ଆଜି ନୂଆପଡ଼ା ଉପନିର୍ବାଚନ ଫଳାଫଳ

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ଶୁକ୍ରବାର ସକାଳ ଅର୍ଥାତ୍‌ ଆଜି ନୂଆପଡ଼ା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ୍‌ ଏବଂ ଏହାର ୩୦ମିନିଟ୍‌ ପରେ ଇଭିଏମ୍‌ ଭୋଟ ଗଣତି ଆରମ୍ଭ ହୋଇଯିବ। ନୂଆପଡ଼ା ନ୍ୟାଶନାଲ କଲେଜଠାରେ ଭୋଟ ଗଣତି କରାଯିବ। ମୋଟ ୩୫୮ ବୁଥ୍‌ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡରେ ଗଣତି କରାଯିବ। ପ୍ରତ୍ୟେକ ଟେବୁଲରେ ୩ ଜଣ ଅଧିକାରୀ ରହିବେ। ଜଣେ ଗଣତି ସହ ଅଧିକାରୀ, ଗଣତି ସୁପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର ନିଯୁକ୍ତ ହୋଇଛନ୍ତି। ଏଥିଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିରେ ୫ କମ୍ପାନୀ ସୁରକ୍ଷା ବଳ ନିଯୁକ୍ତ ହୋଇଛନ୍ତି ବୋଲି ଜିଲା ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତ୍‌ପାଲ ସିଂ ଗୁରୁବାର ସୂଚନା ଦେଇଛନ୍ତି। ଉପନିର୍ବାଚନରେ ମୋଟ୍‌ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେମାନଙ୍କ ଭିତରୁ କାହା ଉପରେ ନୂଆପଡ଼ା ବିଧାନସଭା କ୍ଷେତ୍ରର ଭୋଟର ଭରସା କରୁଛନ୍ତି ତାହା ଶୁକ୍ରବାର ସା ସୁଦ୍ଧା ସ୍ପଷ୍ଟ ହୋଇଯାଇଥିବ। ଯିଏ ବି ଏହି ଉପନିର୍ବାଚନରେ ବିଜୟୀ ହେବେ ସେ ଏହି ଆସନରୁ ନୂଆ ଚେହେରା ଭାବେ ବିଧାନସଭାକୁ ଯିବେ। ଅନ୍ୟପଟେ ଭାଜପା, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଜଣାପଡୁଛି। କିଏ ୨ ଏବଂ ୩ ନମ୍ବର ସ୍ଥାନରେ ରହୁଛି ତାହା ମଧ୍ୟ ଓଡ଼ିଶା ରାଜନୀତି ପାଇଁ ବହୁ ଗୁରୁତ୍ୱ ବହନ କରିବ। ୩ ଦଳ ଭୋଟ ସରିବା ପରେ ବିଜୟୀ ହେବେ ବୋଲି ଦାବିକରି ଆସୁଛନ୍ତି। ୨୦୨୪ ନିର୍ବାଚନ ପରେ ଓଡ଼ିଶାରେ ଭାଜପା ପ୍ରଥମ ଥର ଏକୁଟିଆ ଶାସନକୁ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାଜପା ଏହି ପ୍ରଥମ ନିର୍ବାଚନ ଲଢୁଛି। ତେଣୁ ଏକ ଭଲ ଭୋଟ୍‌ ବ୍ୟବଧାନରେ ବିଜୟୀ ହେବା ଭାଜପା ପାଇଁ ବହୁତ ଗୁରୁତ୍ୱ ରଖିବ। ୨୪ ବର୍ଷ ପରେ କ୍ଷମତାରୁ ଯିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତାଙ୍କ ଦଳ ପ୍ରଥମ ଥର ବିରୋଧୀ ଦଳ ଭୂମିକାରେ ରହି ଏହି ଉପନିର୍ବାଚନ ଲଢୁଛନ୍ତି। ଗତ ସାଧାରଣ ନିର୍ବାଚନରେ ଉକ୍ତ ଆସନ ମଧ୍ୟ ବିଜେଡି ହାତରେ ରହିଥିଲା। ତେଣୁ ବିଜେଡି ଏହି ଆସନ ନିଜ ଅକ୍ତିଆରକୁ ନେଇପାରୁଛି ନା ନାହିଁ ତାହା ମଧ୍ୟ ରାଜ୍ୟ ରାଜନୀତି ପାଇଁ ଗୁରୁତ୍ୱ ରଖୁଛି। ଅନ୍ୟପଟେ କଂଗ୍ରେସ ଏହି ଆସନରେ ଯଦି ଭଲ ପ୍ରଦର୍ଶନ କଲା ତେବେ ତାଙ୍କ ଦଳ ଉପରେ ରାଜ୍ୟର ଜନସାଧାରଣଙ୍କ ଆସ୍ଥା ବଢ଼ିବାର ଏକ ଆକଳନ ରାଜନୈତିକ ମହଲରେ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧।୨: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

ଯେବେ ପାକିସ୍ତାନ ପିଏମ ଆଗତ କରିଥିଲେ ଭାରତର ବଜେଟ, ଦେଶରେ ପଡିଥିଲା ଚହଳ!

ନୂଆଦିଲ୍ଲୀ,୧।୨: ଭାରତୀୟ ଇତିହାସର ଏକ ଆକର୍ଷଣୀୟ ଘଟଣା ଯାହା ପ୍ରଥମ ଥର ପାଇଁ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ବଜେଟ ଉପସ୍ଥାପନ…

Budget 2026: ଅର୍ଥମନ୍ତ୍ରୀଙ୍କ ‘କର୍ତ୍ତବ୍ୟ ମନ୍ତ୍ର’; ଫୋକସରେ ଗରିବ, ଅବହେଳିତ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ଏହି ପ୍ରଥମ ବଜେଟରେ ସରକାର ଗରିବ,…

Union Budget 2026-27: ଲୋକ ସଭାରେ ବଜେଟ ଭାଷଣ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରୁଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ ନୂତନ…

Budget 2026: ବଜେଟ ଉପସ୍ଥାପନ ପୂର୍ବରୁ ଚର୍ଚ୍ଚାରେ ନିର୍ମଳା ସୀତାରାମନ୍‌ଙ୍କ ବଜେଟ ଲୁକ୍‌, ଏଥର କଟ୍ଟମ କାଞ୍ଚିଭରମ

ନୂଆଦିଲ୍ଲୀ,୧।୨: ପ୍ରତିବର୍ଷ ବଜେଟରେ ଦେଶର ଧ୍ୟାନ କେବଳ ଆର୍ଥିକ ତଥ୍ୟ ଉପରେ ନୁହେଁ ବରଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ପାରମ୍ପରିକ ପୋଷାକ ଉପରେ ମଧ୍ୟ କେନ୍ଦ୍ରିତ ହୁଏ।…

ବଜେଟ ପୂର୍ବରୁ ଭରିଗଲା ସରକାରଙ୍କ ଭଣ୍ଡାର: ଜାନୁଆରୀରେ ଏତିକି କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୨: ଦେଶର ଅର୍ଥନୀତି ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଜାନୁଆରୀ ମାସରେ ମୋଟ ଦ୍ରବ୍ୟ ଓ ସେବା କର (GST) ସଂଗ୍ରହ…

ବଜେଟ୍‌ ଉପସ୍ଥାପନ ପୂର୍ବରୁ ସରିଲା ମୋଦିଙ୍କ ବୈଠକ

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ଅର୍ଥାତ୍‌ ୧ ଫେବୃଆରୀରେ ୯ମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri