ନୂଆପଡ଼ା ଉପନିର୍ବାଚନ: ସନ୍ଦେହରେ ନେତା

ନୂଆପଡ଼ା,୨୮ା୧୦(ସୁନିତ ମିଶ୍ର):ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସ୍ଥାନୀୟ ରାଜନୈତିକ ସ୍ଥିତି ସେତିକି ରୋଚକ ହେବାରେ ଲାଗିଛି। କଡ଼ା ମୁକାବିଲା ଲାଗି ପ୍ରସ୍ତୁତି ଚଳାଇଥିବା ଭାଜପା ଏବଂ ବିଜେଡିର ସ୍ଥାନୀୟ ନେତା ଓ ସେମାନଙ୍କ ଭୂମିକାକୁ ନେଇ ଅନେକେ ଏବେ ସନ୍ଦେହ ଭିତରେ ରହିଲେଣି। ଉଭୟ ଦଳର ସ୍ଥାନୀୟ ଆଗଧାଡ଼ି ନେତାଙ୍କ ଭୂମିକା କ’ଣ ହେବ ତାକୁ ଜଗୁ ଜଗୁ ୨ଦଳର ମଙ୍ଗୁଆଳମାନଙ୍କ ଅବସ୍ଥା କୁଆଡ଼େ ଖରାପ ହେଲାଣି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତୃଣମୂଳ ସ୍ତରରେ ମଧ୍ୟ ବିଜେଡି ଓ ଭାଜପାର କେତେଜଣ ଆଗଧାଡ଼ିର ନେତାଙ୍କ ଭୂମିକାକୁ ନେଇ ଗାଁ ଗହଳିରେ ଲୋକ ଆଲୋଚନା କରୁଛନ୍ତି।
ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ଯୋଗଦେବା ପରେ ନୂଆ ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ସମସ୍ୟା ସୃଷ୍ଟି ହୋଇଥିବା କଥା ପ୍ରାୟ ସମସ୍ତଙ୍କୁ ଜଣାଅଛି। ଏହା ପରେ ବିଜେଡି କେତେଜଣ ସ୍ଥାନୀୟ ନେତାଙ୍କ ମଧ୍ୟରୁ ପ୍ରାର୍ଥୀ ଦେବ ବୋଲି ସେତେବେଳେ କସରତ ଆରମ୍ଭ କରିଥିଲା। ନୂଆପଡ଼ାର ଜଣାଶୁଣା ନେତା ମନୋଜ ମିଶ୍ରଙ୍କ ନାଁ ପ୍ରାର୍ଥୀ ତାଲିକାରେ ଚର୍ଚ୍ଚାରେ ରହିଥିଲା। ସେହିପରି ବର୍ତ୍ତମାନର ନୂଆପଡ଼ାର ଜିଲା ବିଜେଡି ସଭାପତି ଥିବା ଅବନୀ ଯୋଶୀଙ୍କ ନାଁ ମଧ୍ୟ ବିଜେଡି ଶିବିରରେ ଆଲୋଚନା କରାଯାଇଥିଲା। ସେହିପରି ନୂଆପଡ଼ା ବ୍ଲକ ଚେୟାରମ୍ୟାନ ଥିବା ତାରେଶ୍ୱରୀ ସାହୁଙ୍କ ନାଁ ମଧ୍ୟ ପ୍ରାର୍ଥୀ ତାଲିକାରେ ଦଳ ରଖିଥିଲା। ହେଲେ ଜୟଙ୍କ ଭଳି ଜଣେ ଆଗଧାଡ଼ିର ନେତା ଯେତେବେଳେ ଦଳ ଛାଡ଼ି ପଳାଉଛନ୍ତି ତାଙ୍କ ବାପାଙ୍କ ଅଧୀନରେ କାମ କରୁଥିବା ନେତାମାନଙ୍କୁ କେତେଦୂର ଭରସା କରାଯାଇ ପାରିବ ତାକୁ ନେଇ ପ୍ରାର୍ଥୀ ଚୟନ ଦାୟିତ୍ୱ ପାଇଥିବା ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ତିଆରି କରିଥିଲା। ଶୁଣିବାକୁ ମିଳେ ସେହି ସମୟରେ ତାରେଶ୍ୱରୀଙ୍କୁ ଦଳ ପ୍ରାର୍ଥୀ ହେବା ନେଇ ପ୍ରସ୍ତାବ ଦେଇଥିଲା। ମାତ୍ର ତାରେଶ୍ୱରୀ ଏହି ପ୍ରସ୍ତାବ ପ୍ରତି ଅନାଗ୍ରହ ଦେଖାଇବା ସଙ୍ଗେସଙ୍ଗେ ଏହାର ଦୁଇଦିନ ପରେ ସେ ମଧ୍ୟ କୁଆଡେ ଭାଜପାରେ ଯୋଗଦେଲେ, ଯାହାକି ପ୍ରାର୍ଥୀ ଚୟନ ଦାୟିତ୍ୱ ପାଇଥିବା ନେତାଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଏସବୁ କଥାକୁ ଲକ୍ଷ୍ୟ କରି ଏପରି ଏକ ପ୍ରାର୍ଥୀ ଦେବାକୁ ବିଜେଡି ଚିନ୍ତା କଲା ଯିଏ ନିର୍ବାଚନ ଭିତରେ ଭାଜପାରେ ଯୋଗଦେବେ ନାହିଁ। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କୁ କୁଆଡ଼େ ବିଜେଡି ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଏଥିରେ ରାଜି ହୋଇ ନ ଥିଲେ ବୋଲି ଶୁଣିବାକୁ ମିଳୁଛି। ଶେଷରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦଳ ପ୍ରାର୍ଥୀ କଲା। ହେଲେ ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେଡିର ଆଗଧାଡ଼ି ନେତା ମନୋଜ ମିଶ୍ର ଏବଂ ଅବନୀ ଯୋଶୀଙ୍କ ଗତିବିଧି ଉପରେ ରାଜ୍ୟସ୍ତରରୁ ଆସିଥିବା ନେତାମାନେ ସନ୍ଦେହ କରୁଛନ୍ତି ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। କୋମନା ବ୍ଲକ ଅନ୍ତର୍ଗତ ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ବିଜେଡି ଏବେ ନିଜର କ୍ୟାମ୍ପ ଅଫିସ କରିଛି। ଜଣେ ବିଜେଡି ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ମନୋଜ ଏବଂ ଅବନୀଙ୍କ ରାଜନୈତିକ ଗତିବିଧି ଉପରେ ପ୍ରଣବ ପ୍ରକାଶ ଦାସ (ବବି) ସମ୍ପୂର୍ଣ୍ଣ ନଜର ରଖିଛନ୍ତି। ହେଲେ ଉଭୟ ସ୍ଥାନୀୟ ନେତା କୁଆଡ଼େ ଭାଜପା ସହ ଭିତିରି ବୁଝାମଣାରେ ରହିଥିବା ଆମ ଦଳର ନେତାମାନେ ଜାଣି କି ମଧ୍ୟ କିଛି କରି ପାରୁ ନ ଥିବା ସେ କହିଛନ୍ତି। ଆଗକୁ ଉଭୟଙ୍କ ଭୂମିକାରେ ପରିବର୍ତ୍ତନ ଯେ ନ ଆସିବ ସେ କଥାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି।
ବିଜେଡି ଭଳି ଭାଜପାରେ ମଧ୍ୟ ସମାନ ଅବସ୍ଥା। ଜୟଙ୍କୁ ଭାଜପା ପ୍ରାର୍ଥୀ କରିବା ପରେ ଶାସକ ଦଳରୁ ଟିକେଟ ଆଶାରେ ରହୁଥିବା ତିନି ବରିଷ୍ଠ ନେତା ବସନ୍ତ ପଣ୍ଡା, ପ୍ରସନ୍ନ କୁମାର ପାଢ଼ୀ ଏବଂ ଯଦୁମଣି ପାଣିଗ୍ରାହୀଙ୍କ ଭୂମିକାକୁ ନେଇ ତାଙ୍କ ଦଳରେ ଆଲୋଚନା ଜୋର୍‌ ଧରିଛି। ଦୀର୍ଘ ଦିନ ହେବ ଭାଜପା ସଂଗଠନ ନୂଆପଡ଼ା ଜିଲାରେ ବୃଦ୍ଧି କରିବା ଲାଗି ବସନ୍ତ, ପ୍ରସନ୍ନ ଏବଂ ଯଦୁମଣି ଅନେକ ପରିଶ୍ରମ କରି ଆସିଛନ୍ତି। ରାଜ୍ୟରେ ଭାଜପା ଯେତେବେଳେ ଶାସନକୁ ଆସିଲା ଏମାନେ ନିଜର ରାଜନୈତିକ ଭବିଷ୍ୟତକୁ ଆଗକୁ ବଢ଼ାଇବାର ସୁଯୋଗ ପାଇବେ ବୋଲି ଆଶା ରଖିଥିଲେ। ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଦଳୀୟ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଲା। ହେଲେ ଦୀର୍ଘ ବର୍ଷ ଧରି ସେମାନେ ଯାହା ବିରୋଧରେ ନୂଆପଡ଼ାରେ ସଂଗଠନ କରୁଥିଲେ ତାଙ୍କ ପରିବାରରୁ ଜଣଙ୍କୁ ଦଳ ପ୍ରାର୍ଥୀ କରିବା କଥାକୁ ସେମାନେ କୁଆଡ଼େ ସହଜେ ଗ୍ରହଣ କରି ପାରି ନାହାନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏମିତି ହୋଇଛି, ଜୟ ଭାଜପାକୁ ଆସିବା ସଙ୍ଗେ ସଙ୍ଗେ ତାଙ୍କ ବାପାଙ୍କ ସହିତ ତୃଣମୂଳସ୍ତରରେ କାମ କରୁଥିବା ଅନେକ ନେତା ବି ଶାସକ ଦଳରେ ଯୋଗଦେଇଛନ୍ତି। ଫଳରେ ଉପନିର୍ବାଚନରେ ଜୟ ତାଙ୍କ ଲୋକଙ୍କୁ ଧରି କାମ ଚଳାଇଛନ୍ତି, ଯାହାକି ବସନ୍ତ, ପ୍ରସନ୍ନ ଓ ଯଦୁମଣିଙ୍କ ସମର୍ଥକମାନଙ୍କୁ ଅସନ୍ତୁଷ୍ଟ କରୁଛି। ଗାଁ ଗହଳିରେ ଏହି ନେତାମାନଙ୍କ ସମର୍ଥକମାନେ କହିବା କଥା, ଆଜିଯାଏ ସେମାନେ ଶାସନରେ ଥିବା ଗୋଟିଏ ଦଳ ବିରୋଧରେ ଲଢ଼ି ଚାଲିଲେ। ଯେତେବେଳେ ତାଙ୍କ ଦଳ ଶାସନକୁ ଆସିଲା ସେତେବେଳେ ସେମାନଙ୍କୁ ଅଣଦେଖା କରାଯାଇ ବିରୋଧୀ କର୍ମୀଙ୍କୁ ଅଗ୍ରାଧିକାର ମିଳୁଛି। ସୋମବାର ନୂଆପଡ଼ା ବ୍ଲକ ବିଶୋରା, ଭାଲେଶର, ବେଲଟୁକୁରି ଆଦି ଗ୍ରାମ ପଞ୍ଚାୟତକୁ ଗସ୍ତ କରି ଉପନିର୍ବାଚନ ପାଣିପାଗ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିବା ସମୟରେ ଏହି ସବୁ କଥା ମଧ୍ୟ ସାମନାକୁ ଆସିଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପଶ୍ଚିମ ଓଡ଼ିଶାର ଭାଜପା ନେତାଙ୍କ କହିବା ମୁତାବକ, ତାଙ୍କ ଦଳ ପକ୍ଷରୁ କାମ କରୁଥିବା ନେତା, ବରାହେ ନାମକ ପଲିଟିକାଲ କନ୍‌ସଲଟାନ୍‌ସି ସଂସ୍ଥା ଏବଂ ଆର୍‌ଏସ୍‌ଏସ୍‌ର ଗୋଟିଏ ଟିମ୍‌ ବସନ୍ତ, ପ୍ରସନ୍ନ ଓ ଯଦୁମଣିଙ୍କ ଭୂମିକା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏବାବଦରେ ସ୍ଥାନୀୟ ପୋଲିସ ଓ ଗୋଇନ୍ଦା ସଂସ୍ଥା ପକ୍ଷରୁ ଖବର ସଂଗ୍ରହ କରାଯାଉଛି। ତଥାପି ଆଗକୁ ଏହି ତିନି ନେତାଙ୍କ ଭୂମିକା କ’ଣ ରହିବ ଉପନିର୍ବାଚନ ପରେ ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?