ନାବାଳିକା ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ ଘଟଣା: ଜେଲ୍‌ ଗଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ହାଇସ୍କୁଲରେ ଜଣେ ୭ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଉଲଗ୍ନ କରି ଭିଡିଓ ଫଟୋ ଉତ୍ତୋଳନ କରି ପରେ ଭାଇରାଲ କରିଥିବା ଘଟଣାରେ ଫେରାର ଥିବା ଏସ. ବିମଳ ଦୋରାଙ୍କୁ ବୁଧବାର ତଦନ୍ତକାରୀ ଅଧିକାରୀ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଗିରଫ କରି ଥାନା ମାମଲା ନଂ.୫୨/୨୫ ଅନୁଯାୟୀ ବ୍ରହ୍ମପୁରସ୍ଥିତ ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ଜାନୁଆରୀ ୨୭ରେ ସ୍କୁଲରେ ମଧ୍ୟାହ୍ନ ବିରତି ବେଳେ ଛାତ୍ରୀ ଜଣକ ପରିସ୍ରା ପାଇଁ ପରିସ୍ରାଗାରକୁ ଯାଇଥିବା ବେଳେ ଅଭିଯୁକ୍ତ ଏସ. ବିମଳ ଦୋରା, ପଦ୍ମନ ନାଇକ, ଏଚ. ଶିବ ରେଡ୍ଡୀ ଏବଂ ଜି.ଜଗନ୍ନାଥ ଏକ ଛୁରି ଦେଖାଇ ଛାତ୍ରୀଙ୍କୁ ଅପହୃତ କରି ଏକ ନିରୋଳା ସ୍ଥାନକୁ ନେଇ ତାଙ୍କୁ ଉଲଗ୍ନ କରିଥିଲେ। ପରେ ୨ ଜଣ ଛାତ୍ରୀଙ୍କ ହାତ ଦୁଇଟିକୁ ଧରିବା ସହ ଅନ୍ୟ ୨ ଜଣ ତାଙ୍କ ଫଟୋ ଭିଡିଓ ଉତ୍ତୋଳନ କରିଥିଲେ। ଘଟଣା କାହାରିକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇ ଛାଡି ଦେଇଥିଲେ। ପରେ ସେମାନେ ତାଙ୍କୁ ବ୍ଲାକ ମେଲିଂ କରିଥିଲେ। ଛାତ୍ରୀ ଜଣକ ଅଭିଯୁକ୍ତମାନଙ୍କ କଥାରେ ସହମତି ପ୍ରକାଶ ନ କରିବାରୁ ଅଭିଯୁକ୍ତମାନେ ଫୋନରେ ଉଠାଇଥିବା ଭିଡିଓ ଏବଂ ଫଟୋକୁ ଭାଇରାଲ କରିଦେଇଥିଲେ। ଛାତ୍ରୀଙ୍କ ବାପା ଘଟଣା ଜାଣିବା ପରେ ଫେବୃଆରୀ ୩ରେ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଆଇଆଇସି ଏତଲାକୁ ଭିତ୍ତିକରି ଅଭିଯୁକ୍ତମାନଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବା ସହ ନିଜେ ଘଟଣାର ତଦନ୍ତ କରିବା ସହ ବ୍ୟବହୃତ ଫୋନ ଜବତ କରି ଅଭିଯୁକ୍ତ ପଦ୍ମନ ନାଇକ ଏବଂ ଜି.ଜଗନ୍ନାଥ ଦୋରାଙ୍କୁ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ବିମଳ ଗିରଫ ଭୟରେ ଫେରାର ଥିଲେ। ଅନ୍ୟତମ ଅଭିଯୁକ୍ତ ଶିବ ଗାଁରୁ ଫେରାର ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri