ନୂଆପଡ଼ା ଉପନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୬୫.୫୬% ମତଦାନ

ନୂଆପଡ଼ା,୧୧।୧୧(ମକାରୁ ବେମାଲୁ): ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ୬୫.୫୬% ପ୍ରତିଶତ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଥିବା ସୂଚନା ମିଳିଛି।

ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ସାଧାରଣ ଭୋଟ ଗ୍ରହଣ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ ବୋଲି ଜିଲା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାଜ୍ୟର ପ୍ରମୁଖ ୩ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ମୋଟ ୧୪ଜଣ ପ୍ରାର୍ଥୀଙ୍କ ନିଜ ଭାଗ୍ୟ ନର୍ଦ୍ଧାରଣ କରୁଛନ୍ତି।

Share