Posted inଜାତୀୟ

ଏନ୍‌ଏସ୍‌ଇ ଦୁର୍ନୀତି: ଜେଲ ଗଲେ ଚିତ୍ରା

ନୂଆଦିଲ୍ଲୀ,୧୫।୩: କୋ-ଲୋକେଶନ ଦୁର୍ନୀତି ମାମଲାରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ଦିଲ୍ଲୀର ଏକ ଅଦାଲତ ସୋମବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଜେଲରେ ହନୁମାନ ଚାଳିଶା ପାଠ ଲାଗି ତାଙ୍କୁ ଅଦାଲତ ଅନୁମତି ଦେଇଥିବାବେଳେ ଘରରନ୍ଧା ଖାଦ୍ୟ ପାଇଁ ତାଙ୍କ ଓକିଲଙ୍କ ଅନୁରୋଧକୁ ଖାରଜ କରିଦେଇଛନ୍ତି।
୨୦୧୩ରୁ ଏନ୍‌ଏସ୍‌ଇର ମୁଖ୍ୟ ଥିବା ଚିତ୍ରା ଦେଶର ସର୍ବବୃହତ ଷ୍ଟକ୍‌ ବଜାରର ବହୁ ଗୋପନୀୟ ତଥ୍ୟ ଜଣେ ତଥାକଥିତ ଯୋଗୀଙ୍କୁ ପ୍ରଦାନ କରିଥିଲେ। ଉକ୍ତ ମାମଲାର ତଦନ୍ତ କରୁଥିବା ସିବିଆଇ ଗତ ୬ ତାରିଖରେ ଚିତ୍ରାଙ୍କୁ ଗିରଫ କରିବା ପରେ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଷ୍ଟକ୍‌ ଏକ୍ସଚେଞ୍ଜର ଗୋପନୀୟ ତଥ୍ୟ ପ୍ରଘଟ ଯୋଗୁ କେତେକ ବ୍ରୋକର ଏହାର ଅନୈତିକ ଫାଇଦା ଉଠାଉଥିଲେ। ଏନେଇ ୨୦୧୮ରେ ସିବିଆଇ ମାମଲା ରୁଜୁ କରିଥିଲା। ଷ୍ଟକ୍‌ ଏକ୍ସଚେଞ୍ଜର କମ୍ପ୍ୟୁଟର ସର୍ଭରରୁ ଷ୍ଟକ୍‌ ବ୍ରୋକରମାନଙ୍କ ପାଖକୁ ତଥ୍ୟ ଯାଉଥିବା (କୋ-ଲୋକେଶନ ଦୁର୍ନୀତି) ସମ୍ପର୍କରେ ସିବିଆଇ ତଦନ୍ତରୁ ଜାଣିବାକୁ ପାଇଥିଲା। ଚିତ୍ରା ଜାମିନ ପାଇଁ ଆବେଦନ କରିଥିବାବେଳେ ସିବିଆଇ ଏହାକୁ ବିରୋଧ କରିଥିଲା। ତଦନ୍ତ ଏବେ ଅବ୍ୟାହତ ରହିଥିବାରୁ ଏନ୍‌ଏସ୍‌ଇର ପୂର୍ବତନ ସିଇଓ ଏହାକୁ ପ୍ରଭାବିତ କରିପାରନ୍ତି ବୋଲି ତଦନ୍ତକାରୀ ସଂସ୍ଥା ଯୁକ୍ତି ଦର୍ଶାଇଥିଲା। ଫଳରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ସହ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଏନ୍‌ଏସ୍‌ଇ ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ଏହାର ପୂର୍ବତନ ଗ୍ରୁପ୍‌ ଅପରେଟିଂ ଅଫିସର (ଜିଓଓ) ଆନନ୍ଦ ସୁବ୍ରମଣ୍ୟନଙ୍କ ଜାମିନ ଆବେଦନକୁ ପୂର୍ବରୁ ସିବିଆଇ ବିରୋଧ କରିଥିଲା। ଆନନ୍ଦ ନିଜକୁ ହିମାଳୟ ଯୋଗୀ ପରିଚୟ ଦେଇ ଚିତ୍ରାଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁଥିଲେ ବୋଲି ସିବିଆଇ ଅଦାଲତଙ୍କୁ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri