ବରଗଡ଼,୭।୧୧(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ନୂଆପଡ଼ା ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ତେବେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ତାରିଖ ଅପରାହ୍ନ ୪ଟାରୁ ୧୧ତାରିଖ ଭୋଟ ଗ୍ରହଣ ସରିବା ପର୍ଯ୍ୟନ୍ତ ନୂଆପଡ଼ା ସୀମାନ୍ତ ବରଗଡ଼ ଜିଲାର ପାଇକମାଳ ଏବଂ ଝାରବନ୍ଧ ଅଞ୍ଚଳରେ ରହିଥିବା ୮ଟି ଦେଶୀ, ବିଦେଶୀ ମଦ ଦୋକାନ ବନ୍ଦ ରହିବ। ସେଗୁଡିକ ହେଲା, କାଦୋଗୁଛା, ଟେମରିମାଲ, ମାଣ୍ଡୋସିଲ, ନୂଆପଡ଼ା ଓ ଡଭାର ଦେଶୀ ମଦ ଦୋକାନ, ଡଭା ସେଲ୍ ସେଣ୍ଟର, ଛିନ୍ଦେଇକେଲା ଏବଂ ମାଣ୍ଡୋସିଲ ବିଅର ପାର୍ଲର । ଆସନ୍ତା ୧୪ତାରିଖ ଭୋଟ ଗଣତି ଦିନ ମଧ୍ୟ ଏହି ମଦ ଦୋକାନ ଗୁଡିକ ବନ୍ଦ ରହିବ ବୋଲି ବରଗଡ଼ ଜିଲା ଅବକାରୀ କାର୍ଯ୍ୟାଳୟର ବିଜ୍ଞପ୍ତି ସଂଖ୍ୟା – ୧୩୬୪ ତା-୭।୧୧।୨୦୨୫ରେ ସୂଚନା ଦିଆଯାଇଛି।