ଭୁବନେଶ୍ୱର,୪ା୨: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ହ୍ବାଟ୍ସଆପ୍ରେ ରାଜସ୍ବ ସେବା ମିଳିବ। ରାଜସ୍ବ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବ। ଜମିଜମା ବାବଦର ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ। ସମୟସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ। ଦୁର୍ନୀତି ବନ୍ଦ ସହ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି।
ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡ଼ା ଆକ୍ସନ ନିଆଯିବ। କାମ ନ ହେଲେ ରାଜସ୍ବ ମନ୍ତ୍ରୀଙ୍କୁ ହ୍ବାଟ୍ସ ଆପ୍ରେ ଅଭିଯୋଗ କରିପାରିବେ ଲୋକେ। ଆସନ୍ତାକାଲି ହ୍ବାଟ୍ସଆପ୍ ସେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିବେ।