ନୂଆହାଟ ପାଟ ଚାଷୀଙ୍କ ଦୁଃଖ ପାଲଟିଛି

ଡେରାବିଶ, ୧୪ା୬ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ତହସିଲ ଅଧୀନ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ନୂଆହାଟ ପାଟ ଚାଷୀଙ୍କ ପାଇଁ ଦୁଃଖ ପାଲଟିଛି। ଏହି ପାଟରେ ଥିବା ଚାଷଜମିରେ ବର୍ଷବର୍ଷ ଧରି ଫସଲ ନ ହେବା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ଖରିଫ୍‌ ଚାଷ ସମୟରେ ବର୍ଷାଜଳ ପାଟ ଜମିରୁ ନିଷ୍କାସନ ନ ହୋଇ ଦୀର୍ଘଦିନ ଧରି ରହିବା ଫଳରେ ବାରମ୍ବାର ବ୍ୟାପକ ଫସଲହାନି ହୋଇ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି ଗଁାର ଚାଷୀ ଶେଖ୍‌ ରହେମତୁଲ୍ଲା କହିଛନ୍ତି। ଚାଷ ଜମିରେ ଫସଲ ନଷ୍ଟ ସାଙ୍ଗକୁ ରାଜସ୍ବ ବିଭାଗର ଜଳକର ଆଦାୟ ଚାଷୀଙ୍କ ଆର୍ଥିକ ଅବସ୍ଥାକୁ ଦୁର୍ବଳ କରି ପକାଇଛି। ଏ ସମ୍ପର୍କରେ ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ନୂଆହାଟ ଗ୍ରାମର ଚାଷୀମାନେ ଦାବି କରି ଆସୁଛନ୍ତି। ଏ ସମ୍ପର୍କରେ ନୂଆହାଟ ଗ୍ରାମର ଅଗ୍ରଣୀ ଚାଷୀ ଝରି ପ୍ରଧାନ କହିଛନ୍ତି, ୧୯୮୯-୯୦ ଚକବନ୍ଦୀ ହେବାରୁ ଖାଲପାଟ ଜମିରେ ଜଳକର ଧାର୍ଯ୍ୟ ହେଲା। ଏହି ପାଟଟି ଜଳସମ୍ପଦ ବିଭାଗର କଟକ ନର୍ଥ ଡିଭିଜନ୍‌ ଅନ୍ତର୍ଗତ କେନ୍ଦୁପାଟଣା ଉପଖଣ୍ଡ ଅଧୀନରେ ଥିବା ୮(୨) କେନାଲର ଶେଷ ଭାଗରେ ରହିଛି। ତେବେ ପରେ ସରକାର ଘୋଷଣା କଲେ ଖାଲପାଟ ଜମିରେ ଜଳକର ଧାର୍ଯ୍ୟ ହେବ ନାହିଁ ବୋଲି ପ୍ରଧାନ କହିଥିଲେ। ସେଥିପାଇଁ ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର, ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଆର୍‌ଆଇଙ୍କ ମିଳିତ ତଦନ୍ତ କରି ଜିଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ରିପୋର୍ଟ ପାଇବା ପରେ ତତ୍କାଳୀନ ଜିଲାପାଳ ଚିଠି ନଂ.୬୯୯ ତା୨୫ା୫ା୨୦୦୬ରେ ଖାଲପାଟ ଜମିର ଜଳକର ଛାଡ଼ କରି ଚାଷୀଙ୍କୁ ପାଉତି ଦେବାକୁ ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ ଆର୍‌ଆଇ ସମ୍ପୃକ୍ତ ପାଟରେ ଥିବା ଖାଲ ଜମି ଉପରେ ନିର୍ଭରଶୀଳ ଥିବା ଚାଷୀଙ୍କୁ ଜଳକର ଛାଡ଼ କରି ପାଉତି ପ୍ରଦାନ କଲେ। ୧୦୦ ଟଙ୍କାରୁ ଅଧିକ ଟଙ୍କାର ଜଳକର ଛାଡ଼ କ୍ଷମତା ଜିଲାପାଳଙ୍କର