ନୂଆପଡ଼ା ଉପନିର୍ବାଚନ: ଆଜି ଯାଞ୍ଚ; ୨୪ରେ ପ୍ରତ୍ୟାହାର

ଭୁବନେଶ୍ୱର/ ନୂଆପଡ଼ା, ୨୨।୧୦ (ରବିନାରାୟଣ ଜେନା/ ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ତାହାକୁ ନେଇ ସେତିକି ରାଜନୈତିକ ଉଷ୍ମତା ବଢୁଛି। ୨୦ ତାରିଖ ସୁଦ୍ଧା ୧୯ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ପ୍ରାର୍ଥତ୍ପତ୍ର ବୁଧବାର ଯାଞ୍ଚ କରାଯିବ। କେତେଜଣଙ୍କ ପ୍ରାର୍ଥିପତ୍ର ନାକଚ ହେବ ତାହା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ପକ୍ଷରୁ ଅବଗତ କରାଯିବ। ୨୪ତାରିଖକୁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ ରଖାଯାଇଥିବାରୁ କେତେଜଣ ମଇଦାନକୁ ଓହ୍ଲାଉଛନ୍ତି ତାହା ୨୪ରେ ସ୍ପଷ୍ଟ ହେବ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ, ଭାଜପାର ଜୟ ଢୋଲ୍‌କିଆ ଓ କଂଗ୍ରେସର ଘାସିରାମ ମାଝୀ ରହିଥିବାବେଳେ ଏସ୍‌ପିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ବିଏସ୍‌ପିର ରାଜାରାମ ସାହୁ, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନା, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା ରହିଛନ୍ତି। ଏହାସହିତ ୧୧ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଆଶ୍ରୟ ମହାନନ୍ଦ, ଇଂ. ଚକ୍ରାନ୍ତ ଜେନା, ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରିଆ, ଭୁବନଲାଲ୍‌ ସାହୁ, ଲୋଚନ ମାଝୀ, ଭୁଜବଳ ଆଡ଼ବଙ୍ଗ, କିଶୋର କୁମାର ବାଗ୍‌, ଭକ୍ତବନ୍ଧୁ ଧରୁଆ, ନୀତା ବାଗ୍‌ ଏବଂ ଲକ୍ଷ୍ମୀକାନ୍ତ ତାଣ୍ଡି ନାମାଙ୍କନପତ୍ର ଦାଖଲ କରିଛନ୍ତି।

 

Dharitri – Odisha’s No.1 Odia Daily