ନୂଆପଡ଼ା ଉପନିର୍ବାଚନ: ‘ସହାନୁଭୂତି’ର ଆୟୁଧରେ ଲଢ଼େଇ

ନୂଆପଡ଼ା, ୩୧ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡା ଉପନିର୍ବାଚନ ଜିଣିବାକୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି। ପ୍ରମୁଖ ଦଳର ପ୍ରାର୍ଥୀ ଓ ହେଭିୱେଟ ନେତାମାନେ ନୂଆପଡାର ପ୍ରତି ପଞ୍ଚାୟତ ଓ ଗାଁ ଗାଁରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ପ୍ରାୟ ପ୍ରତିଦିନ ସକାଳୁ ନୂଆପଡା ଜିଲା ସଦର ମହକୁମା ଓ ଖରିଆର ରୋଡ୍‌ ଭଳି ସହରାଞ୍ଚଳର ଚା’ ଖଟିରେ ନେତା, ମନ୍ତ୍ରୀମାନେ କର୍ମୀଙ୍କ ଗହଣରେ ଆଲୋଚନା କରି ନିର୍ବାଚନୀ ପରିବେଶକୁ ଉଷ୍ମ କରୁଛନ୍ତି। ହେଲେ ସେଠାକାର ଆଲୋଚନା ଓ ନିର୍ବାଚନୀ ସଭାମାନଙ୍କରୁ ଚଳିତ ଉପନିର୍ବାଚନଟି ପ୍ରସଙ୍ଗବିହୀନ ପ୍ରତୀୟମାନ ହେଉଛି। ପ୍ରାୟ ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତାମାନେ ସେମାନଙ୍କ ଭାଷଣରେ ‘ନୂଆପଡାର ବିକାଶ’ ପ୍ରମୁଖ ପ୍ରସଙ୍ଗ ବୋଲି କହୁଥିଲେ ମଧ୍ୟ ପଛୁଆ ଜିଲା ନୂଆପଡାର ବିକାଶର ରୂପରେଖ ବାସ୍ତବରେ କ’ଣ ହେବ ତାହା ବ୍ୟାଖ୍ୟା କରୁନାହାନ୍ତି। ଦାଦନ ଶ୍ରମିକ ସମସ୍ୟା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ନିଯୁକ୍ତି, ରୋଜଗାର ଓ ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି ଉପରଠଉରିଆ ଭାବେ କହି ଦେଉଛନ୍ତି। ବାସ୍ତବରେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନିର୍ବାଚନୀ ସଭାର ଭାଷଣକୁ ବିଶ୍ଳେଷଣ କଲେ କେବଳ, ‘ସହାନୁଭୂତି’କୁ ପାଥେୟ କରି ପ୍ରାର୍ଥୀମାନେ ନିର୍ବାଚନୀ ବୈତରଣୀ ପାରି ହେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ତାଙ୍କ ଦିବଂଗତ ପିତା ରାଜେନ୍ଦ୍ର ଢୋଲକିଆଙ୍କ ଲୋକପ୍ରିୟତା, ସେବାକାର୍ଯ୍ୟ ତଥା ଭାଜପାର ଡବଲ ଇଞ୍ଜିନ ସରକାରଙ୍କ ବିକାଶ କଥା କହି ଭୋଟ ଭିକ୍ଷା କରୁଛନ୍ତି। ରାଜେନ୍ଦ୍ର କିଭଳି ନୂଆପଡାର ସାଧାରଣ ଲୋକଙ୍କ ସୁଖଦୁଃଖରେ ସହଭାଗୀ ହେଉଥିଲେ, କିଭଳି ଲୋକଙ୍କ ସାଧାରଣ ବିବାହ, ବ୍ରତ, ଶ୍ରାଦ୍ଧ କାର୍ଯ୍ୟରେ ଯୋଡି ହେଉଥିଲେ, କେହି ରୋଗରେ ପଡିଲେ କିମ୍ବା କାହାର ଶିକ୍ଷା ଅଟକିଲେ ସହାୟତା ଯୋଗାଇ ଦେଉଥିଲେ ସେ କଥା କହି ସହାନୁଭୂତିର ବାତାବାରଣ ସୃଷ୍ଟି କରି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି। ଜୟ ଢୋଲକିଆ କି ଭାଜପା ନେତାମାନଙ୍କ ପାଖରେ ନୂଆପଡା ଠୋସ୍‌ ବିକାଶ ପାଇଁ କିଛି ଯୋଜନା ଥିବା ଭଳି ଲୋକେ ଜାଣିପାରୁନାହାନ୍ତି।
ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ନିର୍ବାଚନୀ ସଭାଗୁଡିକରେ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ, ରାଜେନ୍ଦ୍ର ଢୋଲକିଆଙ୍କ ନାମୋଚ୍ଚାରଣ ଏବଂ ନିଜକୁ ନୂଆପଡାର ଭାଣିଜୀ କହି ସହାନୁଭୂତି ଗୋଟାଇବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ପାଖରେ କିମ୍ବା ବିଜେଡିର ନେତାମାନଙ୍କ ପାଖରେ ବି ନୂଆପଡା ବିକାଶର କିଛିବି ରୂପରେଖ ଥିବା ଭଳି ଜଣାପଡୁନାହିଁ। ସବୁଠୁ ବଡ କଥା ହେଲା ସ୍ନେହାଙ୍ଗିନୀ ବିଜେଡି ସରକାରରେ ମନ୍ତ୍ରୀ ଥିଲାବେଳେ ତାଙ୍କ ମାମୁଘର ନୂଆପଡା ବୋଲି କେବେ ମନେ ପକାଇଥିବା ନୂଆପଡାର ଲୋକେ ସ୍ମରଣ କରିପାରୁନାହାନ୍ତି। ହଠାତ୍‌ ତାଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା ହେବା ପରେ ସେ ମାମୁଘର କଥା ଉଠାଇ ସହାନୁଭୂତିର ଭୋଟ ସାଉଁଟିବାକୁ ଚେଷ୍ଟା କରୁଥିବା ଆଲୋଚନା ହେଉଛି। ବିଶେଷକରି ନିର୍ବାଚନୀ ସଭାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀମାନେ ତାଙ୍କୁ କଡା ସମାଲୋଚନା କରୁଛନ୍ତି। ସ୍ନେହାଙ୍ଗିନୀ ନୂଆପଡାରୁ କେବେ ବି ପ୍ରାର୍ଥୀ ଆଶାୟୀ ନ ଥିଲେ। ଜୟ ଢ଼ୋଲକିଆଙ୍କୁ ଭାଜପା ପ୍ରାର୍ଥୀ ଘୋଷଣା କରିବା ପରେ ଅଡୁଆରେ ପଡି ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି। ଏହାଛଡା ତାଙ୍କ ପାଖରେ ମଧ୍ୟ ନୂଆପଡାର ବିକାଶ ପ୍ରସଙ୍ଗରେ କିଛି ମଧ୍ୟ ପ୍ରସ୍ତାବ ନ ଥିବା ଲୋକେ ଆଲୋଚନା କରୁଛନ୍ତି।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ତାଙ୍କର ଅନ୍ୟ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ନୂଆପଡାରେ ଜଣେ ଜଣାଶୁଣା ନେତା ଓ ସଙ୍ଗଠକ ଭାବେ ପରିଚିତ ଥିଲେ ମଧ୍ୟ ସେ କେବଳ ଆଦିବାସୀ କାର୍ଡରେ ସୀମିତ ରହିଥିବା ଆଲୋଚନାର ବିଷୟ ହୋଇଛି। ନୂଆପଡାର ବିକାଶ ପ୍ରସଙ୍ଗକୁ ପାଥେୟ କରି ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ବିକାଶ ପ୍ରସଙ୍ଗରେ ତାଙ୍କୁ ଭୋଟ ମିଳି ନ ଥିଲା, ବରଂ ଆଦିବାସୀ କାର୍ଡରେ ଏବଂ କଂଗ୍ରେସର ଛଳନାକୁ ନେଇ ତାଙ୍କୁ ୨୦୨୪ରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ମିଳିଥିବା ଚର୍ଚ୍ଚା ହେଉଛି। ଏଥର କଂଗ୍ରେସ ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ଅଧିକ ଭୋଟରଙ୍କ ସମର୍ଥନ ମିଳିବ ବୋଲି ଆଶା ରଖିଛନ୍ତି। ଏଭଳି ସ୍ଥିତିରେ ନିଜ ଶୈଳୀରେ ‘ସହାନୁଭୂତି’କୁ ପାଥେୟ କରି ୩ ପ୍ରମୁଖ ଦଳ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଥିବା ଲକ୍ଷ୍ୟ କରାଯାଉଛି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri