୨ ଦଳ ପାଇଁ ପ୍ରଚାର କରୁଛନ୍ତି ‘ଢୋଲକିଆ’

ନୂଆପଡ଼ା,୨୩ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି। ପ୍ରଚାର ଅଭିଯାନକୁ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଜୋରଦାର କରିବାରେ ଲାଗିଛନ୍ତି। କିଏ ସଭା ସମିତି କରି ଭୋଟ ମାଗୁଛନ୍ତି ତ ଅନ୍ୟ କିଏ ରୋଡ୍‌ ଶୋ’ କରି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି। ଏପରି ସମୟରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ନାମରେ ଦୁଇ ଦଳର ପ୍ରଚାର ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଉଛି।
ଜାତୀୟ କଂଗ୍ରେସ ପ୍ରଥମେ ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରି ପ୍ରଚାର କାର୍ଯ୍ୟ ଜୋରଦାର କରିଛି। ଅନ୍ୟପଟେ ସ୍ବର୍ଗତ ଢୋଲକିଆ ବିଜୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢି ବିଧାୟକ ଭାବରେ ବିଜୟୀ ହୋଇଥିବାରୁ ସେହି ଅନୁସାରେ ତାଙ୍କ ପୁଅ ଜୟ ଢୋଲକିଆ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଥିଲା। ହେଲେ ସେ ଭାଜପାରେ ମିଶି ପ୍ରାର୍ଥୀ ହେବା ପରେ ବିଜେଡିର ସବୁ ଅଙ୍କ ଓଲଟପାଲଟ ହୋଇଯାଇଥିଲା। ଜୟ ପ୍ରାର୍ଥୀ ହେବା ପରେ ଢୋଲକିଆଙ୍କ ଅଧିକାଂଶ ସମର୍ଥକ ଭାଜପାରେ ଯୋଗ ଦେଲେ। କିନ୍ତୁ ଭାଜପାରେ ପୂର୍ବରୁ ଥିବା ପୁରୁଖା କାର୍ଯ୍ୟକର୍ତ୍ତା ଜୟଙ୍କୁ ସହଜରେ ଗ୍ରହଣ କରୁ ନ ଥିବା ଦେଖାଯାଉଛି। ଏହାର କାରଣ ସମ୍ପର୍କରେ ଶୁଣିବାକୁ ମିଳୁଛି, ଜୟ ଖରିଆର ରୋଡ୍‌ ନିଜ ବାସଭବନରେ ଥାଇ ସବୁ କାର୍ଯ୍ୟ କରିବା ସହ ମିଶ୍ରଣ ପର୍ବ କରୁଛନ୍ତି। କିନ୍ତୁ ଭାଜପାର ପୁରୁଖା କର୍ମକର୍ତ୍ତା ଜିଲା କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ କରୁଛନ୍ତି। ସେପଟେ ଉଭୟ କଂଗ୍ରେସ ଓ ଭାଜପା ପ୍ରାର୍ଥୀ ଘୋଷଣା କଲା ପରେ ଅନ୍ୟ ଦଳର ସମର୍ଥକମାନେ ଏହି ଦୁଇ ଦଳକୁ ଢଳିବାରେ ଲାଗିଲେ। ଏହାକୁ ଦେଖି ରାଜନୈତିକ ସମୀକ୍ଷକ ଭାଜପା ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ବୋଲି ମତ ଦେଇଥିଲେ। କିନ୍ତୁ ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥତ୍ପତ୍ର ଦାଖଲ କରିବା ସମୟରେ ଦଳର ହେଭିୱେଟ ନେତା ଆସି ନୂଆପଡ଼ାରେ ଡେରା ପକାଇବା ପରଠାରୁ ରାଜନୀତି ଦୃଶ୍ୟପଟ ବଦଳିଯାଇଛି। ବର୍ତ୍ତମାନ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଦୁଇ ପ୍ରମୁଖ ଦଳ ଭାଜପା ଓ ବିଜେଡି ସ୍ବର୍ଗତ ଢୋଲକିଆଙ୍କ ନାମରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଜୟ ତାଙ୍କ ବାପାଙ୍କ ନାମ ଧରି ପ୍ରଚାର କରୁଥିବା ବେଳେ ବିଜେଡି ସ୍ବର୍ଗତ ଢୋଲକିଆ ବିଜେଡିରେ ଥାଇ ଜିଲାର ବିକାଶ କରିଛନ୍ତି ବୋଲି କହୁଛନ୍ତି। ବର୍ତ୍ତମାନ ଉଭୟ ଦଳ ଢୋଲକିଆଙ୍କ ନାମ ନେଉଥିବାରୁ ଭୋଟର ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri