ଏଣିକି ନିଜ ଲଢ଼େଇ ଲଢିବେ ଝିଅ: କୌଶଳର ଅପବ୍ୟବହାର ନ କରିବାକୁ…

କେସିଙ୍ଗା,୧୬।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ୯ ତାରିଖରୁ ୧୬ ତାରିଖ ଦୀର୍ଘ ୮ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଥିବାବେଳେ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଥିବା ଉକ୍ତ ଉଦ୍‌ଯାପନୀ ଉତ୍ସବରେ ଅନେକ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିବାବେଳେ ଅଧ୍ୟକ୍ଷ ପାଢ଼ୀ ପ୍ରଶିକ୍ଷିତ ଛାତ୍ରୀମାନଙ୍କୁ ପ୍ରଶିକ୍ଷିଣର ସଦୁପଯୋଗ କରିବା, ଯେକୌଣସି ଅସ୍ବାଭାବିକ ପରିସ୍ଥିତିକୁ ମୁକାବିଲା କରିବା, ତାଲିମ ନେଇଥିବା କୌଶଳର ଅପବ୍ୟବହାର ନ କରିବା ଭଳି ଉପଦେଶାତ୍ମକ ବାର୍ତ୍ତା ପ୍ରଦାନ କରିଥିଲେ । ଉକ୍ତ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିରର ଭାରପ୍ରାପ୍ତ ସଂଯୋଜିକା ଅଧ୍ୟାପିକା ଗୀତାଞ୍ଜଳି ଦୋରା ଦାୟିତ୍ୱ ତୁଲାଇଥିବାବେଳେ, ମାଷ୍ଟର ଟ୍ରେନର ତପସ୍ବିନୀ ମାଝୀ ଓ ନେପୂରା ମାଝୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତକାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ, ଅଶ୍ୱିନୀ ପାଇକରାୟ ଉପସ୍ଥିତ ଥିବାବେଳେ, ପ୍ରଶିକ୍ଷଣ ନେଇଥିବା ଛତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୋଲିରେ କମିଲା ସୁନା! ୨୨k କିଣିବାକୁ GST ଓ ମେକିଂ ଚାର୍ଜ ବାଦରେ ଦେବେ କେତେ?

ନୂଆଦିଲ୍ଲୀ,୪।୩: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ, ସୁନା ଏବଂ ରୂପା ଉପରେ ଚାପ ପଡିଛି, ଯାହା ଫଳରେ ରେଟ କମ ହୋଇଛି । ଲଗାତାର…

ରୋ-କୋଙ୍କ ପ୍ଲାନ ୨୦୨୭, ଏହି ତାରିଖରେ କରିବେ କମ୍‌ବ୍ୟାକ୍‌, ଖେଳିବେ ଏତେଟା ଓ଼୍ବାନଡେ ମ୍ୟାଚ୍‌…

ନୂଆଦିଲ୍ଲୀ,୪।୩: ୨୦୨୬ ଟି୨୦ ବିଶ୍ୱକପ ପରେ, ଭାରତୀୟ କ୍ରିକେଟ ଦଳର ଧ୍ୟାନ ସମ୍ପୂର୍ଣ୍ଣ ଭାବରେ ୫୦ ଓଭର ଫର୍ମାଟକୁ ସ୍ଥାନାନ୍ତରିତ ହେବ। ଭାରତର ଦୁଇ ବଡ଼ ତାରକା,…

ଛୋଟ ପିଲା ଖେଳିଲେ ହୋଲି : ପ୍ଲାଷ୍ଟିକ ଡବା ବଜାଇ…

କେସିଙ୍ଗା,୪।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ଗ୍ରାମରେ ପବିତ୍ର ହୋଲି ପର୍ବ ବୁଧବାର ଧୂମଧାମରେ ପାଳନ ହୋଇଛି। କୁନିକୁନି ଛାତ୍ରୀଛାତ୍ର ରଙ୍ଗ ଲଗାଇ ଏହି…

ଭାରତୀୟ ମହିଳା କ୍ରିକେଟ ଟିମ୍‌ଙ୍କୁ ଝଟ୍‌କା, ଦଳରୁ ହଠାତ୍‌ ବାହାରିଲେ ମ୍ୟାଚ୍‌ ଓ଼୍ବିନର୍‌

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆ ଗସ୍ତ କରୁଥିବା ଭାରତୀୟ ମହିଳା କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଲା ଯେତେବେଳେ ବରିଷ୍ଠ ପେସର ରେଣୁକା ସିଂହ ଠାକୁରଙ୍କୁ କାର୍ଯ୍ୟଭାର ପରିଚାଳନା…

ବଡ଼ଛତ୍ରଙ୍ଗରେ ଉତ୍ସାହର ସହ ପାଳିତ ହେଲା ହୋଲି :  ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ଗାଁ

ଥୁଆମୂଳରାମପୁର, ୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ପବିତ୍ର ହୋଲି ଉତ୍ସବ ଅତ୍ୟନ୍ତ…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

୧,୯୯,୭୦,୦୦,୦୦,୦୦,୦୦୦ ଆମେରିକାର ଯୁଦ୍ଧର ଖର୍ଚ୍ଚ, ଟ୍ରମ୍ପ କହିଲେ ଏତିକି ଦିନ ଯାଏ ଚାଲିବ ଯୁଦ୍ଧ

ଓ୍ବାଶିଂଟନ୍‌,୪।୩: ଆମେରିକା ପୁଣି ଥରେ ଯୁଦ୍ଧରେ ଜଡିତ। ଜୀବନ ଏବଂ ସମ୍ପତ୍ତି କ୍ଷତି ସହିତ, ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି। ରିପୋର୍ଟଗୁଡ଼ିକ ସୂଚିତ…

ଛାତ୍ରାବାସରୁ ୧୦ ଛାତ୍ର ହଷ୍ଟେଲରୁ ଫେରାର୍‌ ଘଟଣା: ଜଙ୍ଗଲରେ ରାତି ବିତାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଭୋର୍‌ରୁ ହେଲେ ଉଦ୍ଧାର

ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri