ନୂଆପଡା ଉପ-ନିର୍ବାଚନ: କଂଗ୍ରେସ ଖେଳିଲା ବଡ଼ଗେମ୍‌! କଲା ବଡ଼ ଘୋଷଣା

ଭୁବନେଶ୍ୱର, ୨୬।୯: ଓଡ଼ିଶା କଂଗ୍ରେସ କରିଛି ବଡ଼ ଘୋଷଣା। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତିଙ୍କ ଅନୁମୋଦନ ପରେ ରାଜ୍ୟର ୩୫ଟି ଜିଲା ପାଇଁ ନୂଆ ଜିଲା ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି।

ତେବେ ଆଗକୁ ନୂଆପଡ଼ା ଉପ ନିର୍ବାଚନ ଥିବାବେଳେ ଏନେଇ ବଡ଼ ଗେମ୍‌ ଖେଳିଛି କଂଗ୍ରେସ। ନିର୍ବାଚନ ପୂର୍ବରୁ ଆଶାୟୀ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି। ନୂଆପଡ଼ା ଜିଲାର ନୂଆ ସଭାପତି ଭାବେ ଘାସିରାମ ମାଝୀଙ୍କୁ ନିଯୁକ୍ତି ମିଳିଛି। ସ୍ଥାନୀୟ କଂଗ୍ରେସରେ ଦୀର୍ଘଦିନରୁ ସକ୍ରିୟ ରହିଥିବା ମାଝୀ ଆଗକୁ ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଉ ଏହାରି ଭିତରେ ଦଳ ତାଙ୍କୁ ନୂଆପଡା ଜିଲାର ସଭାପତି ଘୋଷଣା କରିଛି।

ସେହିପରି ରାଜଧାନୀ ଭୁବନେଶ୍ୱର ଜିଲାର ସଭାପତି ଭାବେ ପ୍ରକାଶ ଚନ୍ଦ୍ର ଜେନାଙ୍କୁ ନିଯୁକ୍ତି ମିଳିଛି। ଏହା ସହିତ କଟକ ଜିଲାର ସଭାପତି ଭାବେ ପ୍ରଦୀପ୍ତ କୁମାର ଦାସଙ୍କୁ ଓ କଟକ ସିଟି ସଭାପତି ଭାବେ ଗିରିବାଳା ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି।

Share