ଏବେ ୯ କ୍ୟାରେଟ୍ ସୁନା ପାଇଁ ବି ହଲମାର୍କିଂ ବାଧ୍ୟତାମୂଳକ, ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ,୧୮ା୭: କଭାରତୀୟ ମାନକ ବ୍ୟୁରୋ (BIS) ଶୁକ୍ରବାର ଦିନ ୯ କ୍ୟାରେଟ୍ ସୁନାକୁ ବାଧ୍ୟତାମୂଳକ ହଲମାର୍କିଂ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି। ଏହି ନୂଆ ନିୟମ ଚଳିତ ଜୁଲାଇ ମାସରୁ ଲାଗୁ ହୋଇଛି। ହଲମାର୍କିଂ ସୁନାର ଶୁଦ୍ଧତାର ଗ୍ୟାରେଣ୍ଟି ଦେଇଥାଏ। ନୂଆ ଘୋଷଣା ଅନୁଯାୟୀ, ୯ କ୍ୟାରେଟ୍ ଅଳଙ୍କାର ଉପରେ ମଧ୍ୟ ହଲମାର୍କ କରିବା ବାଧ୍ୟତାମୂଳକ ହେବ। ଏହା ପୂର୍ବରୁ ୨୪ କ୍ୟାରେଟ୍, ୨୩ କ୍ୟାରେଟ୍, ୨୨ କ୍ୟାରେଟ୍, ୨୦ କ୍ୟାରେଟ୍, ୧୮ କ୍ୟାରେଟ୍ ଏବଂ ୧୪ କ୍ୟାରେଟ୍ ଅଳଙ୍କାର ଉପରେ ହିଁ ହଲମାର୍କ କରାଯାଉଥିଲା।
ଅଲ୍ ଇଣ୍ଡିଆ ଜେମ୍ ଆଣ୍ଡ ଜୁଏଲରୀ ଡୋମେଷ୍ଟିକ୍ କାଉନସିଲ୍ ଏକ୍ସରେ ପ୍ରକାଶ କରିଛି ଯେ, ଏବେ ସମସ୍ତ ଜୁଏଲର୍ସ ଏବଂ ହଲମାର୍କିଂ ସେଣ୍ଟରମାନେ BISର ନୂଆ ନିୟମ ପାଳନ କରିବାକୁ ପଡ଼ିବ। ନୂଆ ନିୟମ ଅନୁଯାୟୀ, ୯ କ୍ୟାରେଟ୍ ସୁନା (୩୭୫ ପିପିଟି) ଏବେ ବାଧ୍ୟତାମୂଳକ ହଲମାର୍କିଂ ଅଧୀନରେ ଆସିଛି। ପୂର୍ବରୁ ୯ କ୍ୟାରେଟ୍ ସୁନା ପାଇଁ ଏହା ବାଧ୍ୟତାମୂଳକ ନଥିଲା, କିନ୍ତୁ ଏବେ ଗ୍ରାହକମାନଙ୍କୁ ସୁନାର ଶୁଦ୍ଧତା ବିଷୟରେ ସଠିକ୍ ସୂଚନା ଦେବା ପାଇଁ ଏହାକୁ ହଲମାର୍କ କରିବା ଜରୁରୀ।
ସୁନା ଅଳଙ୍କାର କିଣିବା ହେବ ସହଜ
ସେନକୋ ଗୋଲ୍ଡ ଲିମିଟେଡ୍‌ର ଏମଡି ତଥା ସିଇଓ ସୁବଙ୍କର ସେନ କହିଛନ୍ତି ଯେ, ୯ କ୍ୟାରେଟ୍ ସୁନାର ହଲମାର୍କିଂ ସରକାରଙ୍କ ଏକ ଉତ୍ତମ ପଦକ୍ଷେପ। ଏହା ଦ୍ୱାରା ସୁନା ଅଳଙ୍କାର ଶସ୍ତା ଏବଂ କିଣିବାରେ ସହଜ ହେବ, ଖାସକରି ଯେତେବେଳେ ସୁନାର ମୂଲ୍ୟ ବହୁତ ଅଧିକ ରହୁଛି। ୯ କ୍ୟାରେଟ୍ ସୁନାରେ ଆଧୁନିକ ଏବଂ ସ୍ମାର୍ଟ ଡିଜାଇନ୍ ସହଜରେ ତିଆରି କରାଯାଇପାରିବ ଏବଂ କମ୍ପାନୀମାନେ ନୂଆ ଡିଜାଇନ୍ ଓ ଷ୍ଟାଇଲରେ ନୂତନତ୍ୱ ଆଣିପାରିବେ। ଏହା ଭବିଷ୍ୟତରେ ରପ୍ତାନି ବୃଦ୍ଧିରେ ମଧ୍ୟ ସହାୟକ ହେବ। BIS ମାନକରେ କିଛି ସଂଜ୍ଞା ଏବଂ ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି।
ସୁନା ଘଣ୍ଟା ଓ ପେନ୍ ପାଇଁ ଏହି ନିୟମ ଲାଗୁ ନୁହେଁ
ସୁନାର ଘଣ୍ଟା ଏବଂ ପେନ୍ ପାଇଁ ଏହି ନିୟମ ବାଧ୍ୟତାମୂଳକ ନୁହେଁ। ନିୟମ ଅନୁଯାୟୀ, ସୁନାର ମୁଦ୍ରା କେବଳ ୨୪ କ୍ୟାରେଟ୍ ଶୁଦ୍ଧ ସୁନାରୁ ତିଆରି ହେବ, ଯାହା କେବଳ ସରକାରୀ ଟଙ୍କାଶାଳା କିମ୍ବା ରିଫାଇନାରୀ ଦ୍ୱାରା ନିର୍ମିତ ହେବ ଏବଂ ଯାହାର ମୁଦ୍ରା ଭାବେ କୌଣସି ମୂଲ୍ୟ ନ ଥିବ। BIS ଆକ୍ଟ ୨୦୧୬ ଅନୁଯାୟୀ, ହଲମାର୍କିଂ ଅଳଙ୍କାର ଏବଂ ବାସନରେ ମୂଲ୍ୟବାନ ଧାତୁର ପରିମାଣକୁ ନିଶ୍ଚିତ କରେ।

Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri