Posted inଜାତୀୟ

ଜେଲରେ ସିଦ୍ଧୁଙ୍କ ଡାଏଟ ପ୍ଲାନ

ପଟିଆଲା,୨୫ ।୫: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏବେ ଜେଲର ଚାରିକାନ୍ଥ ଭିତରେ । ରୋଡ ରେଜ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଏକ ବର୍ଷ ସଜା ଶୁଣାଇଥିବା ବେଳେ ଏବେ ସେ ପଞ୍ଜାବର ପଟିଆଲା ଜେଲରେ ଏହି ସଜା କାଟୁଛନ୍ତି । ଏହାରି ଭିତରେ ବଦଳି ଯାଇଛି ତାଙ୍କ ପରିଚୟ । ଏବେ କ୍ରିକେଟର, କମେଣ୍ଟେଟର ସିଦ୍ଧୁ ଜେଲର କିରାଣି ହୋଇଯାଇଛନ୍ତି । ସେଠାରେ ତାଙ୍କୁ ଜେଲର କ୍ଲରିକାଲ କାମ ଦିଆଯାଇଥିବା ସୂଚନା ମିଳିଛି ।
ଏହି ସମୟରେ ସିଦ୍ଧୁଙ୍କ ଡାଏଟ ପ୍ଲାନ କିଛି ଭିନ୍ନ ରହିଛି । ଯଦିଓ ଏବେ ସେ ଜେଲର ରୁଟି ନ ଖାଇ ସେଠାକାର କ୍ୟାଣ୍ଟିନରେ ମିଳୁଥିବା ଖାଦ୍ୟ କିଣି ଖାଉଛନ୍ତି ତଥାପି ତାଙ୍କ ଡାଏଟ ଚାଟ ବି ପ୍ରସ୍ତୁତ ରହିଛି । ସକାଳେ ସେ ୧ ଗ୍ଲାସ ନଡ଼ିଆ ପାଣି କିମ୍ବା ଏକ କପ ଗୋଲମରିଚ ପକା ଚା’ ପିଇବେ । ଜଳଖିଆରେ ଏକ କପ କମ ଚର୍ବିଯୁକ୍ତ କ୍ଷୀର, ୧ ଚାମଚ ଫ୍ଲାକ୍‌(ଫେଶି) ବା ଚିଆ ମଞ୍ଜି, ୫-୬ଟି ବାଦାମ, ଗୋଟିଏ ଅଖରୋଟ, ତା’ପରେ ଲାଉ/ବିଟ/ମୌସୁମୀ/ବାଦମ/କାକୁଡି ବା ଆଲୋଭେରା ଜୁସ ଏକ ଗ୍ଲାସ ପିଇବେ । ଜୁସ ବଦଳରେ ପିଜୁଳି, କିୱି ବା ଷ୍ଟ୍ରବେରୀ ଖାଇପାରିବେ । ସେହିପରି ମଧ୍ୟାହ୍ନ ଭୋଜନରେ ବାଜରା ବା ମାଣ୍ଡିଆ ଅଟାର ରୁଟି ଗୋଟିଏ, ସାଲାଡ ୧ ଗିନା ଓ ଲାଉ ରାଇ ଖାଇବେ । ସନ୍ଧ୍ୟାରେ କମ୍ ଚର୍ବିଥିବା କ୍ଷୀରର ଚା ଓ ଛୋଟ ଖଣ୍ଡେ ପନିର । ସେମିତି ରାତ୍ରି ଭୋଜନରେ ମିକ୍ସ ସବଜି ଓ ଡାଲି ସୁପ/କଳାଚଣା ସୁପ ଓ ସାଲାଡ ଖାଇବେ । ଦିନକୁ ସେ ୧୦-୧୫ ଗ୍ଲାସ ପାଣି ପିଇବା ସହ ୩୦-୪୫ ମିନିଟ ବ୍ୟାୟାମ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri