ମା’ଙ୍କ ଆଶୀର୍ବାଦ ସହ ବାପାଙ୍କ ଫଟୋକୁ ସାଙ୍ଗରେ ନେଇ ବାହାରିଲେ ଜୟ

ଭୁବନେଶ୍ୱର,୧୮।୧୦: ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ ପଟୁଆରରେ ବାହାରିଲେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ମା’ଙ୍କ ଆଶୀର୍ବାଦ ନେଇ ଜୟ ଘରୁ ଗୋଡ଼ କାଢିଥିବା ବେଳେ ଗାଡ଼ି ଆଗରେ ଦେଖିବାକୁ ମିଳିଛି ବାପାଙ୍କ ଫଟୋଚିତ୍ର। ଖରିଆର ରୋଡରୁ ଉପଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ବିଶାଳ ରାଲିଲେ ହଜାରହଜାର ଲୋକେ ସାମିଲ ହୋଇଛନ୍ତି। ୧୧ ତାରିଖରେ ଭାଜପାରେ ସାମିଲ ହୋଇଥିଲେ ଜୟ ଢୋଲକିଆ। ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛିି।

ନୂଆପଡା ଉପ ନିର୍ବାଚନକୁ ନେଇ ତାରିଖ ଘୋଷଣା ପରଠାରୁ ରାଜ୍ୟ ରାଜନୀତି ସରଗରମ ରହିଛି। ଜୟଙ୍କ ବାପା ବିଜେଡରେ ଥିବାରୁ ସେ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। ଯାହାଦ୍ୱାରା ବିଜେଡିକୁ ସିମ୍ପାଥି ଭୋଟ ମଧ୍ୟ ମିଳିଥାଆନ୍ତା। କିନ୍ତୁ  ନବୀନ ଦିଲ୍ଲୀରୁ ଫେରୁ ଫେରୁ ଜୟଙ୍କ ପଦ୍ମ ଧରିବା କିଛି ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି।

Dharitri – Odisha’s No.1, Most Trusted Odia Daily

Share