ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ୍ ଗଣତି ସକାଳ ୮ଟାରୁ ଜାରି ରହିଛି। ପଞ୍ଚମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୧୮ ହଜାର ୩୯୮ ଭୋଟ୍ରେ ଆଗୁଆ ରହିଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୨୫୧୯୫ ଭୋଟ୍ ମିଳିଥିବାବେଳେ ଦ୍ୱିତୀୟ ସ୍ଥାନରେ କଂଗ୍ରେସର ଘାସିରାମ ମାଝୀଙ୍କୁ ୬୭୯୭ ଖଣ୍ଡ ଭୋଟ୍ ମିଳିଛି। ତୃତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୬୫୩୮ ଖଣ୍ଡ ଭୋଟ୍ ମିଳିଛି।
ସୂଚନାଯୋଗ୍ୟ, ମୋଟ ୩୫୮ ବୁଥ୍ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡରେ ଗଣତି ଜାରି ରହିଛି। ପ୍ରତ୍ୟେକ ଟେବୁଲରେ ୩ ଜଣ ଅଧିକାରୀ ରହିଛନ୍ତି। ଜଣେ ଗଣତି ସହ ଅଧିକାରୀ, ଗଣତି ସୁପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର ନିଯୁକ୍ତ ହୋଇଛନ୍ତି। ଏଥିଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।