ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ. ପ୍ରବୀଣ ଭାଇ ତୋଗଡ଼ିଆ। ଶ୍ରୀରାମ ନବମୀ ଉପଲକ୍ଷେ ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତଥା ରାଷ୍ଟ୍ରୀୟ ବଜରଙ୍ଗ ଦଳ ଗଞ୍ଜାମ ଶାଖା ପକ୍ଷରୁ ଆୟୋଜିତ ବାଇକ ଶୋଭାଯାତ୍ରାରେ ସାମିଲ ହେବା ସହ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଡ. ତୋଗଡ଼ିଆ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି ବୋଲି ବଜରଙ୍ଗ ଦଳ ଗୋ ରକ୍ଷକ କେ ଏଲେୟା ରେଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗଞ୍ଜାମ ସହରସ୍ଥିତ ଓଡ଼ିଆ ଢମଣା ସାହି ରାମଲିଙ୍ଗେଶ୍ୱର ମନ୍ଦିର ସମ୍ମୁଖରୁ ମଧ୍ୟାହ୍ନ ସମୟରେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବିଭିନ୍ନ ସାହି ପରିକ୍ରମା କରିବା ପରେ ବଡ଼ ବଜାର ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ। ଡ.  ତୋଗଡ଼ିଆଙ୍କ ସହ ତାଙ୍କ ସାଥିମାନେ।
ଗଞ୍ଜାମ ଶାଖାର ସଂଯୋଜକ ପ୍ରଭାତ କୁମାର ସାହୁ, ଗୋ ରକ୍ଷକ ଗଙ୍ଗା ରାଉଳ, ମନୋଜ ପ୍ରଧାନ, ନିଲୁ ତରାଇ, ବିଶ୍ୱନାଥ ଗୌଡ଼, ଜିତେଶ ବାରିକ, ହୁମା ପ୍ରଖଣ୍ଡ ଶେଷ ପ୍ରଧାନ, ଅଙ୍ଗଦ ଓ ସୀତାରାମଙ୍କ ସମେତ ବହୁ ସଦସ୍ୟ ଏହାକୁ ଆୟୋଜନ କରିଥିବା ଜଣାପଡିଛି । ଡ. ତୋଗଡ଼ିଆଙ୍କ ଏହି ଗ୍ରସ୍ତ ପାଇଁ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି । ଶ୍ରୀରାମ ପତ୍ତାକାରେ ସହର ଛାଉଣୀ ହୋଇଥିବା ଦେଖିବାକୁ ମିଳିଛି।
Dharitri – Odisha’s No.1 Odia Daily

Share