ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଜାରି ରହିଛି। ୧୨ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୪୦୩୧୩ ଭୋଟରେ ଆଗୁଆ ରହିଛନ୍ତି। ୧୦ମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୯୩୬୬ଖଣ୍ଡ ଭୋଟ ମିଳିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୧୯୦୫୩ଖଣ୍ଡ ଭୋଟ ମିଳିଛି। କଂଗ୍ରେସର ଘାସିରାମ ମାଝୀଙ୍କୁ ୧୭୪୩୭ ଖଣ୍ଡ ଭୋଟ ମିଳିଛି।
ସୂଚନାଯୋଗ୍ୟ, ମୋଟ ୩୫୮ ବୁଥ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ। ପ୍ରତ୍ୟେକ ଟେବୁଲରେ ୩ ଜଣ ଅଧିକାରୀ ରହିଛନ୍ତି।
Dharitri – Odisha’s No.1 Odia Daily