ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା: ଏଣିକି କାଚ ବୋତଲ ବଦଳରେ ମୋଟା କାଗଜ ଖୋଳରେ ମିଳିବ ମଦ

ଭୁବନେଶ୍ୱର,୨୧ା୨: ଶନିବାର ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, କାଚ ବୋତଲ ବଦଳରେ ଫ୍ରୁଟି ଭଳି ମୋଟା କାଗଜ ଖୋଳରେ ଏଣିକି ମଦ ମିଳିବ। କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍‌ ବ୍ୟବହାର କରାଯିବ। ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ଅଟେ। ସରକାର କାଚ ବୋତଲର ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରୁଥିବା ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ କ୍ରମାଗତ ଭାବେ ମଦ ବିକ୍ରି ବଢ଼ି ଚାଲିଛି। ୧୦ ମାସରେ ୬ହଜାର ୫୬୯ କୋଟି ଟଙ୍କାର ରାଜ୍ୟବାସୀମଦ ପିଇଛନ୍ତି।  ୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିବାବେଳେ  ୨୦୨୪-୨୫ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ ହୋଇଥିବା ମନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily

Share