ବନ୍ଧାହେଲେ ନୂଆପଡ଼ା R&B ଡିଭିଜନ୍‌ JE ସୁଶାନ୍ତ ସେଠୀ

ନୂଆପଡ଼ା,୨୪।୫(ମକାରୁ ବେମାଲ): କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ। ନୂଆପଡ଼ା R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଶନିବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ଭିଜିଲାନ୍ସର ତଥ୍ୟ ଅନୁଯାୟୀ, ସୁଶାନ୍ତଙ୍କର ଭୁବନେଶ୍ୱର ଲିଙ୍ଗିପୁର ଗଙ୍ଗୋତ୍ରୀନଗରସ୍ଥିତ ପ୍ଲଟ୍‌ ନଂ.୧୦ରେ ୬୫୦୦ ବର୍ଗଫୁଟରେ ଏକ ୩ ମହଲା କୋଠା ଓ ପ୍ଲଟ୍‌ ନଂ.୧୦/୩୯୨୦ରେ ପ୍ରାୟ ୧୫୦୦ ବର୍ଗଫୁଟରେ ଏକ ନିର୍ମାଣଧିନ କୋଠା ରହିଛି। ସେହିପରି ପୁରୀ ଜିଲା ପିପିଲି ବିଲିପଡାସ୍ଥିତ ପ୍ଲଟ୍‌ ନଂ. ୭୪୯ରେ ୧ ଏକର ଜାଗାରେ ଗୋଟିଏ ଫାର୍ମ ହାଉସ୍‌ ଓ ବିଭିନ୍ନ ସ୍ଥାନରେ ୯ଟି ମୂଲ୍ୟବାନ୍‌ ପ୍ଲଟ୍‌ ଠାବ ହୋଇଛି। ଭୁବନେଶ୍ୱରରେ ୩ଟି, ପିପିଲିରେ ୫ଟି ଏବଂ ରାୟଗଡା ଟାଉନ୍‌ରେ ଗୋଟିଏ ପ୍ଲଟ୍‌ ରହିଛି। ରେଜିଷ୍ଟର୍‌ ସେଲ୍‌ ଡିଡ୍‌ ଅନୁଯାୟୀ ପ୍ଲଟ୍‌ଗୁଡ଼ିକର ଦର ୧.୦୧ କୋଟି ରହିଛି। ହେଲେ ଏସବୁର ପ୍ରକୃତ ମୂଲ୍ୟ ଅଧିକ ହେବ। ଭିଜିଲାନ୍ସ ଟେକ୍‌ନିକାଲ ଓ୍ବିଙ୍ଗ୍‌ ପକ୍ଷରୁ କୋଠା, ପ୍ଲଟ୍‌, ଫାର୍ମ ହାଉସ୍‌ର ମୂଲ୍ୟ ହିସାବ କରାଯାଉଛି। ସେହିପରି ସୁଶାନ୍ତଙ୍କ ଘରୁ ୧୦୦ ଗ୍ରାମର ସୁନା ଅଳଙ୍କାର, ଗୋଟିଏ ଚାରି ଚକିଆ ଯାନ (କିଆ କାରେନ୍ସ), ୫ଟି ଦୁଇ ଚକିଆ ଯାନ, ଗୋଟିଏ ବେନାମି ଚାରିକଚିଆ ଯାନ (ମାରୁତି ବ୍ରିଜା) ଏବଂ ୧୦ ଲକ୍ଷ ଟଙ୍କାର ଘରୋଇ ଉପକରଣ ଠାବ ହୋଇଛି। ଏଥିସହ ସୁଶାନ୍ତଙ୍କ ବ୍ୟାଙ୍କ ଓ ଜୀବନବୀମା ଜମା ୫୫ ଲକ୍ଷ ଟଙ୍କା ଥିବା ଭିଜିଲାନ୍ସ ଟିମ୍‌ ଜାଣିବାକୁ ପାଇଛି। ଭିଜିଲାନ୍ସ ଟିମ୍‌ ସୁଶାନ୍ତଙ୍କୁ ତାଙ୍କ ବିପୁଳ ସମ୍ପତ୍ତିର ଉତ୍ସ ସଂକ୍ରାନ୍ତରେ ଅଧିକ ପଚରାଉଚରା କରୁଛି। ଯାଞ୍ଚ ଜାରି ରହିଥିବାରୁ ଆହୁରି ସମ୍ପତ୍ତି ଠାବ ହେବ ବୋଲି ସନ୍ଦେହ କରାଯାଉଛି। ୧୯୭୧ ମସିହା ମାର୍ଚ୍ଚ ୪ରେ ଜନ୍ମିତ ସୁଶାନ୍ତ ୨୦୦୪ ଫେବୃଆରୀ ୧୬ରେ କନିଷ୍ଠ ଯନ୍ତ୍ରୀ (ଠିକା) ଭାବେ ସରକାରୀ ସେବାରେ ଯୋଗଦେଇଥିଲେ। ୨୦୧୧ ମାର୍ଚ୍ଚ ୧୫ରେ ସେ କନିଷ୍ଠ ଯନ୍ତ୍ରୀ ଭାବେ ନିୟମିତ ହୋଇ ଆର୍‌ଆଣ୍ଡ୍‌ବି ରାୟଗଡା ପ୍ରକଳ୍ପ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସରେ ଅବସ୍ଥାପିତ ହୋଇଥିଲେ। ଏହାପରେ ସୁଶାନ୍ତ କନିଷ୍ଠ ଯନ୍ତ୍ରୀ ଭାବେ ଅନୁଗୋଳ ଏବଂ ଖରିଆର୍‌ (ନୂଆପଡା) ଆର୍‌ଆଣ୍ଡ୍‌ବି ଡିଭିଜନ୍‌ରେ କାର୍ଯ୍ୟ କରିଥିଲେ। ୨୦୨୩ ସେପ୍ଟେମ୍ବର ୬ରୁ ସେ ନୂଆପଡା ଆର୍‌ଆଣ୍ଡ୍‌ବିରେ କାର୍ଯ୍ୟ କରି ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri