ପାକ୍‌ ହାତରେ ଅଣୁଅସ୍ତ୍ର ବିପଜ୍ଜନକ

ଶ୍ରୀନଗର,୧୬ା୫(ପି.ଟି.): ପାକିସ୍ତାନ ନିକଟରେ ଥିବା ଅଣୁଅସ୍ତ୍ରଗୁଡ଼ିକର ନିରାପତ୍ତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି। ସେଗୁଡ଼ିକ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ)ର ପର୍ଯ୍ୟବେକ୍ଷଣରେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଭାରତୀୟ ସେନାର ଅପରେଶନ ସିନ୍ଦୂରର ସଫଳତା ପରେ ରାଜନାଥ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତ କରି ସୈନ୍ୟମାନଙ୍କ ସହ କଥା ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ଏବଂ ପାକିସ୍ତାନରେ ଥିବା ସେମାନଙ୍କ ନିୟନ୍ତ୍ରଣକାରୀ ନିଜକୁ କେଉଁଠି ସୁରକ୍ଷିତ ମଣିବା ଉଚିତ ନୁହେଁ, ଏହା ଅପରେଶନ ସିନ୍ଦୂର ସ୍ପଷ୍ଟ କରିଦେଇଛି।
ପାକିିସ୍ତାନ ଭଳି ଏକ ଦୁଷ୍ଟ ଓ ଦାୟିତ୍ୱହୀନ ରାଷ୍ଟ୍ର ହାତରେ ଆଣବିକ ଅସ୍ତ୍ର ସୁରକ୍ଷିତ କି ବୋଲି ରାଜନାଥ ସମଗ୍ର ବିଶ୍ୱ ନିକଟରେ ପ୍ରଶ୍ନ କରିଛନ୍ତି। ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଏବଂ ଅନ୍ତର୍ଜାତୀୟ ସୀମାର ସୁରକ୍ଷା ସ୍ଥିତି ଅନୁଧ୍ୟାନ ପାଇଁ ରାଜନାଥ ଜମ୍ମୁ-କଶ୍ମୀର ଯାଇଥିଲେ। ଶୀର୍ଷ ସାମରିକ ଅଧିକାରୀମାନେ ତାଙ୍କୁ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଶ୍ରୀନଗରରେ ଭାରତୀୟ ସେନାର ୧୫ତମ କର୍‌ରେ ରାଜନାଥ ମୋଟାମୋଟି ସ୍ଥିତି ଏବଂ ଫ୍ରଣ୍ଟଲାଇନ୍‌ ଯବାନମାନଙ୍କ ଯୁଦ୍ଧ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି।
ଜମ୍ମୁ-କଶ୍ମୀରରେ ଉଦ୍‌ବୋଧନ ଦେଇ ରାଜନାଥ ପାକିସ୍ତାନର ଆର୍ଥତ୍କ ସ୍ଥିତି ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ସମେତ ବାହ୍ୟ ସହାୟତା ଉପରେ କ୍ରମାଗତ ନିର୍ଭରଶୀଳତାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମାଗି ମାଗି ଏହି ଦେଶ ଏଭଳି ସ୍ଥାନରେ ପହଞ୍ଚତ୍ୟାଇଛି ଯେ, ଆପଣମାନେ କହିପାରିବେ ପାକିସ୍ତାନ ଯେଉଁଠି ଛିଡ଼ାହୁଏ, ସେହିଠାରୁ ଭିକାରିମାନଙ୍କ ଧାଡ଼ି ଆରମ୍ଭ ହୁଏ। ନିକଟରେ ଆଇଏମ୍‌ଏଫ୍‌ ପାକିସ୍ତାନକୁ ୧.୦୨୩ ବିଲିୟନ ଡଲାର ଋଣ ସହାୟତା ଦେବା ଫଳରେ ସଦ୍ୟ ଋଣ ପରିମାଣ ୨.୧ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗରିବ ଦେଶଗୁଡ଼ିକୁ ସହାୟତା ପାଇଁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଆଇଏମ୍‌ଏଫ୍‌କୁ ପାଣ୍ଠି ଯୋଗାଉଥିବାବେଳେ ପାକିସ୍ତାନ ପୁଣିଥରେ ସହାୟତା ପାଇଁ ଏହାର ଦ୍ୱାରସ୍ଥ ହୋଇଛି।
ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତ ଗତ ୭ ତାରିଖରେ ଅପରେଶନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକ୍‌ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ୯ଟି ଭିତ୍ତିଭୂମିକୁ ଧ୍ୱଂସ କରିଥିଲା। ୮, ୯ ଏବଂ ୧୦ ତାରିଖରେ ପାକିସ୍ତାନ ଭାରତର ଜନବସତି ଅଞ୍ଚଳ ଏବଂ ସାମରିକ ଘାଟିକୁ ଆକ୍ରମଣ ଉଦ୍ୟମ କରିଥିବାବେଳେ ଭାରତ ୧୦ ତାରିଖରେ ଦୂର ଲକ୍ଷ୍ୟଭେଦୀ ମିଶାଇଲ ଓ ଅନ୍ୟାନ୍ୟ ଅସ୍ତ୍ର ସହାୟତାରେ ପାକିିସ୍ତାନର ୮ଟି ଏୟାରବେସ୍‌କୁ ଟାର୍ଗେଟ କରିଥିଲା। ସେହିଦିନ ଅପରାହ୍ନରେ ୨ ଦେଶର ଡାଇରେକ୍ଟର ଜେନେରାଲ ଅଫ୍‌ ମିଲିଟାରୀ ଅପରେଶନ୍ସ (ଡିଜିଏମ୍‌ଓ) ସ୍ତରରେ ଆଲୋଚନା ହୋଇ ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?