ଗହମ ପରେ ଏବେ ଚିନି ରପ୍ତାନି ଉପରେ ରୋକ ଲାଗି ଯୋଜନା…

ନୂଆଦିଲ୍ଲୀ, ୨୪।୫ : ଗହମ ପରି ଏବେ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଚିନିର ଘରୋଇ ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ସରକାର ପ୍ରାୟ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି। ଏହା ମଧ୍ୟ ସମ୍ଭବ ଯେ ସରକାର ଚଳିତ ଋତୁରେ ରପ୍ତାନିକୁ ୧୦ ନିୟୁତ ଟନ ମଧ୍ୟରେ ସୀମିତ ରଖିପାରନ୍ତି ।

ଭାରତ ହେଉଛି ପୃଥିବୀର ସର୍ବବୃହତ ଚିନି ଉତ୍ପାଦନକାରୀ ଦେଶ। ଏଥି ସହିତ ବ୍ରାଜିଲ ପରେ ଏହା ଦ୍ୱିତୀୟ ବୃହତ୍ତମ ରପ୍ତାନିକାରୀ। ସେପ୍ଟେମ୍ବର ଶେଷ ହେବାକୁ ଥିବା ଚଳିତ ମାର୍କେଟିଂ ବର୍ଷରେ ଭାରତ ମେ ୧୮ ପର୍ଯ୍ୟନ୍ତ ୭୫ ଲକ୍ଷ ଟନ ଚିନି ରପ୍ତାନି କରିଛି। ଭାରତରୁ ଚିନି ଆମଦାନୀ କରୁଥିବା ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ଇଣ୍ଡୋନେସିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ମାଲେସିଆ ଏବଂ ଆଫ୍ରିକୀୟ ଦେଶ ଆଦି ରହିଛନ୍ତି।

୨୦୧୭-୧୮ ୨୦୧୮-୧୯ ଏବଂ ୨୦୧୯-୨୦ରେ ଯଥାକ୍ରମେ ୬.୨ ଲକ୍ଷ ଟନ, ୩୮ ଲକ୍ଷ ଟନ ଏବଂ ୫୯.୬୦ ଲକ୍ଷ ଟନ ଚିନି ରପ୍ତାନି ହୋଇଥିଲା। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ନାଟକ ଆତି ରାଜ୍ୟର ଦେଶର ଚିନି ଉତ୍ପାଦନର ପ୍ରାୟ ୮୦ ପ୍ରତିଶତ ଯୋଗଦାନ ରହିଛି। ଦେଶର ଅନ୍ୟାନ୍ୟ ପ୍ରମୁଖ ଆଖୁ ଉତ୍ପାଦନ କରୁଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା, ତାମିଲନାଡୁ, ବିହାର, ହରିୟାଣା ଏବଂ ପଞ୍ଜାବ ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ବିରାଟ କୋହଲି: ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ହାସଲ କଲେ ଏମିତି କାରନାମା

ରାୟପୁର,୧୪।୫: ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଜୟୀ କରାଇଥିଲେ। ଏହି ଶତକ ସହିତ କୋହଲି…

ସଙ୍କଟ ମଧ୍ୟରେ ଭାରତ ନେଲା ବଡ଼ ନିଷ୍ପତ୍ତି: ବିଶ୍ୱକୁ ଚିନି ଯୋଗାଣ ବନ୍ଦ

ନୂଆଦିଲ୍ଲୀ,୧୪।୫: କେନ୍ଦ୍ର ସରକାର ଦେଶର ଚିନି ଯୋଗାଣ ବଜାୟ ରଖିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏକ ବିଜ୍ଞପ୍ତି ଜାରି କରି ସରକାର ତୁରନ୍ତ ଚିନି…

ପୁରୁଷବନ୍ଧୁଙ୍କ ରୁମ୍‌କୁ ଯାଇଥିଲେ ଇଞ୍ଜିନିୟରିଂ ଛାତ୍ରୀ: ୪ ଜଣ ମିଶି କଲେ ଗଣବଳାତ୍କାର, ତା’ପରେ ଯାହା ଘଟିଲା…

ଭୁବନେଶ୍ବର/ ଯାଁଳା,୧୪।୫, (ପ୍ରସନଜିତ୍‌ ସାହୁ/ବୁଲା ବାରିକ):ଭୁବନେଶ୍ୱର ଇନ୍‌ଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏକ ଘରୋଇ କଲେଜରେ ପଢ଼ୁଥିବା…

ଏହି ଦେଶକୁ ଆମେରିକାର ୫୧ତମ ରାଜ୍ୟ ଦର୍ଶାଇଲେ ଟ୍ରମ୍ପ୍‌: ସାରା ବିଶ୍ୱରେ ହଲଚଲ

ୱାଶିଂଟନ, ୧୪ା୫:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ବିବାଦୀୟ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଚାଇନା ଗସ୍ତରେ ଥିବା ସମୟରେ…

ସ୍କଟ୍‌ଲାଣ୍ଡରେ ୫,୦୦୦ ବର୍ଷର କୃତ୍ରିମ ଦ୍ୱୀପ ଆବିଷ୍କୃତ

ଏଡିନବର୍ଗ, ୧୪ା୫:ସ୍କଟ୍‌ଲାଣ୍ଡରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ରହସ୍ୟମୟ କୃତ୍ରିମ ଦ୍ୱୀପର ସନ୍ଧାନ ପାଇଛନ୍ତି, ଯାହା ୫,୦୦୦ ବର୍ଷରୁ ଅଧିକ ପୁରୁଣା ବୋଲି ଅନୁମାନ କରାଯାଉଛି। ଏହି ଆବିଷ୍କାର ପ୍ରାଗୈତିହାସିକ…

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri