ଆଣବିକ ଶକ୍ତି ସମ୍ପ୍ରସାରଣରେ ନିବେଶ କରିବ ଏନ୍‌ଟିପିସି

ନୂଆଦିଲ୍ଲୀ,୧୮।୨: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ କମ୍ପାନୀ ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି ଲିମିଟେଡ) ଆଣବିକ ଶକ୍ତି ସମ୍ପ୍ରସାରଣ କ୍ଷେତ୍ରରେ ନିବେଶ କରିବ ବୋଲି ଘୋଷଣା କରିଛି। ଏପରିକି କମ୍ପାନୀ ଆଗାମୀ ୨୦ ବର୍ଷ ବା ୨ ଦଶନ୍ଧି ମଧ୍ୟରେ ୩୦ ଗିଗାଓ୍ବାଟ (ଜିଡବ୍ଲ୍ୟୁ) ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି ସହ ପ୍ରାୟ ୬୨ ବିଲିଅନ ଡଲାର ନିବେଶ କରିବ ବୋଲି ଏନ୍‌ଟିପିସି ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ଦେଶର ପ୍ରମୁଖ ଶକ୍ତି ଉତ୍ପାଦକ, ଯାହା ମୁଖ୍ୟତଃ କୋଇଲା ଆଧାରିତ ପ୍ଲାଣ୍ଟ ଚଳାଉଛି, ଏପରି ଏକ ଦେଶରେ ନିଜର ମହତ୍ତ୍ୱାକାଂକ୍ଷୀ ଯୋଜନା ପାଇଁ ଜମି ଖୋଜୁଛି ଯେଉଁଠାରେ ଏପରି ପ୍ରକଳ୍ପ ପ୍ରତି ସ୍ଥାନୀୟ ବିରୋଧ ଅଧିକ ଏହି ବିଷୟ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଥିବା ସୂତ୍ରଗୁଡ଼ିକ କହିଛନ୍ତି। ସୂତ୍ର ଅନୁଯାୟୀ, ଏନ୍‌ଟିପିସି ୧୦ ଜିଡବ୍ଲ୍ୟୁ ଆଣବିକ କ୍ଷମତା ବୃଦ୍ଧି ଲକ୍ଷ୍ୟ ରଖିଥିଲା। କିନ୍ତୁ ଚଳିତ ମାସରେ ସରକାର ଏହି କ୍ଷେତ୍ରକୁ ବିଦେଶୀ ଏବଂ ଘରୋଇ ନିବେଶ ପାଇଁ ଖୋଲିବାର ଯୋଜନା ଘୋଷଣା କରିବା ପରେ କମ୍ପାନୀ ଏହି ଲକ୍ଷ୍ୟକୁ ୩ ଗୁଣ ବୃଦ୍ଧି କରିଛି। ଏନ୍‌ଟିପିସି ଭାରତର ଆଣବିକ ଶକ୍ତି ଯୋଜନାକୁ ଠିକ୍‌ କରୁଛି। ସେହିପରି ନେତୃତ୍ୱ ନେବାକୁ ଯୋଜନା କରୁଛି ଯେପରି ଏହା ତାପଜ କ୍ଷେତ୍ରରେ କରିଥିଲା। ଅପରପକ୍ଷରେ ଭାରତ ୨୦୩୦ ସୁଦ୍ଧା ୫୦୦ ଜିଡବ୍ଲ୍ୟୁ ଅଣ-ଜୀବାଶ୍ମ ଇନ୍ଧନ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ସ୍ଥାପନ କରିବାକୁ ପ୍ରତିବଦ୍ଧ ଏବଂ ୨୦୪୭ ସୁଦ୍ଧା ଅତି କମ୍‌ରେ ୧୦୦ ଜିଡବ୍ଲ୍ୟୁ ଆଣବିକ କ୍ଷମତା ହାସଲ କରିବାକୁ ଚାହୁଛି। ରାଷ୍ଟ୍ରାୟତ୍ତ ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ୍‌ ଇଣ୍ଡିଆ ବର୍ତ୍ତମାନ ଦେଶର ପ୍ରାୟ ୮ ଜିଡବ୍ଲ୍ୟୁ କ୍ଷମତାର ଏକମାତ୍ର ଅପରେଟର ହୋଇଥିଲାବେଳେ ୨୦୩୨ ସୁଦ୍ଧା ଏହାକୁ ୨୦ ଜିଡବ୍ଲ୍ୟୁକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ଏନ୍‌ଟିପିସି ପୂର୍ବରୁ ଦୁଇଟି ୨.୬ ଜିଡବ୍ଲ୍ୟୁ ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ କରୁଛି, ଗୋଟିଏ ମଧ୍ୟପ୍ରଦେଶରେ ଏବଂ ଅନ୍ୟ ଗୋଟିଏ ରାଜସ୍ଥାନରେ ରହିଛି।ସୂତ୍ର ଅନୁଯାୟୀ,ଜନସାଧାରଣଙ୍କ ବିରୋଧ ଏବଂ ଅଧିଗ୍ରହଣ ସମସ୍ୟା ଦେଶର ପରମାଣୁ ଶକ୍ତି ମହତ୍ତ୍ୱାକାଂକ୍ଷାକୁ ବାଧା ଦେବା ପରେ ଏହା ୨୭ଟି ସ୍ଥାନରେ ବିସ୍ତୃତ ଅଧ୍ୟୟନ ପାଇଁ ଆଠଟି ରାଜ୍ୟରେ ଜମି ପାଇଁ ଶୀଘ୍ର ଅନୁମୋଦନ ପାଇବା ପ୍ରକ୍ରିୟାରେ ଅଛି ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜରାଟ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ଅନ୍ତର୍ଭୁକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?