ନୂଆପଡ଼ା ଉପନିର୍ବାଚନ: ଚାଲିଛି ଗଣତି, ଜୟ ଢୋଲକିଆ କହିଲେ ଜନତା ମୋତେ…

ନୂଆପଡ଼ା,୧୪ା୧୧: ଶୁକ୍ରବାର ନୂଆପଡ଼ା ଉପନିର୍ବାଚନର ଗଣତି ଚାଲିଛି। ୪ର୍ଥ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେବେ ୪ ରାଉଣ୍ଡରେ ପଛରେ ପଡ଼ିଯାଇଛନ୍ତି ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ।

ଆଗୁଆ ଥିବା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ କହିଛନ୍ତି, ଲୋକମାନେ ତାଙ୍କ ସେବା କରିବାକୁ ଏ ସେବକଙ୍କୁ ଆଶୀର୍ବାଦ ଦେଇଛନ୍ତି। ଜନତା ହିଁ ମୋତେ ଜିତାଇବେ ବୋଲି ଜୟ କହିଛନ୍ତି।

ସୂଚନା ଥାଉକି, ଚତୁର୍ଥ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆ ୧୨ ହଜାର ୮୧୫ ଭୋଟ୍‌ରେ ଆଗୁଆ ରହିଛନ୍ତି। ଢୋଲକିଆଙ୍କୁ ୧୮୯୦୩ ଭୋଟ୍‌ ମିଳିଥିବାବେଳେ ଘାସିରାମଙ୍କୁ ୬୦୮୮ ଭୋଟ୍‌ ମିଳିଛି। ତେବେ ତୃତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୫୩୨୦ ଖଣ୍ଡ ଭୋଟ୍‌ ମିଳିଛି।

Dharitri – Odisha’s No.1 Odia Daily

Share