ନଗ୍ନ ଭିଡିଓ ଜାଲରେ ଫସାଇ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି…

ଧର୍ମଶାଳା,୧୪ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପୋବଳ ଗାଁର ମୁଖ୍ୟ ସାଇବର ଠକେଇର ଅଭିଯୁକ୍ତ ସରୋଜ ଜେନାଙ୍କୁ କଟକ ସାଇବର ପୋଲିସ ଗତକାଲି ଯାଜପୁର କୁଆଖିଆରୁ ଗିରଫ କରିଛି। ଗତକାଲି ବିଳମ୍ବିତ ରାତିରେ କଟକ ସାଇବର ପୋଲିସ ଏବଂ ଧର୍ମଶାଳା ପୋଲିସ ମିଳିତ ଭାବେ ସରୋଜ ଜେନାଙ୍କ ଘର ଉପରେ ଚଢ଼ାଉ କରିଥିଲା ପରେ କୁଆଖିଆ ନିକଟରୁ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ମିଳିଥିବା ସୂଚନା ଅନୁସାରେ କଟକରେ ରହୁଥିବା ଜଣେ ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ନଗ୍ନ ଭିଡିଓ ଜାଲରେ ଫସାଇ ସାଇବର ଠକମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାର ତଦନ୍ତ କରି କଟକ ସାଇବର ପୋଲିସ ପକ୍ଷରୁ ଗତ ୨୦ତାରିଖରେ ଯାଜପୁରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ସରୋଜ ପୋଲିସକୁ ଚକ୍‌ମା ଦେଖାଇ ଖସି ଯାଇଥିଲେ।

Dharitri –Odisha’s No.1 Trusted Odia Daily

Share