(୨) କେନାଲର ଶେଷ ଭାଗରେ ରହିଛି। ତେବେ ପରେ ସରକାର ଘୋଷଣା କଲେ ଖାଲପାଟ ଜମିରେ ଜଳକର ଧାର୍ଯ୍ୟ ହେବ ନାହିଁ ବୋଲି ପ୍ରଧାନ କହିଥିଲେ। ସେଥିପାଇଁ ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର, ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଆର୍‌ଆଇଙ୍କ ମିଳିତ ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ରିପୋର୍ଟ ପାଇବା ପରେ ତତ୍କାଳୀନ ଜିଲାପାଳ ଚିଠି ନଂ.୬୯୯ ତା୨୫ା୫ା୨୦୦୬ରେ ଖାଲପାଟ ଜମିର ଜଳକର ଛାଡ଼ କରି ଚାଷୀଙ୍କୁ ପାଉତି ଦେବାକୁ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ ଆର୍‌ଆଇ ସମ୍ପୃକ୍ତ ପାଟରେ ଥିବା ଖାଲ ଜମି ଉପରେ ନିର୍ଭରଶୀଳ ଥିବା ଚାଷୀଙ୍କୁ ଜଳକର ଛାଡ଼ କରି ପାଉତି ପ୍ରଦାନ କଲେ। ୧୦୦ ଟଙ୍କାରୁ ଅଧିକ ଟଙ୍କାର ଜଳକର ଛାଡ଼ କ୍ଷମତା ଜିଲାପାଳଙ୍କର ନ ଥିବାରୁ ଏ ସମ୍ବନ୍ଧରେ ଚାଷୀମାନେ ଆର୍‌ଡିସିଙ୍କୁ ଭେଟିଥିଲେ। ଏଥିରେ କୌଣସି ସୁଫଳ ନ ପାଇବାରୁ ନୂଆହାଟ ଗ୍ରାମର ଚାଷୀମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ସମ୍ପୃକ୍ତ କେସ୍‌ରେ ପକ୍ଷ ଥିବା ତହସିଲଦାର ହାଇକୋର୍ଟରେ ହାଜର ହୋଇ ତାରିଖ ପରେ ତାରିଖ ଗଡ଼ାଇ ଚାଲିଛନ୍ତି। ଫଳରେ ଚାଷୀଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଧାନଙ୍କ ସମେତ ନୂଆହାଟ ଗ୍ରାମର ଶତାଧିକ ଚାଷୀ ନିଜ ଚାଷଜମିରୁ ଫସଲ ପାଇବା ପାଇଁ ଦାବି ଜଣାଇ ଆସୁଥିଲେ ମଧ୍ୟ ଏ ଦିଗରେ ପ୍ରଶାସନର କୌଣସି ପଦକ୍ଷେପ ନେଉ ନ ଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏ ସମ୍ପର୍କରେ ଡେରାବିଶ ତହସିଲଦାର ଅକ୍ଷୟ ପରିଡାଙ୍କୁ ପଚାରିବାରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ନୂଆହାଟ ପାଟରେ ଥିବା ଖାଲ ଜମିଗୁଡ଼ିକ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜଳକର ଛାଡ଼ କରିବାକୁ ସମ୍ପୃକ୍ତ ଆର୍‌ଆଇ ସର୍କଲରେ ଆବେଦନ ଫର୍ମ ଦିଆଯାଇଛି। ଯେଉଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବେ ସେମାନେ ଆବେଦନ ଫର୍ମ ମାଧ୍ୟମରେ ଆବେଦନ କଲେ ଏ ସମ୍ପର୍କରେ ଜିଲାପାଳଙ୍କ ନିକଟକୁ ସେ ରିପୋର୍ଟ ପ୍ରଦାନ କରିବେ। ଜିଲାପାଳଙ୍କ ସୁପାରିସ କ୍ରମେ ବିଭାଗୀୟ ସଚିବଙ୍କ ଅନୁମୋଦନ ପରେ ସମ୍ପୃକ୍ତ ପାଟର କ୍ଷତିଗ୍ରସ୍ତ ଚାଷୀମାନଙ୍କ ଜଳକର ଛାଡ଼ ହୋଇପାରିବ। ତେବେ ଏଯାଏ ନୂଆହାଟ ଗ୍ରାମର ୨ଜଣ ଚାଷୀଙ୍କୁ ଛାଡ଼ି ଦେଲେ କୌଣସି ଚାଷୀ ଏ ସଂକ୍ରାନ୍ତରେ ଆବେଦନ କରିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତ୍ନୀଙ୍କଠାରୁ ଅଲଗା ହେବେ ଗୌରବ ଖନ୍ନା! ପ୍ରଶଂସକଙ୍କ ବଢ଼ିଲା ଚିନ୍ତା 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ବିଜେତା ତଥା ଅଭିନେତା ଗୌରବ ଖନ୍ନା। ଶୋ’ରେ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ନେଇ ସେ ଖବର…

ପାଇଖାନା ଯାଇଥିବା ବେଳେ ପଡ଼ିଗଲା କାନ୍ଥ, ଅକାଳରେ ଚାଲିଗଲା ଜୀବନ

ପାଇକମାଳ,୨୮ା୧( ବଡ ଶତପଥୀ) : ବରଗଡ଼ ଜିଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁରେ ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ୫ଟାରେ ପାଇଖାନା କାନ୍ଥ ପଡ଼ି ଜଣେ…

ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା, ଥୁଆମୂଳ ରାମପୁରରେ ମିଶ୍ରିତ ପ୍ରଭାବ

ଥୁଆମୂଳ ରାମପୁର, ୨୮ା୧ (ଦୁର୍ଗା କୀର୍ତ୍ତି): ରାଜ୍ୟରେ ଧାନ ବିକ୍ରିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା ପାୱାରର ଶୋଷଣ ଏବଂ ପରିବହନ କ୍ଷେତ୍ରରେ ମାତ୍ରାଧିକ ଜରିମାନା…

IPL ୨୦୨୬ରେ ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ: ତାଲିକାରେ ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ

ମୁମ୍ବାଇ,୨୮ା୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ‘ରେଜିଷ୍ଟର୍ଡ ଆଭେଲେବଲ୍ ପ୍ଲେୟାର…

ଯୋଗାଣ ମନ୍ତ୍ରୀଙ୍କ କଡ଼ା ତାଗିଦ, ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ ଦେଢ଼ଗୁଣା…

ଭୁବନେଶ୍ବର,୨୮ା୧:  ମୃତକଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ କଡ଼ା ତାଗିଦ କଲେ ଯୋଗାଣ ମନ୍ତ୍ରୀ । ମୃତକଙ୍କ ନାଁରେ ଚାଉଳ ଉଠାଉଥିଲେ ଆକ୍ସନ୍ ହେବ କହିଛନ୍ତି କୃଷ୍ଣଚନ୍ଦ୍ର…

୩୦ ବର୍ଷ ପରେ ଅସ୍ତ ହେବେ ଶନି, ହୋଲି ପରେ ଖୋଲିବ ଏହି ୩ ରାଶିର ଭାଗ୍ୟ

ନଅଟି ଗ୍ରହ ମଧ୍ୟରୁ ଗୋଟିଏ ଶନି ମହାରାଜଙ୍କୁ ନ୍ୟାୟ, ଶୃଙ୍ଖଳା ଏବଂ ଦାୟିତ୍ୱର କାରକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ…

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri