ନୂଆପଡ଼ା,୧୫।୧୧(ମକାରୁ ବେମାଲ):ନୂଆପଡ଼ାରେ ଜୟ ଢୋଲକିଆଙ୍କ ବିଜୟ ପରେ ବେଶ୍ ଖୁସି ଅଛନ୍ତି ତାଙ୍କ ପୁରା ପରିବାର ସ୍ତ୍ରୀ ସୁମାନଙ୍କ ସହ ବିଜୟ ଉତ୍ସବରେ ଯୋଗ ଦେଇଛନ୍ତି ୨ ଝିଅ। ତାଙ୍କ ଝିଅ କହିଛନ୍ତି ବାପା ଜିତିଛନ୍ତି ସେଥିପାଇଁ ଆସିଛୁ।
ଅନ୍ୟପକ୍ଷେ ସ୍ତ୍ରୀ ସୁମାନ କହିଛନ୍ତି., ବିଜୟର ସବୁ ଶ୍ରେୟ ଭାଜପାର ପ୍ରତ୍ୟେକ ସଦସ୍ୟଙ୍କୁ ଦେବାକୁ ଚାହିଁବ। ଭୋଟର ମାନେ ସପୋର୍ଟ କଲେ ଓ ଆମକୁ ସେବା କରିବାକୁ ସୁଯୋଗ ଦେଲେ ବୋଲି ସୁମାନ କହିଛନ୍ତି। ଏହା ସହ ସେ ତାଙ୍କ ଶ୍ୱଶୁର ରାଜେନ୍ଦ୍ର ଢେଲକିଆଙ୍କ ଆଶିର୍ବାଦ ତାଙ୍କ ସହ ରହିଥିବା କହିଛନ୍ତି। ପରିଶ୍ରମର ଫଳ ଆମକୁ ମିଳିଛି। ଆଗକୁ ଅମେ ପରିବାର ଭାଜପା ସହିତ ଜୋଡି ହୋଇ ରହିବ ବୋଲି ସେ କହିଛନ୍ତି।


