ନୂଆପଡ଼ା ଉପନିର୍ବାଚନ:ଜାତିଭିତ୍ତିକ ଭୋଟକୁ ପ୍ରମୁଖ ଦଳର ପ୍ରାଧାନ୍ୟ

ନୂଆପଡ଼ା,୨୮ା୧୦(ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ଗୁରୁତ୍ୱ ଦେଇ ଜାତିଭିତ୍ତିକ ଭୋଟକୁ ପ୍ରାଧାନ୍ୟ ଦେଉଛନ୍ତି। ସବୁଠାରୁ ବଡ ଭୋଟ ଆଦିବାସୀମାନଙ୍କର ଥିବାବେଳେ ଏବେ ଏସ୍‌ସି ଓ ଓବିସି ଭୋଟ ଉପରେ ନେତା ବିଶେଷ ଧ୍ୟାନ ଦେଉଛନ୍ତି। ଏହି ଜାତିଭିତ୍ତିକ ଭୋଟ ହାତେଇବା ପାଇଁ ପ୍ରମୁଖ ଦଳ ସେହି ଜାତିର ଟାଣୁଆ ନାତାମାନଙ୍କୁ ନିଜ ସପକ୍ଷକୁ ଟାଣୁଛନ୍ତି। ଭାଜପା ଓବିସି ଭୋଟ ହାତେଇବା ପାଇଁ ବିଜେଡିରେ ତିନିଥର ପ୍ରାର୍ଥୀ ହୋଇଥିବା ଟାଣୁଆ ନେତା ତଥା ଉକତ୍ଳ ଯାଦବ ମହାସଂଘର ସଚିବଙ୍କୁ ନିଜ ସପକ୍ଷରେ ନେବା ସହ ବିଜେଡିରୁ କ୍ଷମାସିଂ ନିଆଲ, ବରିଷ୍ଠ ଆଇନଜୀବୀ ଧନୀରାମ ସାହୁ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଳକର ସମେତ ବିଭିନ୍ନ ପଞ୍ଚାୟତର ଓବିସି ବର୍ଗର ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ବର୍ତ୍ତମାନର ସରପଞ୍ଚ, ସମିତି ସଭ୍ୟମାନଙ୍କୁ ନିଜ ସପକ୍ଷକୁ ଟାଣି ନେଇଛନ୍ତି। ସେମାନେ ଓବିସି ଭୋଟ ହାତେଇବା ପାଇଁ ଗାଁ ଗାଁ କ୍ୟାମ୍ପେନ କରୁଛନ୍ତି। ସେହିପରି କଂଗ୍ରେସ ଦଳରେ ଯାଦବ ସମାଜର ଜିଲା ସଭାପତି ଭରତ ଲାଲ ରାଉତ, କପିଳେନ୍ଦ୍ର ଯାଦବ ଓବିସି ଭୋଟରଙ୍କ ପାଖକୁ ଯାଇ ଭୋଟ ସାଉଁଟିବାରେ ଲାଗିଛନ୍ତି। ବିଜେଡିରେ ଥିବା ଓବିସି ଟାଣୁଆ ନେତାମାନେ ଦଳ ଛାଡି ଅନ୍ୟ ଦଳକୁ ଚାଲିଯିବାରୁ ବରଗଡ ଜିଲାରୁ ଯାଦବ ସମାଜ ଜିଲା ସଭାପତି ରାଜୁ ଘିବେଲା ଆସି ଓବିସିମାନଙ୍କୁ ପ୍ରବର୍ତ୍ତାଇବାରେ ଲାଗିଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ଓବିସି ଭୋଟ ୪୦ ହଜାରରୁ ଊର୍ଦ୍ଧ୍ୱ ରହିଥିବା ବେଳେ ସବୁ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। ଓବିସିଙ୍କୁ ପ୍ରଲୋଭନ ଦେଖାଇ ନିଜ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ନେତାଙ୍କ ପ୍ରଲୋଭନରେ ଆମେ ଯିବୁ ନାହିଁ। ଯିଏ ଜିଲାର ବିକାଶ ପାଇଁ କାର୍ଯ୍ୟ କରିବ, ସମସ୍ତଙ୍କ ଦୁଃଖସୁଖରେ ସହଭାଗୀ ହେବ ସେଭଳି ପ୍ରାର୍ଥୀଙ୍କୁ ଚୟନ କରି ଭୋଟ ଦେବୁ ବୋଲି ଜଣେ ଓବିସି ଭୋଟର କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri