କୋହଳ ହେବ ଆଣବିକ ଆଇନ: ୨୦୪୭ ସୁଦ୍ଧା ୧୦୦ ଗିଗାଓ୍ବାଟ୍‌ ଆଣବିକ ଶକ୍ତି ଉତ୍ପାଦନ ଲକ୍ଷ୍ୟ

ନୂଆଦିଲ୍ଲୀ,୧୯ା୪(ରଏଟର୍ସ/ଏଜେନ୍ସି):ଭାରତ ନିଜ ଆଣବିକ ଉତ୍ତରଦାୟିତ୍ୱ ଆଇନରେ ସଂଶୋଧନ ଆଣି ଏହାକୁ କୋହଳ କରିବାକୁ ଯୋଜନା ଚଳାଇଛି। ପୂର୍ବରୁ ଦେଶର କୌଣସି ଆଣିବିକ ପ୍ଲାଣ୍ଟରେ ଦୁର୍ଘଟଣା ଘଟିଲେ ଏହାର ପରିଚାଳକ ଓ ଯନ୍ତ୍ରାଂଶ ଯୋଗାଣକାରୀ ସଂସ୍ଥାକୁ ଅସୀମିତ ଭାବେ ଦାୟୀ କରାଯାଉଥିଲା। ଏଥିସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ମଧ୍ୟ ସମ୍ପୃକ୍ତ କମ୍ପାନୀକୁ ଦେବାକୁ ପଡ଼ୁଥିଲା। କିନ୍ତୁ ନୂଆ ଆଇନ ବଳରେ ଦୁର୍ଘଟଣାଜନିତ କ୍ଷତିପୂରଣ ରାଶିକୁ ସୀମିତ ରଖାଯିବ ବୋଲି ୩ଟି ସରକାରୀ ସୂତ୍ରରୁ ପ୍ରକାଶ। ୨୦୪୭ ସୁଦ୍ଧା ଭାରତର ଆଣବିକ ଶକ୍ତି ଉତ୍ପାଦନ କ୍ଷମତାରେ ୧୨ ଗୁଣା ବୃଦ୍ଧି ଘଟାଇ ଏହାକୁ ୧୦୦ ଗିଗାଓ୍ବାଟ୍‌ରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ରଖିଥିବାରୁ କେନ୍ଦ୍ର ସରକାର ଉକ୍ତ ଆଇନକୁ କୋହଳ କରିବାକୁ ଯାଉଛନ୍ତି। ଏହାଦ୍ୱାରା ଆମେରିକା ସହ ବାଣିଜ୍ୟ ଚୁକ୍ତି ଏବଂ ଭାରତ ଉପରେ ଲଗାଯାଇଥିବା ଉଚ୍ଚ ଟାରିଫ୍‌ ନେଇ ଦେଶର ମୂଲଚାଲ କ୍ଷମତା ବୃଦ୍ଧିପାଇବ ବୋଲି ମଧ୍ୟ ଆଶା କରାଯାଉଛି।
ମିଳିଥିବା ସୂଚନାନୁସାରେ, ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଥିବା ପରମାଣୁ ଶକ୍ତି ବିଭାଗ ପକ୍ଷରୁ ଏକ ଚିଠା ଆଇନ ପ୍ରସ୍ତୁତ କରାଯାଇଛି। ସେଥିରେ ସିଭିଲ୍‌ ନ୍ୟୁକ୍ଲିୟର ଲିଆବିଲିଟି ଡେମେଜ୍‌ ଆକ୍ଟ, ୨୦୧୦ର ଏକ ଗୁରୁତ୍ୱପୂର୍ଣ୍ଣ କ୍ଲଜ୍‌କୁ ବାଦ୍‌ ଦିଆଯାଇଛି। ଏହି କ୍ଲଜ୍‌ ଜରିଆରେ ପୂର୍ବରୁ ଦୁର୍ଘଟଣା
ଘଟିଲେ ଅସୀମିତ କ୍ଷତିପୂରଣ ଦେବାକୁ ସପ୍ଲାୟର୍ସଙ୍କୁ ବାଧ୍ୟ କରାଯାଉଥିଲା। ଗତ ୧୧ ତାରିଖରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କ ମନ୍ତ୍ରଣାଳୟ ସମର୍ଥିତ କାର୍ନେଜି ଇଣ୍ଡିଆ ଗ୍ଲୋବାଲ ଟେକ୍ନୋଲୋଜି ସମିଟ୍‌ରେ ଏନେଇ ସୂଚନା ଦେଇଥିଲେ। ଜୟଶଙ୍କର କହିଥିଲେ, ଭାରତକୁ ୨୦୪୭ ସୁଦ୍ଧା ୧୦୦ ଗିଗାଓ୍ବାଟ୍‌ ବେସାମରିକ ପରମାଣୁ ଶକ୍ତି ଉତ୍ପାଦନ କରିବାକୁ ହେଲେ ଆଣବିକ ଉତ୍ତରଦାୟିତ୍ୱ ଆଇନରେ ସଂଶୋଧନ ଆଣିବାକୁ ପଡ଼ିବ। କାରଣ ପ୍ରଚଳିତ ଆଇନ ଭାରତରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ପାଇଁ ଅନ୍ତର୍ଜାତୀୟ ପରମାଣୁ ଉଦ୍ୟୋଗୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରିପାରି ନାହିଁ। ନୂଆ ଆଇନ ଅନେକ ବୈଶ୍ୱିକ ପ୍ଲେୟାର୍ସଙ୍କୁ ଭାରତକୁ ଆକର୍ଷିତ କରିବ। ସେହିପରି ଡେଲୋଇଟ୍ଟେ ସାଉଥ୍‌ ଏସିଆର ଚିଫ୍‌ ଗ୍ରୋଥ୍‌ ଅଫିସର ଦେବାଶିଷ ମିଶ୍ର କହିଛନ୍ତି, ଭାରତକୁ ସ୍ବଚ୍ଛ ଆଣବିକ ଶକ୍ତି ଆବଶ୍ୟକ। ଉତ୍ତରଦାୟିତ୍ୱକୁ ସୀମିତ କରାଗଲେ ଏଦିଗରେ ସଫଳତା ମିଳିପାରେ।
ଆଇନ ଓ ନିୟମଗୁଡ଼ିକ ସହ ତାଳଦେଇ ଏ ସଂକ୍ରାନ୍ତ ସଂଶୋଧିତ ବିଧେୟକ ଜୁଲାଇରେ ହେବାକୁ ଥିବା ଆସନ୍ତା ମୌସୁମୀ ଅଧିବେଶନରେ ସଂସଦରେ ଉପସ୍ଥାପନ କରାଯାଇପାରେ ବୋଲି କୁହାଯାଉଛି। କେନ୍ଦ୍ର ସରକାର ଏହି ବିଧେୟକ ଗୃହୀତ କରାଇବା ପାଇଁ ଆଶାବାଦୀ ଥିବା ସୂତ୍ରରୁ ଜଣାପଡ଼ିଛି। ବିଶ୍ଲେଷକମାନେ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ବାଣିଜି୍ୟକ କାରବାର ୨୦୩୦ ସୁଦ୍ଧା ୧୯୧ ବିଲିୟନ୍‌ ଡଲାରରୁ ୫୦୦ ବିଲିୟନ୍‌ ଡଲାରକୁ ବୃଦ୍ଧି ଘଟାଇବା ସକାଶେ ଟ୍ରେଡ୍‌ ଡିଲ୍‌ ସ୍ବାକ୍ଷର କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେବ। ଅନ୍ୟପକ୍ଷେ ଆଟମିକ୍‌ ଏନର୍ଜି ବିଭାଗ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଆଇନ ୧୯୮୪ରେ ଭୋପାଳ ଗ୍ୟାସ୍‌ ଟ୍ରାଜେଡି ଦ୍ୱାରା ପ୍ରଭାବିତ। ଏହି ଦୁର୍ଘଟଣାରେ ୫,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀ ୟୁନିୟନ୍‌ କାର୍ବାଇଡ୍‌ କର୍ପୋରେଶନ୍‌ ମାଲିକାନାରେ ଥିବା ଉକ୍ତ ଫ୍ୟାକ୍ଟ୍ରିରେ ଘଟିଥିବା ଟ୍ରାଜେଡି ବିଶ୍ୱର ସବୁଠୁ ଘାତକ ଶିଳ୍ପ ଦୁର୍ଘଟଣା ଭାବେ ପରିଚିତ। ଏହି ମାମଲାରେ ୟୁନିୟନ୍‌ କାର୍ବାଇଡ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୧୯୮୯ରେ ୪୭୦ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ରାଜି ହୋଇଥିଲା। ୨୦୦୮ରେ ଭାରତ ଓ ଆମେରିକା ଆଣବିକ ସହଯୋଗ ବୃଦ୍ଧି ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ପାଶ୍ଚାତ୍ୟର କମ୍ପାନୀଗୁଡ଼ିକ ପାଇଁ ବର୍ତ୍ତମାନ ଭାରତରେ ଏକ ବଡ଼ ମାର୍କେଟ ଥିବାରୁ ସରକାର ଆଇନରେ ସଂଶୋଧନ ଆଣିବାକୁ ଯାଉଛନ୍ତି। ସଂଶୋଧନ ପରେ ଆଣବିକ ଶକ୍ତି ପ୍ରକଳ୍ପଗୁଡ଼ିକରେ ଭାରତୀୟ କମ୍ପାନୀଗୁଡ଼ିକର ସହଭାଗିତା ମଧ୍ୟ ବଢ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?