ନ ଥିବାରୁ ଏ ସମ୍ବନ୍ଧରେ ଚାଷୀମାନେ ଆର୍‌ଡିସିଙ୍କୁ ଭେଟିଥିଲେ। ଏଥିରେ କୌଣସି ସୁଫଳ ନ ପାଇବାରୁ ନୂଆହାଟ ଗ୍ରାମର ଚାଷୀମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ସମ୍ପୃକ୍ତ କେସ୍‌ରେ ପକ୍ଷ ଥିବା ତହସିଲଦାର ହାଇକୋର୍ଟରେ ହାଜର ହୋଇ ତାରିଖ ପରେ ତାରିଖ ଗଡ଼ାଇ ଚାଲିଛନ୍ତି। ଫଳରେ ଚାଷୀଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଧାନଙ୍କ ସମେତ ନୂଆହାଟ ଗ୍ରାମର ଶତାଧିକ ଚାଷୀ ନିଜ ଚାଷଜମିରୁ ଫସଲ ପାଇବା ପାଇଁ ଦାବି ଜଣାଇ ଆସୁଥିଲେ ମଧ୍ୟ ଏ ଦିଗରେ ପ୍ରଶାସନର କୌଣସି ପଦକ୍ଷେପ ନେଉ ନ ଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏ ସମ୍ପର୍କରେ ଡେରାବିଶ ତହସିଲଦାର ଅକ୍ଷୟ ପରିଡାଙ୍କୁ ପଚାରିବାରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ନୂଆହାଟ ପାଟରେ ଥିବା ଖାଲ ଜମିଗୁଡ଼ିକ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜଳକର ଛାଡ଼ କରିବାକୁ ସମ୍ପୃକ୍ତ ଆର୍‌ଆଇ ସର୍କଲରେ ଆବେଦନ ଫର୍ମ ଦିଆଯାଇଛି। ଯେଉଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବେ ସେମାନେ ଆବେଦନ ଫର୍ମ ମାଧ୍ୟମରେ ଆବେଦନ କଲେ ଏ ସମ୍ପର୍କରେ ଜିଲାପାଳଙ୍କ ନିକଟକୁ ସେ ରିପୋର୍ଟ ପ୍ରଦାନ କରିବେ। ଜିଲାପାଳଙ୍କ ସୁପାରିସ କ୍ରମେ ବିଭାଗୀୟ ସଚିବଙ୍କ ଅନୁମୋଦନ ପରେ ସମ୍ପୃକ୍ତ ପାଟର କ୍ଷତିଗ୍ରସ୍ତ ଚାଷୀମାନଙ୍କ ଜଳକର ଛାଡ଼ ହୋଇପାରିବ। ତେବେ ଏଯାଏ ନୂଆହାଟ ଗ୍ରାମର ୨ଜଣ ଚାଷୀଙ୍କୁ ଛାଡ଼ି ଦେଲେ କୌଣସି ଚାଷୀ ଏ ସଂକ୍ରାନ୍ତରେ ଆବେଦନ କରିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ବରଗଡ଼ ତହସିଲ ଅଞ୍ଚଳରେ ଅବାଧରେ ଚାଲିଛି ମାଟି ଚୋରାଚାଲାଣ, ହାତ ବାନ୍ଧି ବସିଛି ଖଣି ବିଭାଗ, ଜିଲାପାଳଙ୍କୁ…

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ ତହସିଲ ଅନ୍ତର୍ଗତ କଟାପାଲି, ବରଗାଁ ଅଞ୍ଚଳରେ ଅବାଧରେ ମାଟି ଚୋରାଚାଲାଣ ହେଉଛି। ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ଖଣି ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବା…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri