ପୁଣି ବଢ଼ିଲା ଇଣ୍ଟରନେଟ କଟକଣା: ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୧।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି ହୋଇଛି।
ଅନ୍ୟପକ୍ଷେ, ମାଲକାନଗିରିରେ ଇଣ୍ଟରନେଟ କଟକଣା କେଭି ସିଂହଦେଓ। ଦୁଇ ଗୋଷ୍ଠୀ ସହ ରୁଦ୍ଧଦ୍ୱାର ବୈଠକ ଚାଲିଛି । ଯାହା ସମାଧାନ ହେବ ତାହାକୁ ନେଇ ନିଷ୍ପତ୍ତି ଦିଆଯିବ ।

ବୁଧବାର ମିଳିଥିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଥିଲା କଟାମୁଣ୍ଡ । ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ଗୁରୁବାର  କଟାମୁଣ୍ଡ ମିଳିଛି। ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂରରେ ମିଳିଲା ମହିଳାଙ୍କ କଟାମୁଣ୍ଡ। ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କଟାମୁଣ୍ଡ ଉଦ୍ଧାର କରାଯାଇଛି। କଟାମୁଣ୍ଡ ମିଳୁ ନଥିବାରୁ ଏମ୍ଭି-୨୬ ଓ ରାଖେଲଗୁଡ଼ା ମଧ୍ୟରେ ବିବାଦ ଦେଖା ଦେଇଥିଲା।

ଅନ୍ୟପକ୍ଷେ  ଲକାନଗିରିରେ ବୁଧବାର ମଧ୍ୟ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି  ହୋଇଥିଲା । ଗୁରୁବାର ୧୨ଟା ଯାଏଁ ଇଣ୍ଟରନେଟ୍‌ କଟକଣା ବଳବତ୍ତର ରହିଥିଲା ।

Dharitri – Odisha’s No.1 Odia Daily